• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Minati Mishra

News Highlights

  • ଦିନ ମଜୁରିଆଙ୍କ ଘରେ ପହଞ୍ଚିଲା ଭାକ୍ସିନ

  • ଭ୍ୟାକ୍ସିନେସନ ଅନ୍ ହ୍ୱିଲ୍‌’ ସେବା ଆରମ୍ଭ

ନୂଆଦିଲ୍ଲୀ: ସେଣ୍ଟ୍ରାଲ ଦିଲ୍ଲୀର ଲୋହାମଣ୍ଡିରେ ରହୁଥିବ ଦିନ ମଜୁରିଆଙ୍କ ଘରେ ଭ୍ୟାକ୍ସିନ ପହଞ୍ଚାଇବା ପାଇଁ ‘ଭ୍ୟାକ୍ସିନେସନ ଅନ୍ ହ୍ୱିଲ୍‌’ ସେବା ଯୋଜନାକୁ ଲଞ୍ଚ କରାଯାଇଛି । ଏହି ଯୋଜନାରେ ପ୍ରତିଦିନ ୧୫୦ ଜଣ ଲୋକଙ୍କୁ ବିନା ବୁକିଂରେ ଟିକା ଯୋଗାଇ ଦିଆଯିବ ।

ତୃତୀୟ ଲହର ଆସିବା ଆଶଙ୍କାରେ ସବୁ ରାଜ୍ୟରେ ବର୍ତ୍ତମାନ ଭ୍ୟାକ୍ସିନେସନକୁ ଜୋରଦାର କରିଦିଆଯାଇଛି । ସେହିପରି ଦିଲ୍ଲୀ ସରକାର ମଧ୍ୟ ଭ୍ୟାକ୍ସିନେସନକୁ ତ୍ୱରାନିତ କରିବା ପାଇଁ ‘ଭ୍ୟାକ୍ସିନେସନ ଅନ୍ ହ୍ୱିଲ୍‌’ ସେବାର ଉନ୍ମୋଚନ କରିଛନ୍ତି । ସେଣ୍ଟ୍ରାଲ ଦିଲ୍ଲୀର ଲୋହା ମଣ୍ଡିରେ ରହୁଥିବା ମଜୁରିଆଙ୍କ ଘର ପର୍ଯ୍ୟନ୍ତ ଟିକା ପହଞ୍ଚେଇବା ପାଇଁ ‘ଭ୍ୟାକ୍ସିନେସନ ଅନ୍ ହ୍ୱିଲ୍‌’ ସେବାକୁ ଲଞ୍ଚ କରାଯାଇଛି । ଏହି ବ୍ୟବସ୍ଥାରେ ପ୍ରତିଦିନ ୧୫୦ ଲୋକଙ୍କୁ ବିନା ଆପଏଣ୍ଟମେଣ୍ଟରେ ଭ୍ୟାକ୍ସିନ ଦିଆଯାଇପାରିବ ।

ଆମ୍ ଆଦମି ପାର୍ଟିର ବିଧାୟକ ରାଘବ ଚଢା ଏନେଇ କହିଛନ୍ତି, ପ୍ରତି ବ୍ୟକ୍ତଙ୍କ ପାଖରେ ଭ୍ୟାକ୍ସିନ ପହଞ୍ଚେଇବା ହେଉଛି ସରକାରଙ୍କ ଲକ୍ଷ୍ୟ । ଲୋକମାନଙ୍କ ପାଖରେ ସ୍ମାର୍ଟ ଫୋନ ନଥିବାରୁ ନିକଟସ୍ଥ ଭ୍ୟାକ୍ସିନ ସେଣ୍ଟରରେ ମଧ୍ୟ ଟୀକାକରଣ ପାଇଁ ଯାଇପାରୁ ନାହାଁନ୍ତି । ଏହି ସମସ୍ୟାରୁ ମୁକୁଳିବା ପାଇଁ ସରକାର ଏପରି ବିଶେଷ ଯୋଜନାର ଆରମ୍ଭ କରଛନ୍ତି । ସ୍ମାର୍ଟଫୋନ ନଥିବାରୁ ଜାଗରୁକତାର ଲୋହା ମଣ୍ଡିରେ ରହୁଥିବା ଦିନମଜୁରିଆମାନେ ଏ ପର୍ଯ୍ୟନ୍ତ ଭ୍ୟାକ୍ସିନ ନେଇନାହାଁନ୍ତି ।

 ସେପ୍ଟେମ୍ୱରରୁ ଆରମ୍ଭ ହେଉଥିବା ଏହି ଯୋଜନାରେ ପ୍ରତିଦିନ ୧୫୦ ଜଣ ଲୋକଙ୍କୁ ବିନା ବୁକିଂରେ ଭ୍ୟାକ୍ସିନ ଦିଆଯାଇପାରିବ । ଆପ୍‌ର କାର୍ଯ୍ୟକର୍ତ୍ତାମାନେ ଘରକୁ ଘର ବୁଲି ଭ୍ୟାକ୍ସିନ ଲଗାଇବା ପାଇଁ ପ୍ରୋତ୍ସାହିତ କରିବେ ।