• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

News Highlights

  • ପ୍ରେମିକର ବିବାହରେ ପ୍ରେମିକାଙ୍କ ହଙ୍ଗାମା

  • ବେଦୀ ସଜା ହୋଇଥିଲା, ଆଉ ଜଣଙ୍କୁ ବବାହ କରିବାକୁ ପ୍ରସ୍ତୁତ ଥିଲା ପ୍ରେମ

  • ବାହାରେ ସୋନା, ବାବୁ ଡାକି ଡାକି ଥକିଗଲେ ଯୁବତୀ 

  • ତିନି ବର୍ଷ ଉଭୟ ଲିଭ୍-ଇନରେ ଥିବା କହିଛନ୍ତି ଯୁବତୀ

ହୋସଙ୍ଗାବାଦ : ବାହା ବେଦୀରେ ବର ହୋଇ ବସିଥିଲା ପ୍ରେମିକ । ଆଉ କାହା ପାଇଁ ଚନ୍ଦନ ନାଇ, ମୁକୁଟ ପିନ୍ଧି ସଜ ହୋଇଥିଲେ ଯୁବକ । ବିବାହ ଚାଲିଥିବା ମଣ୍ଡପର ଫାଟକ ବାହାରେ ସୋନା, ବାବୁ ଡାକି କାନ୍ଦି କାନ୍ଦି ଗଡ଼ିଯାଉଥିଲା ପ୍ରେମିକା । ତିନି ବର୍ଷ ଲିଭ୍ ଇନରେ ରହିବା ପରେ ଧୋକା ଦେଲା ପ୍ରେମିକ । ବିଶ୍ୱାସରେ ବିଷ ମିଶାଇ ଅନ୍ୟ ଜଣକ ସହ ସାରା ଜୀବନ ରହିବାକୁ ରାଜି ହୋଇଗଲା । ମଧ୍ୟପ୍ରଦେଶ ହୋସଙ୍ଗାବାଦରେ ଏପରି ଘଟଣା ଦେଖିବାକୁ ମିଳିଛି । ପ୍ରେମିକର ବିବାହ ରୋକିବାକୁ ଭୋପାଳରୁ ହୋସଙ୍ଗାବାଦ ଚାଲି ଆସିଥିଲେ ଯୁବତୀ । ଏକ ବିବାହ ମଣ୍ଡପରେ ପ୍ରେମିକର ବିବାହ ଚାଲିଥିବା ବେଳେ ଜୋରଦାର ହଙ୍ଗାମା କରିଛନ୍ତି ପ୍ରେମିକା । ହେଲେ ବିବାହ ଅଟକାଇବାକୁ ଶତ ଚେଷ୍ଟା କରିଥିଲେ ସୁଦ୍ଧା ଅସଫଳ ହେଲେ ଯୁବତୀ । ତାଙ୍କୁ ବାରମ୍ବାର ଫାଟକରୁ ତଡ଼ି ଦେଉଥିଲେ ପରିବାର ଲୋକ । ତଥାପି ସୋନା-ବାବୁ ଡାକି ଡାକି ଫାଟକ ନିକଟକୁ ଚାଲି ଯାଉଥିଲେ ପ୍ରେମିକା ।

ପ୍ରେମରୁ ଆରମ୍ଭ ପ୍ରତାରଣାରେ ଶେଷ । ଆଉ ଏକ ପ୍ରେମକାହାଣୀ ଅଧା ରହିଗଲା । ପ୍ରେମିକର ହାତ ଛାଡ଼ି ଦେଲା ପ୍ରେମିକ । ଅଚାନକ ଅନ୍ୟ ଜଣେ ଯୁବତୀଙ୍କୁ ବିବାହ କରି ନିଜର କରିନେଲେ । ଆଉ ସ୍ୱାମୀ ସ୍ତ୍ରୀ ପରି ରହିଆସୁଥିବା ତିନି ବର୍ଷର ଲିଭ୍ ଇନ୍ ସମ୍ପର୍କକୁ ତିନି ସେକେଣ୍ଡରେ ଭୁଲି ଗଲେ । ବିବାହର ପ୍ରତିଶ୍ରୁତି ଦେଇ ହୃଦୟ ଓ ଶରୀରର ସହ ଖେଳିବା ପରେ ଅନ୍ୟ ଝିଅ ଲାଗି ସବୁଦିନ ପାଇଁ ଏକୁଟିଆ କରିଦେଲେ ।

