• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଚଣ୍ଡିଗଡ଼ : ପଞ୍ଜାବ କଂଗ୍ରେସରେ ରାଜନୈତିକ ଅସ୍ଥିରତା ଜାରି ରହିଛି । ଆଉ ଏହାରି ମଧ୍ୟରେ ରାଜ୍ୟରେ ଆଉ ଏକ ପରିବର୍ତ୍ତନ ପାଇଁ କଂଗ୍ରେସ ହାଇକମାଣ୍ଡ ପ୍ରସ୍ତୁତି ଚଳାଇଛି । ରାଜ୍ୟ ସଭାପତି ଏବଂ ମୁଖ୍ୟମନ୍ତ୍ରୀ ବଦଳାଇବା ପରେ ପଞ୍ଜାବ କଂଗ୍ରେସରେ ରାଜ୍ୟ ପ୍ରଭାରୀ ମଧ୍ୟ ବଦଳିପାରନ୍ତି ବୋଲି କୁହାଯାଉଛି । ଉତ୍ତରାଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହରିଶ ରାୱତଙ୍କୁ ପଞ୍ଜାବର ରାଜ୍ୟ ପ୍ରଭାରୀ ଦାୟିତ୍ୱରୁ ହଟାଇ ଦିଆଯାଇପାରେ । ରାଜନୈତିକ କନ୍ଦଳ ସମୟରେ ରାହୁଲ ଗାନ୍ଧୀ ଏବଂ ପଞ୍ଜାବ କଂଗ୍ରେସ ନେତାଙ୍କ ମଧ୍ୟରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ରାଜସ୍ଥାନ କ୍ୟାବିନେଟ ମନ୍ତ୍ରୀ ହରିଶ ଚୌଧୁରୀଙ୍କୁ ପଞ୍ଜାବ ପ୍ରଭାରୀ ଦାୟିତ୍ୱ ମିଳିପାରେ ।

ହରିଶ ରାୱତ ଶନିବାର ପର୍ଯ୍ୟନ୍ତ ଚଣ୍ଡିଗଡ଼ରେ ରହିବେ । ଆଉ ସେଠାରେ ସେ ମୁଖ୍ୟମନ୍ତ୍ରୀ ଚରଣଜିତ୍ ଚନ୍ନି ଏବଂ ନବଜୋତ ସିଂ ସିଦ୍ଧୁଙ୍କ ମଧ୍ୟରେ ହୋଇଥିବା ସହମତିକୁ ଅନ୍ତିମ ରୂପ ଦେବା ପାଇଁ କାର୍ଯ୍ୟ କରିବେ । ଗତ ଗୁରୁବାର ଦିନ ଚନ୍ନି ଏବଂ ସିଦ୍ଧୁଙ୍କ ମଧ୍ୟରେ ପ୍ରାୟ ତିନି ଘଣ୍ଟାର ବୈଠକ ବସିଥିଲା । ଆଉ ବୈଠକରେ ଏହା ସିଦ୍ଧୁ ହିଁ ଅଧ୍ୟକ୍ଷ ପଦରେ ରହିବେ ବୋଲି କୁହାଯାଇଥିଲା । କିନ୍ତୁ ଏହାର ସମାଧାନ ପାଇଁ ଏକ ସମନ୍ୱୟ କମିଟି ଗଠନ କରାଯିବା ଉଚିତ ବୋଲି ମଧ୍ୟ ନିଷ୍ପତ୍ତି ହୋଇଛି ।

କ୍ୟାପଟେନ ଅମରିନ୍ଦର ସିଂ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ଚରଣଜିତ ସିଂ ଚନ୍ନିଙ୍କୁ ମୁଖ୍ୟମନ୍ତ୍ରୀ କରିବାରେ ହରିଶ ଚୌଧୁରୀ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିବା କୁହାଯାଉଛି । ୨୦୧୭ ବିଧାନସଭା ନିର୍ବାଚନ ସମୟରେ ପୂର୍ବତନ ସାଧାରଣ ସମ୍ପାଦକ ଦାୟିତ୍ୱରେ ଥିବା ହରିଶ ଚୌଧରୀ ମଧ୍ୟ ଗତ କିଛି ଦିନ ହେବ ଚନ୍ନି ଏବଂ ସିଦ୍ଧୁଙ୍କ ମଧ୍ୟରେ ହୋଇଥିବା ସମସ୍ୟା ସମାଧାନ ପାଇଁ ଚେଷ୍ଟା କରୁଛନ୍ତି ।

ହରିଶ ଚୌଧୁରୀଙ୍କୁ ରାହୁଲ ଗାନ୍ଧୀଙ୍କ ଅତି ବିଶ୍ୱସ୍ତ ବୋଲି କରାଯାଏ । ସେ ଆଗାମୀ ବିଧାନସଭା ନିର୍ବାଚନରେ ​​ମୁଖ୍ୟମନ୍ତ୍ରୀ ଏବଂ ପିପିସିସି ମୁଖ୍ୟଙ୍କ ମଧ୍ୟରେ ସମନ୍ୱୟରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିପାରନ୍ତି । ଉତ୍ତରାଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହରିଶ ରାୱତ ନିଜ ରାଜ୍ୟରେ ବିଧାନସଭା ନିର୍ବାଚନ ଉପରେ ଧ୍ୟାନ ଦେବାକୁ ଚାହୁଁଛନ୍ତି । ପଞ୍ଜାବ ସହିତ ଆସନ୍ତା ବର୍ଷ ମଧ୍ୟ ଉତ୍ତରାଖଣ୍ଡରେ ମଧ୍ୟ ନିର୍ବାଚନ ହେବ।