• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

News Highlights

  • ଦୁର୍ନୀତିଗ୍ରସ୍ତ ସାର ଦୋକାନୀଙ୍କୁ ଧରିବାକୁ ଚାଷୀ ବେଶରେ ପହଞ୍ଚିଲେ ଆଇଏଏସ୍

  • ଚଢ଼ା ଦରରେ ସାର ବିକ୍ରି କରୁଥିବା ଦୋକାନୀକୁ ଧରିଲେ

ବିଜୟୱାଡା : ଠକ ସାର ଦୋକାନୀକୁ ପାନେ ମିଳିଲା । ଦୁର୍ନୀତିଗ୍ରସ୍ତ ଦୋକାନୀଙ୍କ ଉପରେ ସରକାରୀ ଛାଟ । ଚାଷୀ ହୋଇଆସିଥିଲେ, ଚୋରି ଧରି ପକାଇଲେ ଆଇଏଏସ୍ । ସାର ଦୁର୍ନୀତି ସମ୍ପର୍କରେ ଖବର ପାଇ ବିଜୟୱାଡାର ସବ୍ କଲେକ୍ଟର ଉପଜିଲ୍ଲାପାଳ ସୂର୍ଯ୍ୟା ପରବୀନ ଚାନ୍ଦ ସାଧାରଣ ଚାଷୀ ବେଶରେ ସାର କିଣିବା ବାହାନାରେ ଦୋକାନରେ ପହଞ୍ଚିଥିଲେ । ଆଉ ଚାଷୀ ଭାଇଙ୍କୁ ଠକୁଥିବା ଦୁଇ ଦୁର୍ନୀତିଖୋର ଦୋକାନୀଙ୍କ ଧରିବା ସହ ଗିରଫ କରିଛନ୍ତି । ଏ‍ବେ ସୋସିଆଲ ମିଡିଆରେ ସେହି ସମୟର ଭିଡିଓ ଭାଇରାଲ ହେଉଛି । ଆଇଏଏସ୍ ଅଧିକାରୀ ଜଣକୁ ଠକ ଦୋକାନୀକୁ ଧରିବା ପାଇଁ ଯେପରି ଡ୍ରାମା କରିଥିଲେ, ତାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି ।

ଚାଷୀ ବେଶରେ ଉପଜିଲ୍ଲାପାଳ । ସାଧରଣ ବେଶଭୂଷା, ଯେକେହି ଧୋକା ଖାଇଯିବ । ଫଟୋକୁ ଦେଖିଲେ କେହି ସନ୍ଦେହ କରିବେ ନାହିଁ । ସେ ଜଣେ ଆଇଏଏସ୍ ଅଧିକାରୀ ହୋଇପାରନ୍ତି, କେହି ହୁଏତ ବିଶ୍ୱାସ କରିବେନି । ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଭିଡିଓରେ ଦେଖିବାକୁ ମିଳୁଛି IAS ସୂର୍ଯ୍ୟା ପରବୀନ ଚାନ୍ଦ ବେଶ ବଦଳାଇ ନିଜେ ସାର ଦୋକାନରେ ପହଞ୍ଚନ୍ତି । ଆଉ ତା’ପରେ ଜଣେ ସାଧାରଣ ଚାଷୀ ପରି ଗୋଟିଏ ଦୁଇଟି ଦୋକାନ ବୁଲି ସାରା ମୂଲ୍ୟ ପଚାରି ବୁଝନ୍ତି । ତେବେ ଅନେକ ଦୋକାନୀ ଡାଇମୋନିୟମ୍ ଫସଫେଟ୍ (DAP) ଏବଂ ୟୁରିଆକୁ ଏମଆରପି ଠାରୁ ଅଧିକ ମୂଲ୍ୟରେ ବିକ୍ରି କରୁଥିବା ଦେଖିବାକୁ ପାଇଥିଲେ । ଏପରିକି ସେମାନେ ସାର କ୍ରୟ ପାଇଁ କୌଣସି ବିଲ୍ ମଧ୍ୟ ଦେଉନଥିଲେ । ଆହୁରି ଆଶ୍ଚର୍ଯ୍ୟଜନକ ବିଷୟ ହେଉଛି ଦୋକାନୀମାନେ ଗୋଦାମ ଭର୍ତ୍ତି କରି ସାର ରଖିଥିଲେ, ଯଦ୍ୱାରା ଭବିଷ୍ୟତରେ ଚଢ଼ା ଦରରେ ସାର ବିକ୍ରି କରିପାରିବେ ।

\

 

ଅଭିଯୋଗ ପରେ ନିଜେ ଯାଞ୍ଚ କରିବା ପାଇଁ ଗତ ଶୁକ୍ରବାର ଚାଷୀ ବେଶ ଧରିଥିଲେ ଉପ ଜିଲ୍ଲାପାଳ । ତେବେ ଯାଞ୍ଚ ସମୟରେ ଦୁଇ ଦୋକାନୀଙ୍କୁ ଧରିଛନ୍ତି IAS ସୂର୍ଯ୍ୟା ପରବୀନ ଚାନ୍ଦ ଏବଂ ଉଭୟଙ୍କ ଦୁଇଟି ଦୋକାନକୁ ସିଜ୍ କରିଦେଇଛନ୍ତି । ଉଭୟ ଦୋକାନୀ ଅଧିକ ଦାମରେ ସାର ବିକ୍ରି କରିବା ସହ ଗ୍ରାହକଙ୍କ ଆଧାର ଡିଟେଲ୍ସ ମଧ୍ୟ ନେଉନଥିଲେ । ଚାଷୀଙ୍କ ଅସୁବିଧାକୁ ହୃଦୟଙ୍ଗମ କରି ଠକକୁ ଗିରଫ କରିବାରୁ ବର୍ତ୍ତମାନ ଲୋକା ତାଙ୍କୁ ପ୍ରଶଂସାରେ ପୋତି ପକାଉଛନ୍ତି । ଏହିପରି କାର୍ଯ୍ୟ କରି ଆଇଏଏସ୍ ଅଧିକାରୀ ଲୋକଙ୍କ ହୃଦୟ ଜିତିଛନ୍ତି ।