• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sarbeswar

News Highlights

  • ଚିଠି ଲେଖିଲେ ଧର୍ମେନ୍ଦ୍ର

  • ହେବ କି ସୀମା ବିବାଦର ସମାଧାନ?

ଭୁବନେଶ୍ୱର: ଆନ୍ଧ୍ର-ଓଡିଶା ସୀମା ବିବାଦର ସମାଧାନ ପାଇଁ ଆନ୍ଧ୍ର ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଏହି ଚିଠିରେ ୪ଟି ପ୍ରସ୍ତାବ ରଖିଛନ୍ତି ଧର୍ମେନ୍ଦ୍ର । ଆନ୍ଧ୍ର-ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା ଲାଗି ସେ ପ୍ରସ୍ତାବ ଦେଇଛନ୍ତି। ଏଥିସହ ଯୁଗ୍ମ କାର୍ଯ୍ୟକାରୀ କମିଟି ଗଠନ ଲାଗି ମଧ୍ୟ ପ୍ରସ୍ତାବ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ। ବିବାଦୀୟ ଗାଁରୁ ସଶସ୍ତ୍ର ସୁରକ୍ଷା ବଳ ପ୍ରତ୍ୟାହାର ସହ ଜନ ପ୍ରତିନିଧି ଓ ଅଧିକାରୀଙ୍କ ବିରୋଧରେ ଥିବା ମାମଲା ଉଠାଇବାକୁ ସେ ପ୍ରସ୍ତାବ ଦେଇଛନ୍ତି। ନୂତନ ଢାଞ୍ଚାଗତ ନିର୍ମାଣକୁ ବର୍ତ୍ତମାନ ପାଇଁ ସ୍ଥଗିତ ରଖିବାକୁ ଚିଠିରେ ଉଲ୍ଲେଖ ରହିଛି। ଏଥିସହ ଶାନ୍ତିପୂର୍ଣ୍ଣ ସମାଧାନ ଲାଗି ବ୍ୟକ୍ତିଗତ ସ୍ତରରେ ସମର୍ଥନ ଦେବାକୁ ଧର୍ମେନ୍ଦ୍ର ପ୍ରତିଶ୍ରୁତି ଦେଇଛନ୍ତି।