• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଦତିଆ: ଲୋକଙ୍କୁ ସାହାଯ୍ୟ କରିବାକୁ ଯାଇଥିଲେ, ନିଜେ ଫସିଗଲେ ମନ୍ତ୍ରୀ । ବନ୍ୟାର କରାଳରୂପରୁ ଲୋକଙ୍କୁ ରକ୍ଷା କରିବେ କ’ଣ ତାଙ୍କୁ ଉଦ୍ଧାର କରିବା ପାଇଁ ଏୟାରଲିପ୍ଟ କରାଗଲା । ମଧ୍ୟପ୍ରଦେଶ ଗୃହମନ୍ତ୍ରୀ ନରୋତ୍ତମ ମିଶ୍ରଙ୍କୁ ହେଲିକପ୍ଟର ସାହାଯ୍ୟରେ ଭାରତୀୟ ବାୟୁସେନା ଉଦ୍ଧାର କରିଛି । ଲୋକଙ୍କୁ ସାହାଯ୍ୟ କରିବା ପାଇଁ ଗୃହମନ୍ତ୍ରୀ ଦତିଆ ଜିଲ୍ଲାର ବନ୍ୟା ପ୍ରଭାବିତ ଗ୍ରାମରେ ପହଞ୍ଚିଥିଲେ । ତେବେ ଏହି ସମୟରେ ଅଚାନକ୍ ବନ୍ୟା ପାଣି ମାଡ଼ି ଆସିଥିଲା । ପରିସ୍ଥିତି ଆହୁରି ବିଗିଡି ଯାଇଥିଲା । ଫଳରେ ନରୋତ୍ତମ ମିଶ୍ର ଏବଂ ଅନ୍ୟ ଗ୍ରାମବାସୀଙ୍କୁ ବାୟୁସେନା ସହାୟତାରେ ଉଦ୍ଧାର କରାଯାଇଛି ।

ମଧ୍ୟପ୍ରଦେଶର ଶିବପୁରୀ, ଗ୍ୱାଲିଅର୍ ଏବଂ ଦତିଆରେ ବନ୍ୟା ପରିସ୍ଥିତିର ଜାରି ରହିଛି । ପାଣି ଘେରରେ ଅନେକ ପରିବାର ଜୀବନ ବିତାଉଛନ୍ତି । ଚାରିଆଡ଼େ ଖାଲି ପାଣି ପାଣି । ବନ୍ୟା ଜଳ ଯୋଗୁଁ ତଳିଆ ଅଞ୍ଚଳର ଲୋକଙ୍କ କଥା କହିଲେ ନସରେ । ଅଗଷ୍ଟ ୨ ରେ ରାଜ୍ୟର ବନ୍ୟା ସମସ୍ୟା ନେଇ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଆଲୋଚନା କରିଛନ୍ତି । ରିଲିଫ ଏବଂ ଉଦ୍ଧାର କାର୍ଯ୍ୟ ପାଇଁ ପ୍ରଧାନମନ୍ତ୍ରୀ ସମସ୍ତ ସହାୟତା ଯୋଗାଇ ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । ସେହିପରି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ମଧ୍ୟ ଅଗଷ୍ଟ ୪ରେ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌସହଙ୍କ ସହ କଥା ହୋଇଛନ୍ତି ଏବଂ ବନ୍ୟା ପ୍ରଭାବିତ ଅଞ୍ଚଳରେ ଆବଶ୍ୟକ ସହାୟତା ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି ।

ଅଗଷ୍ଟ ୩ରେ ବନ୍ୟା ପ୍ରଭାବିତ ଜିଲ୍ଲା ଗୁଡ଼ିକରେ ଭାରତୀୟ ସେନାଙ୍କୁ ମୁତୟନ କରାଯାଇଛି । ଏଥିସହିତ, ଶିବପୁରୀ, ଦତିଆ ଏବଂ ଶୋପୁରର ବନ୍ୟା ପ୍ରଭାବିତ ଅଞ୍ଚଳରେ SDRF ଦଳ ଉଦ୍ଧାର କାର୍ଯ୍ୟ କରୁଛନ୍ତି । ଏହାରି ମଧ୍ୟରେ ଭାରତୀୟ ବାୟୁସେନା (ଆଇଏଏଫ) ଦତିଆ ଜିଲ୍ଲାର ଏକ ମନ୍ଦିର ଛାତରୁ ୭ ଜଣଙ୍କୁ ଉଦ୍ଧାର କରିଛି । ଅନେକ ସ୍ଥାନରେ ସାଧାରଣ ଲୋକ ମଧ୍ୟ ଉଦ୍ଧାର କାର୍ଯ୍ୟରେ ସାହାଯ୍ୟ କରୁଛନ୍ତି ।