• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

News Highlights

  • ବିଶ୍ୱସ୍ତ ସୂତ୍ରରୁ ସୂଚନା ପାଇଲା ଗୁଇନ୍ଦା ବିଭାଗ

  • ଆଲର୍ଟରେ ଦିଲ୍ଲୀ ପୋଲିସ୍ 

ନୂଆଦିଲ୍ଲୀ : ଦିଲ୍ଲୀରେ ଡ୍ରୋନ୍ ଆକ୍ରମଣ ଆଶଙ୍କା । ଭାରତରେ ଅସ୍ଥିରତା ସୃଷ୍ଟି କରିବାକୁ ଷଡ଼ଯନ୍ତ୍ର ରଚୁଛନ୍ତି ଆତଙ୍କବାଦୀ । ଆଗାମୀ ସ୍ୱାଧୀନତା ଦିବସକୁ ଦୃଷ୍ଟିରେ ରଖି ଦିଲ୍ଲୀ ପୋଲିସକୁ ସତର୍କ କରିଛି ଭାରତର ଗୁପ୍ତଚର ବିଭାଗ । ଅଗଷ୍ଟ ୧୫ ପୂର୍ବରୁ ଯେକୌଣସି ସମୟରେ ରାଜଧାନୀରେ ଡ୍ରୋନ୍ ଆକ୍ରମଣ ହେବାର ସମ୍ଭାବନା ରହିଛି । ଜମ୍ମୁ ଏବଂ ଉତ୍ତରପ୍ରଦେଶରେ ଆକ୍ରମଣ ବିଫଳ ହେବାପରେ ଏବେ ଆତଙ୍କବାଦୀଙ୍କ ଟାର୍ଗେଟରେ ଦେଶର ରାଜଧାନୀ । ଦିଲ୍ଲୀରେ ଆକ୍ରମଣ କରିବାକୁ ଯୋଜନା କରାଯାଉଥିବା ସୂଚନା ମିଳୁଛି ।

ଦିଲ୍ଲୀ ସମେତ ଦେଶର ଅନେକ ମେଟ୍ରୋ ସହରରେ ଆକ୍ରମଣ କରିବାକୁ ଯୋଜନା କରୁଛି ପାକିସ୍ତାନ ଗୁପ୍ତଚର ଏଜେନ୍ସି ଆଇଏସଆଇ । ଆତଙ୍କବାଦୀମାନେ ମାନବ ବୋମା ତିଆରି କରି କିମ୍ବା ଟାର୍ଗେଟ କିଲିଂ ଜରିଆରେ ଆକ୍ରମଣ କରିପାରନ୍ତି । ଦେଶର ଗୁପ୍ତଚର ବିଭାଗ ଏବଂ ଦିଲ୍ଲୀ ପୋଲିସର ସ୍ପେଶାଲ୍ ସେଲକୁ ଏଭଳି ସୂଚନା ମିଳିଛି । ଫଳରେ ବର୍ତ୍ତମାନ ଦିଲ୍ଲୀର ସୁରକ୍ଷା ବ୍ୟବସ୍ଥା ଉପରେ ବିଶେଷ ଧ୍ୟାନ ଦିଆଯାଉଛି । ଦିଲ୍ଲୀର ଅନେକ ସ୍ଥାନରେ ପାରାମିଲିଟାରୀ ଫୋର୍ସ ମୁତୟନ କରାଯାଇଛି ।

ଦିଲ୍ଲୀ ପୋଲିସର ଆତଙ୍କୀ ନିରୋଧୀ ସ୍ପେଶାଲ୍ ସେଲର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ଲାହୋରର ହାଫିଜ ସଇଦର ବାସଭବନ ବାହାରେ ଏକ ବୋମା ବିସ୍ଫୋରଣ ହୋଇଥିଲା । ଏହି ବିସ୍ଫୋରଣ ସହିତ ଭାରତର କୌଣସି ସମ୍ପର୍କ ନାହିଁ । କିନ୍ତୁ ଆଇଏସଆଇ ଏବଂ ହାଫିଜ ସଇଦ ଏହି ବିସ୍ଫୋରଣର ବାହାନା କରି ଭାରତ ଉପରେ ଆତଙ୍କବାଦୀ ଆକ୍ରମଣ କରାଇ ପାରନ୍ତି । ଦେଶର ମେଟ୍ରୋ ସହରରେ ଡ୍ରୋନ୍ ଆକ୍ରମଣର ଅନେକ ସମ୍ଭାବନା ରହିଛି ।

ସୂଚନା ଅନୁସାରେ ଆଇଏସଆଇ ଏଥିପାଇଁ ଏକ ରଣନୀତି ପ୍ରସ୍ତୁତ କରିଛି । ସ୍ଲିପର ସେଲ ଏବଂ ଗ୍ୟାଙ୍ଗଷ୍ଟରକୁ ଅସ୍ତ୍ର କରି ଆକ୍ରମଣ କରିବାର ସମ୍ଭାବନା ରହିଛି । ଆତଙ୍କବାଦୀ ଘଟଣାକୁ ରୋକିବା ପାଇଁ ଦିଲ୍ଲୀ ପୋଲିସ ସମସ୍ତ ପଦକ୍ଷେପ ନେଉଛି । ବିଭିନ୍ନ ସମୟରେ ମକ୍ ଡ୍ରିଲ୍ ମଧ୍ୟ କରାଯାଇଛି । ସମ୍ପୂର୍ଣ୍ଣ ସଜାଗ ରହିଛି ଦିଲ୍ଲୀ ପୋଲିସ୍ ।