• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

News Highlights

  • କରାଳ ରୂପ ଧରି ମାଡ଼ି ଆସୁଛି ବନ୍ୟା ଜଳ

  • ଗୋରଖପୁର ଜିଲ୍ଲାର ୧୭୧ ଟି ଗାଁକୁ ବନ୍ୟା ଜଳ ମାଡ଼ି ଆସିଛି

ଗୋରଖପୁର : କରାଳ ରୂପ ଧରି ମାଡ଼ି ଆସୁଛି ବନ୍ୟା ଜଳ । ଜଳ ବହୁଳେ ସୃଷ୍ଟି ନାଶ, ଜଳ ବିହୁନେ ସୃଷ୍ଟି ନାଶ । କେଉଁଠି ବର୍ଷା ନହେବାରୁ ଚାଷ ହୋଇ ପାରୁନି ତ ଆଉ କେଉଁଠି ପ୍ରବଳ ବର୍ଷା କାରଣରୁ ଗାଁ ବୁଡ଼ି ଗଲାଣୀ । ଲଗାଣ ବର୍ଷାରେ ଗୋରଖପୁରର ନିକଟବର୍ତ୍ତୀ ନଦୀ ଗୁଡିକର ଜଳସ୍ତର ବଢିବାରେ ଲାଗିଛି । ଫଳରେ ସ୍ଥାନୀୟ ଅଞ୍ଚଳରେ ବନ୍ୟା ସ୍ଥିତି ଉପୁଜିଛି । ରାଜସ୍ଥାନର ରୋହଣୀ, ରାପ୍ତି ଓ ଘାଘରା ନଦୀର ଭୟଙ୍କର ରୂପ ଦେଖିବାକୁ ମିଳୁଛି । ଫଳରେ ରାଜସ୍ଥାନର ଗୋରଖପୁର ଜିଲ୍ଲାର ୧୭୧ ଟି ଗାଁକୁ ବନ୍ୟା ଜଳ ମାଡ଼ି ଆସିଛି । ୨୮ ହଜାର ହେକ୍ଟେର ଜମି ଜଳମଗ୍ନ ହୋଇ ରହିଛି । ଲକ୍ଷ ଲକ୍ଷ ଲୋକ ବନ୍ୟାର ବିଭୀଶିକାରେ ଶିକାର ହୋଇଛନ୍ତି

ଲୋକଙ୍କ ସୁରକ୍ଷା ପାଇଁ ବିକଳ୍ପ ବ୍ୟବସ୍ଥା କରାଯାଇଥିବା ପ୍ରଶାସନ ପକ୍ଷରୁ କୁହାଯାଉଛି । ପ୍ରତିଦିନ ଡ୍ୟାମର ମରାମତି କାର୍ଯ୍ୟ ଚାଲୁଥିବା ବେଳେ ବନ୍ୟା ପ୍ରଭାବିତ ଗାଁ ମାନଙ୍କରେ ରିଲିଫ୍ ସାମଗ୍ରୀ ବଣ୍ଟନ କରାଯାଉଛି । ବନ୍ୟା ପ୍ରଭାବିତ ଅଞ୍ଚଳରେ ପ୍ରତିଦିନ ୧୪ ହଜାରରୁ ଅଧିକ ଖାଦ୍ୟ ପୁଡିଆର ବଣ୍ଟନ କରାଯାଉଛି । ସେହିପରି ଗୃହପାଳିତ ପଶୁମାନଙ୍କ ପାଇଁ ଖାଦ୍ୟ ବଣ୍ଟନର ବ୍ୟବସ୍ଥା କରାଯାଇଛି ।

ସ୍ୱାସ୍ଥ୍ୟ ବିଭାଗର ଟିମ୍‌ ବନ୍ୟା କ୍ଷତିଗ୍ରସ୍ତ ଅଞ୍ଚଳକୁ ବୁଲି ଯାଂଚ କରିବା ସହ ତଦାରଖ କରୁଛନ୍ତି । ଏତେ ସବୁ ପରେ ବି ହଜାର ହଜାର ଲୋକ ନିଜ ବାସସ୍ଥଳୀକୁ ହରାଇ ଘରଦ୍ୱାର ହରାଇଛନ୍ତି । ଘରି ଓ ଜମି ପାଣିରେ ବୁଡ଼ିଯିବା ପରେ ସେମାନେ ରାସ୍ତା କଡରେ ଆଶ୍ରୟ ନେଇଛନ୍ତି । ଏହାସହ ତହସିଲ ନିକଟସ୍ଥ ଖାଲି ସ୍ଥାନରେ ଲୋକମାନେ ନିଜ ନିଜ ଗୃହ ପାଳିତ ପଶୁମାନଙ୍କ ସହ ଅତି ଦୟନୀୟ ଅବସ୍ଥାରେ ଅଛନ୍ତି ।

ଜଣେ ବନ୍ୟା ପୀଡିତ କହିଛନ୍ତି, ପଶୁମାନଙ୍କୁ ମରଣ ମୁହଁକୁ କିପରି ଠେଲି ଦେଇପାରିବୁ । ତେଣୁ ସେମାନଙ୍କୁ ମଧ୍ୟ ଆମ ସହିତ ନେଇଆସିଛୁ । ଅନ୍ୟପଟେ ଘରର ସୁରକ୍ଷା ପାଇଁ ପରିବାରର କିଛି ଲୋକ ନିଜ ଘର ଛାତ ଉପରେ ରହୁଛନ୍ତି । ସେଠାରେ ରହିବା ସୁରକ୍ଷିତ ନଥିଲେ ମଧ୍ୟ ବାଧ୍ୟ ହୋଇ ଲୋକେ ଏପରି ରହୁଛନ୍ତି । ଅଞ୍ଚଳସାରା ଜଳମଗ୍ନ ହୋଇଯାଇଥିବାରୁ ପାନୀୟଜଳର ଘୋର ଅଭାବ ଦେଖାଯାଇଛି ବୋଲି ବନ୍ୟା ପୀଡିତ ଲୋକମାନେ କହିଛନ୍ତି ।