• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

News Highlights

  • ଛାତ୍ରଛାତ୍ରୀଙ୍କ ଶିଖିବା ମନୋବୃତ୍ତି ଉପରେ ପ୍ରଭାବ ପକାଇଛି ମହାମାରୀ

  • ବିଦ୍ୟାଳୟ ନଖୋଲିବାର ବିପଦକୁ ଅଣଦେଖା କରିବା ଅତ୍ୟନ୍ତ ଗମ୍ଭୀର ହୋଇପାରେ

  • ଉଦବେଗ ପ୍ରକାଶ କଲେ ସଂସଦୀୟ କମିଟି

ନୂଆଦିଲ୍ଲୀ : ମହାମାରୀ ଭୟରେ ସ୍କୁଲ ନଖୋଲିବା ଅଧିକ ବିପଦପୂର୍ଣ୍ଣ । ଏହାକୁ ନେଇ ଏକ ସଂସଦୀୟ କମିଟି ଉଦବେଗ ପ୍ରକାଶ କରିଛନ୍ତି । ସ୍କୁଲ ବନ୍ଦ ଥିବାରୁ ଘରେ ପଡ଼ି ରହୁଛନ୍ତି କୁନି କୁନି ପିଲା । ଖେଳିବା, ବୁଲିବା, ପାଠ ପଢ଼ିବା ତଥା ଶିଖିବା ମସୟରେ ବାହାରକୁ ଯାଇପାରୁ ନାହାନ୍ତି । ସାମାଜିକ ଶିକ୍ଷା ଶୈଳୀ ଉପରେ ନକାରାତ୍ମକ ପ୍ରଭାବ ପକାଉଛି । ଘରର କାମରେ ପିଲାମାନେ ଅଯଥାରେ ମୁଣ୍ଡ ଦେଉଛନ୍ତି । ପାଠପଢ଼ାରେ ଧ୍ୟାନ ରହୁନି । ଏକ ବର୍ଷରୁ ଅଧିକ ସମୟ ସ୍କୁଲ ବନ୍ଦ ହେବା ରହିବା ସ୍ୱାରା ଛାତ୍ରଛାତ୍ରୀଙ୍କ ସ୍ୱାସ୍ଥ୍ୟ ଉପରେ ତଥା ବିଶେଷ କରି ସେମାନଙ୍କ ମାନସିକ ସ୍ୱାସ୍ଥ୍ୟ ଉପରେ ଗଭୀର ପ୍ରଭାବ ପକଉଛି । ବିଦ୍ୟାଳୟ ନଖୋଲିବାର ବିପଦକୁ ଅଣଦେଖା କରିବା ଅତ୍ୟନ୍ତ ଗମ୍ଭୀର ହୋଇପାରେ । ଘର ଭିତରେ ଛୋଟ ପିଲାଙ୍କୁ ବନ୍ଦୀ ପରି ରଖିବା, ବାପାମା’ ଏବଂ ପିଲାମାନଙ୍କ ମଧ୍ୟରେ ସମ୍ପର୍କ ଖରାପ ହେବାର ଅନ୍ୟ କାରଣ ମଧ୍ୟ ହୋଇପାରେ ।

କରୋନା ସଂକ୍ରମଣ ଯୋଗୁଁ ଏପର୍ଯ୍ୟନ୍ତ ଅନେକ ରାଜ୍ୟରେ ସ୍କୁଲ ଖୋଲାଯାଇ ନାହିଁ । ବିଶ୍ୱରେ କୋଭିଡ -୧୯ ମହାମାରୀ ହେତୁ ଦୀର୍ଘ ଦିନ ଧରି ସ୍କୁଲ ବନ୍ଦ ହେବାର ବିପଦକୁ ଅଣଦେଖା କରାଯାଇପାରିବ ନାହିଁ ବୋଲି କହିଛନ୍ତି ସଂସଦୀୟ କମିଟି । ବିଦ୍ୟାଳୟ ଖୋଲିବା ପୂର୍ବରୁ କମିଟି ଅନେକ ଗୁରୁତ୍ୱପୂର୍ଣ୍ଣ ପରାମର୍ଶ ଦେବା ସହିତ ଅନେକ ନିର୍ଦ୍ଦେଶାବଳୀ ପ୍ରସ୍ତୁତ କରିଛି । ସଙ୍କଟ ସମୟରେ ପିଲାଙ୍କ ଶିଖିବା ସଙ୍କଟ ମଧ୍ୟ ବଢ଼ାଇ ଦେଇଛି । ଘରେ ରହୁଥିବା ଯୋଗୁଁ ପିଲାଙ୍କ ଉପରେ ପ୍ରତିକୂଳ ପ୍ରଭାବ ପକାଉଛନ୍ତି । ସାଂପ୍ରତିକ ପରିସ୍ଥିତି ମହାମାରୀ ପୂର୍ବରୁ ଥିବା ଶିକ୍ଷଣ ସଙ୍କଟକୁ ତୁଳନାତ୍ମକ ଭାବେ ବଢ଼ାଇ ଦେଇଛି ବୋଲି କମିଟି କହିଛି । ଏହି ପରିସ୍ଥିତିକୁ ଦୃଷ୍ଟିରେ ରଖି ସ୍କୁଲ ଖୋଲିବା ଦିଗ ଉପରେ ଧ୍ୟାନ ଦେବା ଜରୁରୀ   ।

ଶିକ୍ଷା ସମ୍ମନ୍ଧୀୟ ସଂସଦର ସ୍ଥାୟୀ କମିଟିର ଚେୟାରମ୍ୟାନ୍ ଓ ଟି ବିଜେପି ସାଂସଦ ବିନୟ ସାହସ୍ରବୁଦ୍ଧେଙ୍କ ନେତୃତ୍ୱରେ ଚଳିତ ସପ୍ତାହରେ ଶିକ୍ଷା, ମହିଳା, ଶିଶୁ, ଯୁବକ ଉପରେ ଏହାର ରିପୋର୍ଟ ଉପସ୍ଥାପନ କରିଛନ୍ତି । ଏହି ରିପୋର୍ଟରେ ଅନଲାଇନ୍ ଏବଂ ଅଫଲାଇନ୍ ନିର୍ଦ୍ଦେଶାବଳୀ ରହିଛି । ପରୀକ୍ଷା ସମୀକ୍ଷା ଏବଂ ବିଦ୍ୟାଳୟଗୁଡ଼ିକୁ ପୁଣି ଥରେ ଖୋଲିବା ସହିତ ଶିକ୍ଷଣ ବ୍ୟବଧାନକୁ ଦୂର କରିବା ପାଇଁ ଯୋଜନା ପ୍ରସ୍ତୁତ କରାଯାଇଛି । ଏହି ଘଟଣାର ଗମ୍ଭୀରତାକୁ ଅଣଦେଖା କରାଯିବା ଉଚିତ ନୁହେଁ ବୋଲି କହିଛି କମିଟି । ବିଦ୍ୟାଳୟ ଖୋଲିବା ପାଇଁ ଏକ ସନ୍ତୁଳିତ ଯୁକ୍ତିଯୁକ୍ତ ଉପାୟ ଅବଲମ୍ବନ କରାଯିବା ଉଚିତ । କରୋନା ନିୟମକୁ ଭଲ ଭାବେ ମାନିବା ସହ ମାସ୍କ, ସାମାଜିକ ଦୂରତା ଉପରେ ଗୁରୁତ୍ୱ ଦେବାର ଆବଶ୍ୟକତା ରହିଛି ।