• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

News Highlights

  • ଚିଠିକୁ ସେୟାର କଲେ ଶିଳ୍ପପତି ହର୍ଷ ଗୋଏଙ୍କା

  • ହେଲେ କ’ଣ ଉତ୍ତର ଦେବେ, ସେ ଜାଣି ପାରୁନାହାନ୍ତି . . . .

ନୂଆଦିଲ୍ଲୀ : ବୈବାହିକ ଜୀବନକୁ କାଳସର୍ପ ପରି ମାଡ଼ ବସିଛି ୱର୍କ ଫ୍ରମ୍ ହୋମ୍ । ସ୍ୱାମୀ ଘରେ ବସି ରହି କାମ କରୁଥିବାରୁ ଏହା ବିବାହ ଭାଙ୍ଗିବାର କାରଣ ହୋଇପାରେ ବୋଲି ଅଭିଯୋଗ କରି ସ୍ୱାମୀଙ୍କ ବସ୍‌ଙ୍କୁ ଚିଠି ଲେଖିଲେ ମହିଳା । ମହାମାରୀ କରୋନା ଲୋକଙ୍କ ଜୀବନଶୈଳୀ, ​କାର୍ଯ୍ୟ ପ୍ରଣାଳୀକୁ ଅଧିକ ପ୍ରଭାବିତ କରୁଛି । ଅନଲାଇନ୍ ଶିକ୍ଷା ଏବଂ ୱର୍କ ଫ୍ରମ୍ ହୋମ୍ ଏକ ଟ୍ରେଣ୍ଡରେ ପରିଣତ ହୋଇସାରିଲାଣି । ହେଲେ ବର୍ତ୍ତମାନ କିଛି ଲୋକ ଏପରି ଅଛନ୍ତି, ଯେଉଁମାନଙ୍କୁ ପାଇଁ ୱର୍କ ଫ୍ରମ୍ ହୋମ୍ ଟ୍ରେଣ୍ଡ ବିରକ୍ତ ଲାଗିଲାଣି । ସୋସିଆଲ ମିଡିଆରେ ଏପରି ଏକ ମଜାଦାର ଚିଠି ଭାଇରାଲ ହେବାରେ ଲାଗିଛି । ଜଣେ ଘରୋଇ ଅଫିସରେ କାମ କରୁଥିବା ବ୍ୟକ୍ତିଙ୍କ ସ୍ତ୍ରୀ ତାଙ୍କ ସ୍ୱାମୀଙ୍କ ବସ ଉଦ୍ଦେଶ୍ୟରେ ମଜାଦାର ଲେଟର ଲେଖି ଧର୍ମସଙ୍କଟରୁ ରକ୍ଷା କରିବାକୁ ନିବେଦନ କରିଛନ୍ତି । ୱର୍କ ଫ୍ରମ୍ ହୋମ୍ ଶେଷ ୱର୍କ ଆଟ୍ ଅଫିସ୍ ଆରମ୍ଭ କରିବାକୁ ନେହୁରା ହୋଇଛନ୍ତି । ତେବେ ଏହି ଚିଠି ଦେଶର ପ୍ରସିଦ୍ଧ ଶିଳ୍ପପତି ହର୍ଷ ଗୋଏଙ୍କାଙ୍କ ଉଦ୍ଦେଶ୍ୟରେ ଲେଖାଯାଇଛି, ଯାହା ସେ ତାଙ୍କ ଟ୍ୱିଟରରେ ସେୟାର କରିଛନ୍ତି ।

