• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

News Highlights

  • ୭୯୦ କୋଟିରେ ନବୀକରଣ ହୋଇଛି ଗାନ୍ଧିନଗର ରେଳଷ୍ଟେସନ

  • ସୌନ୍ଦର୍ଯ୍ୟକରଣକୁ ମଧ୍ୟ ପ୍ରାଥମକିତା

ଗାନ୍ଧିନଗର : ଷ୍ଟେସନ ପରିସରରେ ପଞ୍ଚତାରକା ହୋଟେଲ । ଗୁଜରାଟର ଗାନ୍ଧିନଗର ଷ୍ଟେସନରେ ଏଭଳି ଅତ୍ୟାଧୁନିକ ହୋଟେଲ ଲୋକାର୍ପିତ ହୋଇଛି । ଏଠାରେ ବିମାନ ବନ୍ଦର ଭଳି ଯାତ୍ରୀଙ୍କୁ ମିଳିବ ସୁବିଧା । ଷ୍ଟେସନର ଠିକ ଉପରେ ଥିବା ଏହି ପଞ୍ଚତାରକା ହୋଟେଲରେ ୩୧୮ଟି ରୁମ୍ ରହିଛି । ଷ୍ଟେସନ ପରିସରରେ ଭାରତର ପ୍ରଥମ ପଞ୍ଚତାରକା ହୋଟେଲକୁ ପ୍ରଧାନମନ୍ତ୍ରୀ ଲୋକାର୍ପିତ କରିଛନ୍ତି ।

ନୂଆ ରୂପରେ ଗୁଜରାଟର ଗାନ୍ଧିନଗର ଷ୍ଟେସନ । ପଞ୍ଚତାରକା ହୋଟେଲ ଢାଞ୍ଚାରେ ପୁରା ଷ୍ଟେସନ । ବିମାନବନ୍ଦର ଭଳି ଯାତ୍ରୀଙ୍କୁ ମିଳିବ ସୁବିଧା । ୭୯୦ କୋଟି ଟଙ୍କା ବ୍ୟୟ ଅଟକଳରେ ଗାନ୍ଧିନଗର ଷ୍ଟେସନର ନବୀକରଣ କରାଯାଇଛି । ଏଥିରେ ସୌନ୍ଦର୍ଯ୍ୟକରଣକୁ ମଧ୍ୟ ପ୍ରାଥମକିତା ଦିଆଯାଇଛି । ଆଉ ଏହି ଷ୍ଟେସନର ଠିକ ଉପରେ ରହିଛି ଅତ୍ୟାଧୁନିକ ପଞ୍ଚତାରକା ହୋଟେଲ । ହୋଟେଲ ଭଳି ଉଚ୍ଚକୋଟୀର ସେବା ମିଳି ପାରିବ ଏହି ଷ୍ଟେସନ ପରିସରରେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଅତ୍ୟାଧୁନିକ ଷ୍ଟେସନକୁ ଭିଡିଓ କନଫରେନ୍ସିଂ ମାଧ୍ୟରେ ଲୋକାର୍ପିତ କରିଛନ୍ତି । ଆଧୁନିକତା ଓ ସୌନ୍ଦର୍ଯ୍ୟର ଏକ ଅପୂର୍ବ ସମନ୍ୱ ୟ ଷ୍ଟେସନ ପରିସରରେ ଦେଖିବାକୁ ମିଳିଛି । ୩୧୮ଟି ରୁମ ଥିବା ପଞ୍ଚତାରକା ହୋଟେଲ ମହାତ୍ମା ମନ୍ଦିରକୁ ଆସିଥିବା ପର୍ଯ୍ୟଟକ ମାନଙ୍କୁ ବିଶ୍ୱସ୍ତରୀୟ ଅଭ୍ୟର୍ଥନା ମିଳିପାରିବ ।

ଯାତ୍ରୀଙ୍କ ସବୁଧା ପାଇଁ ରେଳ ବିଭାଗ ପକ୍ଷରୁ ବିଭିନ୍ନ ସୁବିଧା ଯୋଗାଇ ଦିଆଯାଇଛି । ଗୋଟିଏ ପ୍ଲାଟଫର୍ମରୁ ଅନ୍ୟ ପ୍ଲାଟଫର୍ମକୁ ଯିବାକୁ ଅଣ୍ଡରପାସ୍ ରହିଛି । ଯାତ୍ରୀଙ୍କ ସୁବିଧା ପାଇଁ ଏସକେଲେଟର ଲଗାଯାଇଛି । ଏଥିସହ ବିସ୍ତୀର୍ଣ୍ଣ ପାର୍କିଂ ଏରିଆ ରହିଛି । ଶିଶୁଙ୍କ ଯତ୍ନ, ପ୍ରାଥମିକ ଚିକିତ୍ସା ଓ ପ୍ରାର୍ଥନା ପାଇଁ ମଧ୍ୟ ସ୍ୱତନ୍ତ୍ର ଗୃହ ରହିଛି । ଦିଦ୍ୟାଙ୍ଗ ମାନଙ୍କ ପାଇଁ ମଧ୍ୟ ସୁବିଧା ରଖାଯାଇଛି । ୨୦୧୭ ମସିହାରେ ଏହି ପ୍ରକଳ୍ପର ନିର୍ମାଣ କାମ ଆରମ୍ଭ ହୋଇଥିଲା । ୭ ହଜାର ଚାରିଶହ ବର୍ଗ ମିଟର ପରିମିତ ଏହି ଷ୍ଟେସନର ଆଧୁନିକୀକରଣ ପାଇଁ୭୯୦କୋଟି ଟଙ୍କା ଖର୍ଚ୍ଚ ହୋଇଛି । ପୁରା ବିଲଡିଂରେ ବିଭିନ୍ନ ପ୍ରକାର ଅତ୍ୟାଧୁନିକ ଲାଇଟ ଖଞ୍ଜାଯାଇଛି ।