• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

News Highlights

  • ଅଧାରୁ ଅଧିକ ଲୋକ ଟିକା ଉପରେ ବିଶ୍ୱାସ କରୁନାହାନ୍ତି, ଭୟରେ ଦେହ ଖରାପ ହେଉଛି

  • ଦେଢ଼ ମାସ ମଧ୍ୟରେ ୬୦ଟି କେସ୍ ସାମ୍ନାକୁ ଆସିଛି, ୩୬ ଜଣ ହସ୍ପିଟାଲରେ ଭର୍ତ୍ତି

ନୂଆଦିଲ୍ଲୀ : ଟିକା ଉପରେ ଭରସା ନାହିଁ । କରୋନା ଟିକା ଉପରେ ଅଧାରୁ ଅଧିକ ଲୋକଙ୍କର ବିଶ୍ୱାସ ନାହିଁ । କିଛି ଲୋକେ ଏବେ ବି କରୋନା ଟିକା ନେବା ପାଇଁ ମଙ୍ଗୁନଥିବା ବେଳେ ଆଉ କିଛି ଲୋକ ବାଧ୍ୟବାଧକତାରେ ଟିକା ନେଉଛନ୍ତି । ଟିକା ନେବା ପରେ କିଛି ଲୋକ ଅସ୍ଥିର ଅନୁଭବ କରିବା ସହ ଚିନ୍ତାଗ୍ରସ୍ତ ହୋଇ ପଡ଼ୁଥିବା କଥା ଜଣାପଡ଼ିଛି । ଅତ୍ୟଧିତ ଚିନ୍ତାଗ୍ରସ୍ତ ହେବା ଫଳରେ ସେମାନଙ୍କର ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ି ଯାଉଛି ଏବଂ ଭୟରେ ଗୁରୁତର ଅସୁସ୍ଥ ହୋଇ ପଡ଼ୁଛନ୍ତି ।

ଟିକାକରଣର ବିଜ୍ଞାନରେ ଏପରି ଘଟଣାକୁ ବିରଳ ବିବେଚନା କରାଯାଏ ନାହିଁ । କିନ୍ତୁ କୋଭିଡ ଟିକକାକରଣ ସମୟରେ ଏପରି ଲୋକଙ୍କ ସଂଖ୍ୟା ବୃଦ୍ଧି ହେବା ଚିନ୍ତାଜନକ ବୋଲି କୁହାଯାଉଛି । ଟିକା ନେଇସାରିବା ପରେ କିଛି ଲୋକେ ଅସ୍ଥିର ଅନୁଭବ କରୁଥିବାରୁ ହସ୍ପିଟାଲରେ ଆଡମିଟ୍ ମଧ୍ୟ ହେଉଛନ୍ତି । ଏବେ ସୁଦ୍ଧା ଦେଶରେ ଏହି କାରଣରୁ ପ୍ରଥମ ମୃତ୍ୟୁ ମଧ୍ୟ ହୋଇସାରିଛି ।

ପ୍ରତି ମାସରେ ପ୍ରତିକୂଳ ଘଟଣାର ସମୀକ୍ଷା କରୁଥିବା କେନ୍ଦ୍ର ସରକାରଙ୍କ ଟିକାକରଣ କମିଟିର ରିପୋର୍ଟରେ ଏହା ପ୍ରକାଶ ପାଇଛି। ଗତ ଦେଢ଼ ମାସ ମଧ୍ୟରେ ଟିକାକରଣ ପରେ ୬୦ଟି ଏପରି ଘଟଣା ଦେଖିବାକୁ ମିଳିଛି । ତେବ ଏନେଇ ଟିକାକରଣ କମିଟି ପ୍ରତ୍ୟେକଟି ଘଟଣାକୁ ପୃଥକ ଭାବରେ ସମୀକ୍ଷା କରିଥିଲେ । ତେବେ ରିପୋର୍ଟ ଅନୁସାରେ ୫୦ ପ୍ରତିଶତରୁ ଲୋକ ଟିକା ଉପରେ ବିଶ୍ୱାସ କରୁନାହାଁନ୍ତି । ଟିକା ନେଇ ମନରେ ସଂଶୟ ଥିବାରୁ ସେମାନଙ୍କୁ ଆଇସିୟୁରେ ଭର୍ତ୍ତି କରିବାକୁ ପଡ଼ୁଛି ।

ବିଶେଷଜ୍ଞଙ୍କ ଅନୁସାରେ ଲୋକମାନେ କରୋନାରୁ ରକ୍ଷା ପାଇବା ପାଇଁ ଟିକା ନେଉଛନ୍ତି, କିନ୍ତୁ ଟିକାକୁ ନେଇ ସେମାନଙ୍କ ଭୟ ଦୂର ହେଉନାହିଁ । ଟିକା ସମ୍ପୂର୍ଣ୍ଣ ସୁରକ୍ଷିତ କି ନୁହେଁ ବୋଲି ଅନେକଙ୍କ ମନରେ ପ୍ରଶ୍ନ ଉଠୁଛି । ଟିକା ନେବା ପରେ ହେଉଥିବା ଜ୍ୱର, ଯନ୍ତ୍ରଣା ଦ୍ୱାରା କିଛି ହୋଇଯିବ ବୋଲି ଆଶଙ୍କା ରହୁଛି । ଫଳରେ ଭୟରେ ବିନା କାରଣରେ ବି ହସ୍ପିଟାଲ ପହଞ୍ଚି ଯାଉଛନ୍ତି । ଦିଲ୍ଲୀ, ଉତ୍ତରପ୍ରଦେଶ, ହରିୟାଣା ଏବଂ ମଧ୍ୟପ୍ରଦେଶର ଆଠ ଜଣ ରୋଗୀଙ୍କ ସହ ଆଲୋଚନା ପରେ ଏହି ସୂଚନା ମିଳିଛି ।