• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

News Highlights

  • ଘୋଡ଼ା ସବାରୀ ଆଉ ସେଲ୍ଫି ଜୋନରେ ଜମୁଛି ପର୍ଯ୍ୟଟକଙ୍କ ଭିଡ଼

  • ସହରକୁ ଶୀତ ଫେରିଛି, ଛୁଟି ବି ଚାଲିଛି

ସିମଲା : ଶୀତ ଆସିବା ସହ ହିମାଚଳ ପ୍ରଦେଶର ସିମଲା ଖୁବ୍ ସଜେଇ ହୋଇଛି । ସୁନ୍ଦର ପରିବେଶରେ ଛୁଟି କାଟିବା ଲାଗି ପର୍ଯ୍ୟଟକଙ୍କ ଭିଡ଼ ମଧ୍ୟ ବଢ଼ିଛି । ମହାମାରୀ କରୋନାକୁ ନେଇ ଭୟ ଥିବା ସତ୍ତ୍ୱେ ସିମଲାର ପ୍ରାକୃତିକ ପରିବେଶର ମଜା ଉଠାଇବାକୁ ଅନେକ ଛୁଟି ଆସିଛନ୍ତି । ଘୋଡ଼ା ସବାରୀ ଆଉ ସେଲ୍ଫି ଜୋନରେ ଫଟୋ ନେଉଛନ୍ତି ଲୋକେ ।

ସୁଉଚ୍ଚ ସୁଦୀର୍ଘ ପାହାଡ଼ ପର୍ବତ ସାଙ୍ଗକୁ ସଭିଙ୍କୁ ଆନମନା କରୁଛି ସୁନୀଳ ଆକାଶ । ସହରକୁ ଶୀତ ଫେରିଛି, ଛୁଟି ବି ଚାଲିଛି । ଆଉ ଏହି ପାର୍ବଣ ମଉଜକୁ ହାତ ଛଡ଼ା ନ କରି ଏଠାକୁ ଧାଇଁ ଆସିଛନ୍ତି ପଡ଼ୋଶୀ ରାଜ୍ୟ ଓ ଦେଶୀ, ବିଦେଶୀ ପର୍ଯ୍ୟଟକ । ମହାମାରୀ କୋଭିଡକୁ ନେଇ ମନରେ ଏବି ବି ଭୟ ଅଛି ସତ, ହେଲେ ଉଦାସ ମନକୁ ଟିକେ ସତେଜ କରିବାକୁ ଏମାନେ ଏଠାକୁ ଛୁଟି ଆସୁଛନ୍ତି । କିଏ ଘୋଡ଼ା ସବାରୀର ମଜା ନେଉଛି ତ ପୁଣି କିଏ ଖାନା ପିନାର ଆନନ୍ଦ ଉଠାଉଛି । ବୁଲା ବୁଲି ପରେ ସେଲଫି ଜୋନରେ ଫଟୋ ନେବାକୁ ବି ଭିଡ ଜମୁଛି ।

ପର୍ଯ୍ୟଟକଙ୍କୁ ସିମଲାକୁ ଟାଣି ଆଣିଥାଏ ଏହାର ପ୍ରାକୃତିକ ସୌନ୍ଦର୍ଯ୍ୟ ଓ ମନଲୋଭା ପରିବେଶ । ତା ସାଙ୍ଗକୁ ସବୁଠୁ ଆକର୍ଷଣର କେନ୍ଦ୍ରବିନ୍ଦୁ ଏଠାକାର ଟ୍ରେନ୍ ସେବା । ହିମାଚଳ ପ୍ରଦେଶର ଏହି ହିଲ୍ ଷ୍ଟେସନକୁ ବର୍ଷକ ବାରମାସ ପର୍ଯ୍ୟଟକ ଆସିଥାନ୍ତି । ଭିଡ କିନ୍ତୁ ଜମିଥାଏ ଅକ୍ଟୋବର ଶେଷ ସପ୍ତାହରୁ ଫେବ୍ରୁଆରୀ ପର୍ଯ୍ୟନ୍ତ । ହନିମୁନ୍ ଡେଷ୍ଟିନେସନ୍ ହେଉ କି ଫେମଲି ଟୁର୍ ପର୍ଯ୍ୟଟକଙ୍କ ଗହଳି ଚହଳିରେ ପୂରିଲା ପୂରିଲା ଲାଗୁଛି ସିମଲା ସହର । ଏହାରି ମଧ୍ୟରେ କାଲକା-ସିମଲେ ରେଲୱେ ଲାଇନ୍ ପର୍ଯ୍ୟଟକଙ୍କ ପାଇଁ ଖୋଲା ଯାଇ ସାରିଛି । କରୋନା କଟକଣା କୋହଳ ହୋଇଥିବାରୁ ସଂକ୍ରମଣର ଭୟ ମଧ୍ୟରେ ବି ପର୍ଯ୍ୟଟକ ଟିକେ ଆମୋଦ ପ୍ରମୋଦ ପାଇଁ ସିମଲା ଗସ୍ତ କରିଛନ୍ତି ।

ବ୍ରିଟିସ୍ ଅମଳର ସମର କ୍ୟାପିଟାଲ ଏବେ ଭାରତୀୟଙ୍କ ସବୁଠୁ ବଡ଼ ଡେଷ୍ଟିନେସନ ପାଲଟିଛି । କୁଇନ୍ ଅଫ୍ ହିଲ୍ସ ଭାବେ ପରିଚିତ ସିମଲାର ସୂର୍ଯ୍ୟସ୍ତ ସମୟର ଦୃଶ୍ୟ ତ ସମସ୍ତଙ୍କୁ ଭିନ୍ନ ଏକ ରୋମାଞ୍ଚ ପ୍ରଦାନ କରିଥାଏ । ବ୍ରିଟିସ୍ ଅମଳର ବିଲ୍ଡିଂ ମଧ୍ୟ ନିଆରା ଆନନ୍ଦ ଦେଇଥାଏ । ଉତ୍ତର ଭାରତକୁ ବୁଲି ଯିବାକୁ ଚାହୁଁଥିବା ବ୍ୟକ୍ତି ହିମାଚଳର ଏହି ସହରକୁ ଯିବାକୁ ପସନ୍ଦ କରିଥାନ୍ତି ।