• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

News Highlights

  • ଏକ୍ସରେ କରିବା ପରେ ସୁନା ଚୋରା ଚାଲାଣକାରୀ ଧରାପଡ଼ିଲା 

  • ଚୋର ଠାରୁ ୯୦୦ଗ୍ରାମରୁ ଅଧିକ ଓଜନର ସୁନା ଜବତ କରାଯାଇଛି

ଇମ୍ପାଲ୍ : ପେଟରେ ସୁନା ଲୁଚାଇ ନେଉଥିବା ବେଳେ ଧରାପଡ଼ିଲା ଚୋର । ଏକ୍ସରେ ରିପୋର୍ଟରେ ବାହାରିଲା ସତ । ଇମ୍ଫାଲ ବିମାନବନ୍ଦରରେ CISF ଏବଂ କଷ୍ଟମର ବରିଷ୍ଠ ଅଧିକାରୀ ଜଣେ ବଡ ସୁନା ଚୋରା ଚାଲାଣକାରୀଙ୍କୁ ଗିରଫ କରିଛନ୍ତି । ତେବେ ଚୋର ଠାରୁ ୯୦୦ଗ୍ରାମରୁ ଅଧିକ ଓଜନ ବିଶିଷ୍ଟ ସୁନା ଜବତ କରାଯାଇଛି, ଯାହାର ମୂଲ୍ୟ ପ୍ରାୟ ୪୨ ଲକ୍ଷରୁ ଅଧିକ । ପେଟର ଲୁଚାଇ ନେଉଯାଉଥିବା ବେଳେ ପୋଲିସ ଉଦ୍ଧାର ଅଭିଯୁକ୍ତକୁ ଧରିଛି ।

ସୁନା ଚୋରା କାରବାରରେ ଧରାପଡିଥିବା ଅଭିଯୁକ୍ତ ଇମ୍ଫାଲରୁ ଦିଲ୍ଲୀ ଅଭିମୁଖେ ବାହାରିଲା । ପ୍ରାୟ ୯୦୦ ଗ୍ରାମ ଓଜନର ସୁନା ପେଷ୍ଟକୁ ପେଟ ଭିତରେ ଲୁଚାଇ ନେଇଯାଉଥିଲେ । ଯାଂଚ ସମୟରେ ପେଟ ଭିତରେ ପ୍ରାୟ ୯୦୮.୬୮ ଗ୍ରାମ ଓଜନ ବିଶିଷ୍ଟ ଚାରୋଟି ପ୍ୟାକେଟ୍ ସୁନା ପେଷ୍ଟ ଥିବା ଜାଣିପାରିଥିଲେ ସିଏସ୍ଏଫ୍ ଏବଂ କଷ୍ଟମ୍ ଅଧିକାରୀ ।

ଗିରଫ ଯାତ୍ରୀଙ୍କ ନାମ ମହମ୍ମଦ ସରିଫ ବୋଲି କୁହାଯାଉଛି। ଅଭିଯୁକ୍ତ ଯାତ୍ରୀ କେରଳର କୋଝିକୋଡେ ବାସିନ୍ଦା । ଅଭିଯୁକ୍ତ ଅପରାହ୍ନ ୨.୪୦ରେ ବିମାନରେ ଇମ୍ଫାଲରୁ ଦିଲ୍ଲୀ ଯାଉଥିଲା । ତେବେ ଜଣେ ଅଧିକାରୀ କହିଛନ୍ତି ଯାଂଚ ସମୟରେ ତାଙ୍କୁ ପଚରାଉଚରା କରାଯାଇଥିଲା, କିନ୍ତୁ ସେ ସନ୍ତୋଷଜନକ ଉତ୍ତର ଦେଇପାରିନଥିଲେ ।

ଏହା ପରେ ତାଙ୍କୁ ଡାକ୍ତରୀ ପରୀକ୍ଷା ପାଇଁ ନିଆଯାଇଥିଲା । ଆଉ ତା’ପରେ ତାଙ୍କର ଶରୀର ଏକ୍ସ-ରେ କରାଯାଇଥିଲା। ଏକ୍ସ-ରେ ଯାତ୍ରୀଙ୍କ ପେଟ ଭିତରେ ସୁନା ପେଷ୍ଟ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଗଲେ । ସୁନା ପେଷ୍ଟ ପାଇବା ପରେ ଯାତ୍ରୀ ଦୋଷ ସ୍ୱୀକାର କରିଛନ୍ତି । ପରେ ଆଗାମୀ କାର୍ଯ୍ୟାନୁଷ୍ଠାନ ପାଇଁ ଯାତ୍ରୀଙ୍କୁ କଷ୍ଟମ୍ ଏବଂ ସିଏସ୍ଏଫକୁ ହସ୍ତାନ୍ତର କରାଯାଇଥିଲା।