ସ୍ୱାମୀଙ୍କ ୱର୍କ ଫ୍ରମ୍ ହୋମ୍ ପାଇଁ ଅକଳରେ ସ୍ତ୍ରୀ । ଘରେ ଦୁଇଟି ପିଲାଥିବା ବେଳେ ଘରେ କାମ କରୁଥିବା ସ୍ୱାମୀଙ୍କ ଡିମାଣ୍ଡ୍ ପୂରଣ କରି କରି ସେ ଥକି ଗଲେଣି ବୋଲି ଚିଠିରେ ଲେଖିଛନ୍ତି । ୱର୍କ ଫ୍ରମ୍ ହୋମରେ ସ୍ୱାମୀ ଦିନକୁ ୧୨ରୁ ୧୩ ଥର କଫି କରି ଆଣିବାକୁ ବରାଦ ଦେଉଛନ୍ତି । ଏହାସହ ବିଭିନ୍ନ ପ୍ରକାର ସୁଆଦିଆ ଆଇଟମର ତିଆରି କରି ଖୁଆଇବାକୁ ବାଧ୍ୟ କରୁଛନ୍ତି । ଅଫିସ୍ କାମ ସରିବା ପରେ ଘରେ କେବଳ ଶୋଇ ରହୁଛନ୍ତି । ପୂର୍ବ ପରି କୌଣସି କାମରେ ସାହାଯ୍ୟ କରୁନାହାନ୍ତି । ଘରେ ରହି ରହି ମାନ୍ଦା ହୋଇଗେଲଣି ।

ଏହାସହ ମହିଳା ଜଣଙ୍କ ଆହୁରି ଲେଖନ୍ତି, ଟିକାର ଉଭୟ ଡୋଜ୍ ନେଇ ସାରିଛନ୍ତି ସ୍ୱାମୀ । ଏବେ ଅଫିସ୍ ଯିବାରେ କୌଣସି ଅସୁବିଧା ନାହିଁ । କୋଭିଡ୍ ପ୍ରଟୋକଲ୍ ମାନି ସ୍ୱାମୀ କାମ କରିପାରିବେ । ୱର୍କ ଫ୍ରମ୍ ହୋମ୍ ଏବେ ତାଙ୍କ ପାଇଁ ବୋଝ ପାଲଟି ଗଲାଣି । ତୁରନ୍ତ ସ୍ୱାମୀଙ୍କୁ ଅଫିସରେ କାମ କରିବାକୁ ନିର୍ଦ୍ଦେଶ ଦେବାକୁ ନିବେଦନ କରିଛନ୍ତି ସ୍ତ୍ରୀ । ୱର୍କ ଫ୍ରମ୍ ହୋମ୍ ଏପରି ଜାରି ରହିଲେ ହୁଏତ ତାଙ୍କ ବୈବାହିକ ଜୀବନ ଅଧିକ ଦିନ ତିଷ୍ଠି ନପାରେ ବୋଲି ଆଶଙ୍କା ପ୍ରକାଶ କରିଛନ୍ତି ।

ତେବେ ଶିଳ୍ପପତି ହର୍ଷ ଗୋଏଙ୍କା ଏ ଟ୍ୱିଟ୍‌ର କ’ଣ ଉତ୍ତର ଦେବେ ଜାଣିପାରୁନାହାନ୍ତି । ସେ ସବୁବେଳେ ଏପରି କିଛି ମଜାଦାର ଟ୍ୱିଟ୍ ପାଇଁ ଚର୍ଚ୍ଚାରେ ଥାଆନ୍ତି । ତେବେ ଏହି ଚିଠିକୁ ସେୟାର କରି ହର୍ଷ ଗୋଏଙ୍କା ଲେଖିଛନ୍ତି, ମୁଁ ଏବେ ହରଡଘଣାରେ ପଡ଼ିଛି, କରିବ କଣ । ଅନେକ ଲୋକ ଏହି ଟ୍ୱିଟ୍‌କୁ ନିଜ ସହ ଯୋଡ଼ିବା ସହ ମଜାଳିଆ ପ୍ରତିକ୍ରିୟା ରଖୁଛନ୍ତି । ଆଉ ଏହି ଟ୍ୱିଟ୍‌କୁ ଅଧିକ ମାତ୍ରାରେ ସେୟାର ମଧ୍ୟ କରାଯାଉଛି ।