ହୋଷଙ୍ଗାବାଦ ସହରର ଏକ ମ୍ୟାରେଜ୍ ଗାର୍ଡେନରେ ଖୁବ୍ ଧୁମଧାମରେ ଚାଲିଥାଏ ବିବାହ । ଆଉ ହଠାତ ସେଠାରେ ଆରମ୍ଭ ହୋଇଗଲେ ହଙ୍ଗାମା, ପହଞ୍ଚିଗଲେ ପ୍ରେମିକା । କାନ୍ଦି କାନ୍ଦି ବିବାହ ମଣ୍ଡପକୁ ପଶିବାକୁ ଚେଷ୍ଟା କରୁଥିଲେ କିନ୍ତୁ ତାଙ୍କୁ ଦେଖି ପୁଅ ଘରର ପରିବାର ଲୋକ ମୁହଁରେ କବାଟ କିଳି ଦେଇଥିଲେ । ଫଳରେ ଭିତରକୁ ପଶି ପାରୁନଥିଲେ ଯୁବତୀ । ସୋନା, ବାବୁ କହି କହି ଫାଟକ ବାହାରେ ବିକଳରେ କାନ୍ଦୁଥିଲେ । ହେଲେ ପ୍ରେମିକର ବିକଳ କାନ୍ଦଣା ପ୍ରେମିକ କାନରେ ପଡ଼ୁନଥିଲା । ଡୋଲ, ବାଜା ଓ ଡିଜେ ସାଉଣ୍ଡରେ କ୍ଷୀଣ ହୋଇ ଯାଉଥିଲା ପ୍ରେମିକାର ଡାକ ।

ତେବେ ଏ ଘଟଣା ସର୍ମ୍ପରେ ଜାଣିବା ପରେ ଜଣେ ମହିଳା ଏସଆଇ ବିବାହ ହେଉଥିବା ମ୍ୟାରେଜ ଗାର୍ଡେନରେ ପହଞ୍ଚିଥିଲେ । ଯୁବତୀ ଜଣକ ପୋଲିସ ଅଗାରେ ଗୋଟି ଗୋଟି କଥା ଖୋଲି କହିଥିଲେ । ଯୁବତୀଙ୍କ କହିବା ଅନୁସାରେ ଉଭୟ ଭୋପାଲର ଏକ ଘରୋଇ କମ୍ପାନୀରେ କାମ କରନ୍ତି । ସେଠାରେ ଉଭୟଙ୍କର ପରିଚୟ ହୋଇଥିଲା । ଆଉ ତା’ପରେ ଦୁହେଁ ଦୁହିଁଙ୍କୁ ଭଲ ପାଇ ବସିଥିଲେ । ହୋସାଙ୍ଗାବାଦରେ ପ୍ରେମିକରେ ଘର । ପ୍ରେମିକର ବିବାହ ପୂର୍ବରୁ ପ୍ରତାରଣାର ଗନ୍ଧ ବାରି ପାରିଥିଲେ ଯୁବତୀ ଜଣକ । ଏନେଇ ତାଙ୍କୁ ପ୍ରଶ୍ନ ବି କରିଥିଲେ । ହେଲେ ଯୁବକ ଜଣକ ଆଉ କାହାକୁ ବିବାହ କରିବି ନାହିଁ ବୋଲି ମଧ୍ୟ କହିଥିଲେ ।

ଏତେ ସବୁ ପରେ ମଧ୍ୟ ପ୍ରେମିକ ନାଁରେ ଏଫଆଇଆର୍ ଦେବା ପାଇଁ କହିବା ପରେ ମନା କରିଥିଲେ ଯୁବତୀ ଜଣକ । ଏହାପରେ ଯୁବତୀ ଜଣକ ନିଜର ଜଣେ ସମ୍ପର୍କୀୟଙ୍କ ସହିତ ବାଇକ୍ ଯୋଗେ ଭୋପାଳ ଫେରିଯାଇଥିବା ସୂଚନା ଦେଇଛି ପୋଲିସ୍ ।