• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

News Highlights

  • ପ୍ରେମ ବିବାହ ଉପରେ ହାଇକୋର୍ଟଙ୍କ ବଡ଼ ନିଷ୍ପତ୍ତି

  •  ବିବାହ ପାଇଁ ବିଧି ମୁତାବଳ ସାତ ଫେରା ନେବା ଆବଶ୍ୟକ

ଗୁଆଲିୟର :  ବିବାହ ପାଇଁ ବିଧି ମୁତାବଳ ସାତ ଫେରା ନେବା ଆବଶ୍ୟକ । ପ୍ରେମ ବିବାହ ସମ୍ପର୍କରେ ମଧ୍ୟପ୍ରଦେଶ ହାଇକୋର୍ଟ ଏକ ବଡ ନିଷ୍ପତ୍ତି ଶୁଣାଇଛନ୍ତି । କେବଳ ମାଳା ଅଦଳବଦଳ କରିଦେଲେ ବିବାହ ହୁଏ ନାହିଁ ବୋଲି କହିଛନ୍ତି ଗ୍ୱାଲିଅର୍ ଖଣ୍ଡପୀଠ । ବୈଧ ବିବାହ ପାଇଁ ସମ୍ପୂର୍ଣ୍ଣ ବିଧିବିଧାନରେ ସାତ ଫେରା ନେଇ ସମସ୍ତ ରୀତିନୀତି କରିବା ଜରୁରୀ । ଆର୍ଯ୍ୟ ସମାଜ ମନ୍ଦିରରେ ବିବାହ କରିଥିବା ନେଇ ଦାବି କରୁଥିବା ମୋରେନାଙ୍କ ଦମ୍ପତିଙ୍କ ଶୁଣାଣି ସମୟରେ ହାଇକୋର୍ଟ ଏପରି ମନ୍ତବ୍ୟ ଦେଇଛନ୍ତି । ବିବାହ ପରେ ଏହି ଦମ୍ପତ୍ତି ହାଇକୋର୍ଟଙ୍କ ସୁରକ୍ଷା ଦାବି କରିଥିଲେ ।

ହେଲେ ଉଭୟଙ୍କ ପାଖରେ ବିବାହର କୌଣସି ସଠିକ୍ ପ୍ରମାଣପତ୍ର ନାହିଁ । ତେଣୁ ଦମ୍ପତିଙ୍କୁ ଏହି ଆବେଦନକୁ ଖାରଜ କରାଯାଇଛି ବୋଲି ଶୁଣାଣି ସମୟରେ କୋର୍ଟ କହିଛନ୍ତି । ଉଭୟଙ୍କୁ ଧମକ ଦିଆଯାଇଥିବା ପରି କିଛି ପ୍ରମାଣ ନାହିଁ, ସେମାନଙ୍କ କଥାରେ ସତ୍ୟତ୍ୟ ଦେଖିବାକୁ ମିଳୁନି । କିଏ ଧମକାଉଛି, କାହିଁକି ଧମକାଉଛି, ତାହା ଉଲ୍ଲେଖ କରାଯିବ ଆବଶ୍ୟକ । ଫଳରେ ଏପରି ନିଷ୍ପତ୍ତି ଶୁଣାଇଛନ୍ତି କୋର୍ଟ ।

ମୋରେନା ନିବାସୀ ଜଣେ ୨୩ ବର୍ଷର ଯୁବକ ଅଗଷ୍ଟ ୧୬ରେ ଗ୍ୱାଲିଅରର ଲୋହା ମାଣ୍ଡି ଦୁର୍ଗର ଆର୍ଯ୍ୟ ସମାଜ ମଣ୍ଡପରେ ୨୧ ବର୍ଷୀୟ ଯୁବତୀଙ୍କୁ ପ୍ରେମ ବିବାହ କରିଥିଲେ । ଆର୍ଯ୍ୟ ସମାଜରେ ମଧ୍ୟ ଏହି ବିବାହର ପ୍ରମାଣପତ୍ର ଦେଇଛନ୍ତି । ହେଲେ ପ୍ରେମ ବିବାହ ପରେ ଉଭୟଙ୍କ ପରିବାର ପକ୍ଷରୁ ଧମକ ଦିଆଯାଇଥିବା ଅଭିଯୋଗ କରି ସୁରକ୍ଷା ସମ୍ପର୍କରେ ହାଇକୋର୍ଟରେ ଆବେଦନ କରିଥିଲେ ଦମ୍ପତି । ଏହି ସମୟରେ ଆବେଦନକାରୀ ଯୁକ୍ତି କରିଥିଲେ ଯେ ଉଭୟ ପ୍ରେମ ବିବାହ କରିଛନ୍ତି । ଉଭୟଙ୍କ ପରିବାର ମିଥ୍ୟା ଅଭିଯୋଗ କରୁଛନ୍ତି । ସେମାନଙ୍କ ଜୀବନ ବିପଦରେ ଥିବାବେଳେ ବୈବାହିକ ସମ୍ପର୍କକୁ ମଜବୁତ କରିବା ପାଇଁ ସେମାନଙ୍କୁ ସୁରକ୍ଷା ଯୋଗାଇ ଦିଆଯିବା ଉଚିତ୍ ।

ଶୁଣାଣି ପରେ କୋର୍ଟ ଏହି ଆବେଦନକୁ ଖାରଜ କରିଦେଇଛନ୍ତି

ତେବେ ଶୁଣାଣି ସମୟରେ କୋର୍ଟ ଏହି ଆବେଦନକୁ ଖାରଜ କରିଛନ୍ତି । ସରକାରୀ ଓକିଲ ଦୀପକ ଖୋଟ ଏହି ଆବେଦନକୁ ବିରୋଧ କରିଛନ୍ତି । ଦମ୍ପତି କୌଣସି ପୋଲିସ ଷ୍ଟେସନରେ ଅଭିଯୋଗ ନକରି ସିଧାସଳଖ ହାଇକୋର୍ଟଙ୍କୁ କହିଛନ୍ତି । କିଏ ସେମାନଙ୍କୁ ଧମକ ଦେଉଛି, କିଏ ଧମକ ଦେଇଛି, କିଏ ସେମାନଙ୍କୁ ଅସୁବିଧାରେ ପକାଉଛି ? ଏ ସମ୍ପର୍କରେ ମଧ୍ୟ ସ୍ପଷ୍ଟ କିଛି ଉଲ୍ଲେଖ କରାଯାଇନାହିଁ । ସିଧାସଳଖ କୋର୍ଟରେ ଦାଖଲ କରାଯାଇଛି, ତେଣୁ ଏହି ଆବେଦନରେ ସତ୍ୟତା ଥିବାପରି ମନେ ହେଉନାହିଁ । ସଂପୂର୍ଣ୍ଣ ଶୁଣାଣି ପରେ କୋର୍ଟ ଏହି ଆବେଦନକୁ ଖାରଜ କରିଦେଇଛନ୍ତି।