• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

News Highlights

  • ପୁଣି ନିରାଶ ହେଲେ କିଙ୍ଗ୍‌ ଖାନ୍

  • ହାଇକୋର୍ଟକୁ ଯିବେ ଶାହାରୁଖ୍

ମୁମ୍ବାଇ: ଆର୍ୟନ ଖାନ୍‌ଙ୍କ ଜାମିନ ଆବେଦନକୁ ଖାରଜ କଲା ମୁମ୍ବାଇ ଏନ୍‌ଡିପିଏସ କୋର୍ଟ । କ୍ରୁଜ୍ ଡ୍ରଗ୍ସ ମାମଲାରେ ଅଭିନେତା ଶାହରୁଖ ଖାନଙ୍କ ପୁଅ ଆର୍ଯ୍ୟନ ଖାନଙ୍କ ଜାମିନ ଆବେଦନକୁ ମୁମ୍ବାଇର ଏନଡିପିଏସ କୋର୍ଟ ପ୍ରତ୍ୟାଖ୍ୟାନ କରିଛନ୍ତି । ଆର୍ୟନ ଖାନ୍‌ଙ୍କ ସମେତ ଅରବାଜ ମର୍ଚାଣ୍ଟ ଓ ମୁନମୁନ ଧମେଚାଙ୍କ ଜାମିନ ଆବେଦନକୁ ଖାରଜ କରିଛି କୋର୍ଟ । ଏହି ତିନି ଅଭିଯୁକ୍ତଙ୍କୁ ନିଶା ଦ୍ରବ୍ୟ ସେବନ, ଏହାର କିଣାବିକା ଓ ଚୋରା ଚାଲାଣ ଅଭିଯୋଗରେ ଏନସିବି ଗିରଫ କରିଥିଲା । 

ଏହି ତିନିଜଣ ଅଭିଯୁକ୍ତ ବର୍ତ୍ତମାନ ଜେଲ୍ ହେପାଜତରେ ଅଛନ୍ତି । ଆର୍ୟନ ଓ ମୁନମୁନ ମର୍ଚାଣ୍ଟ ମୁମ୍ବାଇଅର ଆର୍ଥର ରୋଡ ଜେଲରେ ରଖାଯାଇଛି । ମୁନମୁନଙ୍କୁ ବାଇକୁଲା ମହିଳା କାରାଗାରରେ ରଖାଯାଇଛି । ଅଭିଯୁକ୍ତ ଆର୍ଯ୍ୟନ୍ ଖାନ୍ ଏବଂ ଅନ୍ୟମାନଙ୍କ ବିରୋଧରେ ଏନଡିପିଏସ୍ ଆକ୍ଟ ଅନୁଯାୟୀ ୮ (ସି), ୨୦ (ବି), ୨୭, ୨୮, ୨୯ ଏବଂ ୩୫ ଧାରାରେ ମାମଲା ରୁଜୁ କରାଯାଇଛି । ସୂଚନା ଅନୁଯାୟୀ ଅକ୍ଟୋବର ୧୪ ରେ ଆର୍ୟନଙ୍କ କ୍ୱାରେଣ୍ଟାଇନ ସରିବା ପରେ ତାଙ୍କୁ ସ୍ଥାନୀୟ ଆର୍ଥର ରୋଡ ଜେଲର ସାଧାରଣ ବ୍ୟାରେକକୁ ସ୍ଥାନାନ୍ତର କରାଯାଇଥିଲା। ଏନସିବିର ରିମାଣ୍ତ ସମାପ୍ତ ହେବା ପରେ କୋର୍ଟରେ ଆର୍ୟନଙ୍କ ଜାମିନ ଆବେଦନକୁ ଖାରଜ ହୋଇଥିଲା ।

ଏନସିବି ଅକ୍ଟୋବର ୨ ତାରିଖରେ କ୍ରୁଜ୍ ପାର୍ଟି ଉପରେ ଚଢାଉ କରିଥିଲା । ଏହି ରେଡରେ ୮ ଜଣଙ୍କୁ ଡ୍ରଗ୍ସ ମାମଲାରେ ଗିରଫ କରାଯାଇଥିଲା । ଏନସିବିର ପଚରାଉଚରା ପରେ ୬ ଜଣଙ୍କୁ ଛଡ଼ା ଯାଇଥିଲା । ପୁଙ୍ଖାନୁପୁଙ୍ଖ ତଦନ୍ତ ପରେ ହିଁ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବାର ଏନସିବି ପକ୍ଷରୁ ସ୍ପଷ୍ଟ କରାଯାଇଥିଲା । ଏନସିବି ଅନୁଯାୟୀ ଏହି ମାମଲାରେ ୯ ଜଣଙ୍କର ସାକ୍ଷ୍ୟ ଗ୍ରହଣ କରାଯାଇଥିଲା । କାର୍ଯ୍ୟାନୁଷ୍ଠାନ ବେଳେ ବିଭିନ୍ନ ଧରଣର ଡ୍ରଗ୍ସ ମଧ୍ୟ ଜବତ କରାଯାଇଥିଲା। ଗତ ୬ ମାସ ଧରି ଏନସିବି ଏହି ଡ୍ରଗ୍ସ ପାର୍ଟି ଉପରେ ନଜର ରଖିଥିବା କହିଛି ।

ଆର୍ଯ୍ୟନ୍ ଖାନ୍ ନିକଟରେ ତାଙ୍କ ପିତା ଶାହାରୁଖ ଖାନ ଏବଂ ମାତା ଗୌରୀ ଖାନଙ୍କ ସହ ଏକ ଭିଡିଓ କଲରେ କଥା ହୋଇଥିଲେ। ଏହା ସହିତ ଆର୍ଯ୍ୟନ୍ ତାଙ୍କ ପିତାଙ୍କ ଠାରୁ ୪୫୦୦ ଟଙ୍କା ମନି ଅର୍ଡର ମଧ୍ୟ ପାଇଥିଲେ । ଯାହା ଦ୍ୱାରା ସେ ଜେଲ୍ କ୍ୟାଣ୍ଟିନରୁ ସାମଗ୍ରୀ କିଣି ପାରିବେ।