• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sarbeswar

News Highlights

  • କବାଡ଼ିଆ ସାମଗ୍ରୀ ବିକିଲେ, ୧୦୦ କୋଟି ପାଇଲେ

  • ରେଳମନ୍ତ୍ରଣାଳୟର ବଢିବ ରାଜସ୍ୱ

ନୂଆଦିଲ୍ଲୀ: ସ୍ୱଚ୍ଛ ଓ ନିର୍ମଳ ପରିବେଶ ସହ ଯାତ୍ରୀଙ୍କ ସୁରକ୍ଷାକୁ ପ୍ରାଧାନ୍ୟ ଦେଇ ଆସୁଛି ରେଳ ମନ୍ତ୍ରଣାଳୟ। ଯେମିତି ନିଜର ଯାତ୍ରା ସମୟରେ ଯାତ୍ରାକୁ ଭରପୂର ଉପଭୋଗ କରିପାରିବେ ଯାତ୍ରା ତାହାକୁ ନେଇ ରେଳବାଇ ଅନେକ ପଦକ୍ଷେପ ନେଉଛି। ଖାସ୍‌ କରି କବାଡ଼ି ମୁକ୍ତ କରିବା ପାଇଁ ମନ୍ତ୍ରଣାଳୟ କାମ କରୁଛି।

ରେଳ ମନ୍ତ୍ରଣାଳୟ କ୍ରମାଗତ ଭାବରେ ଭାରତୀୟ ରେଳବାଇକୁ କବାଡ଼ିଆ ମୁକ୍ତ କରିବା ଅଭିଯାନରେ ବିଭିନ୍ନ କାମ କରୁଛି। 'ମିଶନ୍ ଜିରୋ ସ୍କ୍ରାପ୍' ଅଧୀନରେ ଏହାର ସମସ୍ତ ରେଳ ୟୁନିଟକୁ କବାଡ଼ିଆ ମୁକ୍ତ କରିବା ଅଭିଯାନର ଏକ ଅଂଶ ଭାବରେ ପାଶ୍ଚାତ୍ୟ ରେଳବାଇ ଚଳିତ ଆର୍ଥିକ ବର୍ଷରେ କେବଳ କବାଡ଼ିଆ ଜିନିଷ ବିକ୍ରି କରି ୧୦୦ କୋଟିରୁ ଅଧିକ ଟଙ୍କା ଆୟ କରିଛି। ଯାହାକୁ ନେଇ ଏବେ ଚର୍ଚ୍ଚା ହେଉଛି। ଚର୍ଚ୍ଚ ଏଇଥି ପାଇଁ ହେଉଛି କାରଣ., କବାଡ଼ିଆମାନେ ରେଳବାଇର ବିଭିନ୍ନ ଅଂଶକୁ ନେଇ ବିକ୍ରି କରି ନିଜର ଗୁଜୁରାଣ ମେଂଟାଇ ଥାଆନ୍ତି। କିନ୍ତୁ ତାହାକୁ ବନ୍ଦ କରିବା ଲାଗି ରେଳବାଇ ଯୋଜନା କରିବା ସହ କାର୍ଯ୍ୟକାରୀ ମଧ୍ୟ କରିଛି।

ରେଳବାଇର ରିପୋର୍ଟ ଅନୁସାରେ,ଗତ ଚାରିମାସ ଏପ୍ରିଲ୍, ମେ, ଜୁନ୍ ଏବଂ ଜୁଲାଇ ମଧ୍ୟରେ ପଶ୍ଚିମ ରେଳବାଇ ଜୋନରୁ କବାଡ଼ିଆ ସାମଗ୍ରୀ ବିକ୍ରି କରାଯାଇ ୧୦୦ କୋଟି ଟଙ୍କା ରୋଜଗାର କରାଯାଇଛି । କୁହାଯାଉଛି ପଶ୍ଚିମରେଳବାଇ ଜୋନ୍‌ ଏମିତି ଏକ ଜୋନ୍‌ ଯିଏ କି ଏପରି କବାଡ଼ିଆ ସାମଗ୍ରୀକୁ ବିକ୍ରି କରି ବିପୁଳ ପରିମାଣରେ ଟଙ୍କା ରୋଜଗାର କରିଛି।

ଗତ ଆର୍ଥିକ ବର୍ଷରେ ୨୦-୨୧ ରେ କରୋନା ସଙ୍କଟ ମଧ୍ୟରେ ପଶ୍ଚିମ ରେଳବାଇ ୪୯୨ କୋଟି ଟଙ୍କାର କବାଡ଼ିଆ ସାମଗ୍ରୀ ବିକ୍ରି କରିବାର ଲକ୍ଷ୍ୟ ରଖିଥିଲା। କିନ୍ତୁ ବିକ୍ରି ଲକ୍ଷ୍ୟଠାରୁ ୨୦ ପ୍ରତିଶତ ଅଧିକ ଆୟ ମଧ୍ୟ କରିଥିଲା। ଗତ ଆର୍ଥିକ ବର୍ଷରେ ମଧ୍ୟ ରେଳ ବିଭାଗର ସମସ୍ତ ବିଭାଗରେ ଏହି ପରିମାଣ ସର୍ବାଧିକ ଥିଲା | ରେଳ ଅଧିକାରୀ କହିଛନ୍ତି ଯେ, ଗତ ତିନିବର୍ଷ ମଧ୍ୟରେ ପଶ୍ଚିମ ରେଳବାଇ କ୍ରମାଗତ ଭାବରେ ପ୍ରାୟ ୫୦୦ କୋଟି ଟଙ୍କା ମୂଲ୍ୟର କବାଡ଼ିଆ ସାମଗ୍ରୀ ବିକ୍ରି କରିଆସୁଛି। ଆଉ ଏଥିରୁ ଯେଉଁ ଟଙ୍କା ମିଳୁଛି ତାହା ରେଳବାଇର ଉନ୍ନତୀ କାମରେ ଲାଗିବା ସହ ରାଜସ୍ୟ ମଧ୍ୟ ବୃଦ୍ଧି କରିବାରେ ସାହାଯ୍ୟ କରୁଛି।