• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Rajalaxmi Sahoo

ନୂଆଦିଲ୍ଲୀ: ଗୁଜରାଟର ମୁନ୍ଦ୍ରା ବନ୍ଦର ପରେ ଏବେ ଦିଲ୍ଲୀ ଓ ଉତ୍ତର ପ୍ରଦେଶର ନୋଏଡାରୁ ବିପୁଳ ପରିମାଣର ହେରୋଇନ ଓ କୋକିନ ଜବତ ହୋଇଛି। କିଛି ଦିନ ପୂର୍ବେ ଗୁଜରାଟର ମୁନ୍ଦ୍ରା ବନ୍ଦରରୁ DRI(Directorate of Revenue Intelligence) ୩,୦୦୦ କିଲୋର ହେରୋଇନ ଜବତ କରିଥିଲା। ଏବେ ଦିଲ୍ଲୀ ଓ ନୋଏଡାରୁ କୋକିନ ସମେତ ୩୭ କି.ଗ୍ରାର ଡ୍ରଗ୍ସ ଜବତ ହୋଇଛି। ଏହି ଘଟଣାରେ ୮ ଜଣଙ୍କୁ ଗିରଫ କରାଯାଇଛି। ଏମାନଙ୍କ ମଧ୍ୟରେ ଆଫଗାନ ଓ ଉଜବେକିସ୍ତାନର ନାଗରିକ ମଧ୍ୟ ଅଛନ୍ତି।

ସୂଚନା ଅନୁସାରେ, ଦିଲ୍ଲୀ, ନୋଏଡା(ଉତ୍ତର ପ୍ରଦେଶ), ଚେନ୍ନାଇ, କୋଏମ୍ବାଟୁର, ଅହମଦାବାଦ, ମାଣ୍ଡଭୀ, ଗାନ୍ଧିଧାମ ଓ ବିଜୟୱାଡାରେ ଯାଞ୍ଚ କରିଥିଲେ। ଏହି ସମୟରେ ଦିଲ୍ଲୀର ଗୋଟିଏ ଗୋଦାମରୁ ୧୬.୧ କେଜିର ହେରୋଇନ ଓ ନୋଏଡାରୁ ୧୦.୨ କେଜି ଓଜନର କୋକିନ ଏବଂ ୧୧ କେଜିର ସନ୍ଦିଗ୍ଧ ହେରୋଇନ ଜବତ ହୋଇଥିଲା।

ଏହି ଘଟଣାରେ ୪ ଜଣ ଆଫଗାନ, ଜଣେ ଉଜବେକିସ୍ତାନ ଓ ୩ ଜଣ ଭାରତୀୟ ନାଗରିକଙ୍କୁ ଗିରଫ କରାଯାଇଛି। ଗିରଫ ଭାରତୀୟମାନେ ଆମଦାନୀ ଓ ରପ୍ତାନୀ ପାଇଁ ନିଜ ପାଖରେ ଗୋଟିଏ ଆଇସି କୋଡ ରଖିଥିଲେ। ଏବେ ଘଟଣାର ଅଧିକ ତଦନ୍ତ କରାଯାଉଛି। ଜଣେ ବ୍ୟକ୍ତିଙ୍କୁ ଚେନ୍ନାଇରୁ ଗିରଫ କରାଯାଇଥିବା ଜଣାପଡ଼ିଛି।