• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

News Highlights

  • ଶକ୍ତି ଧାର ଆଣି ଭାରତର ରେଜିଓନାଲ ପାୱାର ହେବାର ସ୍ୱପ୍ନ ପୂରଣ ହେବ ନାହିଁ ।

  • ଏଥିପାଇଁ ଲୋଡ଼ା ସ୍ୱଦେଶୀ ଜ୍ଞାନ କୌଶଳ ।

  • ଆଗକୁ ମୁହାଁ ମୁହିଁ ନହୋଇ ଯୁଦ୍ଧ ହେବ ।

ନୂଆଦିଲ୍ଲୀ: ଗୋଟିଏ ପଟେ ଆଫଗାନିସ୍ତାନରେ ତାଲିବାନ କବ୍‌ଜା କରିବା ପରେ ଭାରତ ପାଇଁ ବିପଦ ଆଶଙ୍କା କରାଯାଉଛି । ଆଉ କୌଣସି ବି ଆତଙ୍କବାଦୀ କାର୍ଯ୍ୟକଳାପକୁ ମୁହଁ ତୋଡ଼ ଜବାବ ଦେବା ପାଇଁ ଭାରତ ପ୍ରସ୍ତୁତ ହେଉଛି । ଆଉ ଏହାରି ଭିତରେ ସିଡିଏସ୍‌ ଜେନେରାଲ ବିପିନ ରାୱତ ଏକ ବଡ଼ ବୟାନ ଦେଇଛନ୍ତି ।

ଆତ୍ମନିର୍ଭରଶୀଳ ଭାରତକୁ ସମର୍ଥନ କରିବାକୁ ଯାଇ ସିଡିଏସ୍ ଜେନେରାଲ୍ ବିପିନ ରାୱତ କହିଛନ୍ତି ଯେ, ବାହାରୁ ଶକ୍ତି ଧାର ଆଣି ଭାରତର ରେଜିଓନାଲ ପାୱାର ହେବାର ସ୍ୱପ୍ନ କେବେ ବି ପୂରଣ ହୋଇପାରିବ ନାହିଁ । ସେ କହିଛନ୍ତି ଯେ, ଆଜିର ସମୟରେ ଯେଉଁ ପ୍ରକାର ପରିସ୍ଥିତି ସୃଷ୍ଟି ହେଉଛି, ତାକୁ ଦେଖିବା ପରେ ଦେଶକୁ ସ୍ୱଦେଶୀ ଅସ୍ତ୍ରଶସ୍ତ୍ର ଏବଂ ପ୍ରଯୁକ୍ତିବିଦ୍ୟା ଆବଶ୍ୟକ । ଏବିଷୟରେ ଆମକୁ ଗମ୍ଭୀରତାର ସହ ଚିନ୍ତା କରିବା ଆବଶ୍ୟକ ।

ଇନଷ୍ଟିଚ୍ୟୁସନ୍ ଅଫ୍ ଇଲେକ୍ଟ୍ରୋନିକ୍ସ ଏବଂ ଟେଲିକମ୍ୟୁନିକେସନ ଇଞ୍ଜିନିୟର୍ସ (IETE) ଦ୍ୱାରା ଆୟୋଜିତ ଏକ IETE ଇନୋଭେଟର୍ସ-ଇଣ୍ଡଷ୍ଟ୍ରି ମିଟ୍‌ରେ ଅଂଶଗ୍ରହଣ କରି ବିପିନ ରାୱତ କହିଛନ୍ତି ଯେ, ଯଦି ଭାରତକୁ ଏକ ଆଞ୍ଚଳିକ ଶକ୍ତି ହେବାର ଅଛି ତେବେ ଶକ୍ତି ବାହାରୁ ମାଗି ଆଣିବା ଦ୍ୱାରା ଏହି ସ୍ୱପ୍ନ କେବେ ବି ପୁରଣ ହୋଇପାରିବ ନାହିଁ । ଯୁଦ୍ଧରେ ଜିତିବା ପାଇଁ ହେଲେ ଦେଶକୁ ଏବେ ସ୍ୱଦେଶୀ ଅସ୍ତ୍ରଶସ୍ତ୍ର ଏବଂ ପ୍ରଯୁକ୍ତିବିଦ୍ୟା ଆବଶ୍ୟକ ।

ଜେନେରାଲ ରାୱତ କହିଛନ୍ତି ଯେ, ଯଦି ଆମେ ଅନ୍ୟ ଦେଶ ସହ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଚାହୁଁ, ତେବେ ପ୍ରତିରକ୍ଷା ଉପକରଣ ଆମଦାନୀ ଉପରେ ଆମର ନିର୍ଭରଶୀଳତାକୁ ବନ୍ଦ କରିବାକୁ ପଡିବ । ଯେକୌଣସି ଯୁଦ୍ଧରେ ଜିତିବା ପାଇଁ ସ୍ୱଦେଶୀକରଣ ହେଉଛି ମୁଖ୍ୟ ରାସ୍ତା । ଆଞ୍ଚଳିକ ଶକ୍ତି ହେବା ପାଇଁ ଆମ ଦେଶର ଯେଉଁ ଆକାଂକ୍ଷା ରହିଛି ତାହା ଧାର ଆଣିଥିବା ଶକ୍ତି ଉପରେ ନିର୍ଭର କଲେ ପୁରଣ ହୋଇପାରିବ ନାହିଁ । ଭାରତକୁ ଏବେ ଯେକୌଣସି ଯୁଦ୍ଧରେ ବି ଜିତିବାକୁ ହୁଏ, ତା’ହେଲେ ନିଜ ଷ୍ଟାଇଲର ଲଢ଼ିବାକୁ ହେବ।

ସିଡିଏସ୍‌ ବିପିନ ରାୱତ ଆହୁରି କହିଛନ୍ତି ଯେ, ସୂଚନା ଏବଂ ପ୍ରଯୁକ୍ତିବିଦ୍ୟାରେ ପରିବର୍ତ୍ତନ ଯୁଦ୍ଧର ମୌଳିକ ଚରିତ୍ରକୁ ବଦଳାଇ ଦେଉଛି । ଆଗାମୀ ସମୟରେ ମୁହାଁମୁହିଁ ନହୋଇ ଯୁଦ୍ଧ ହେବ । ସେ କହିଛନ୍ତି ଯେ, ଆଗାମୀ ଦିନରେ ଆସୁଥିବା ଏହି ପରିବର୍ତ୍ତନକୁ ଦୃଷ୍ଟିରେ ରଖି ଆମକୁ ମଧ୍ୟ ପ୍ରସ୍ତୁତ ରହିବାକୁ ହେବ। ତେଣୁ ଏଥିପାଇଁ ସ୍ୱଦେଶୀ ଜ୍ଞାନକୌଶଳକୁ ବୃଦ୍ଧି କରିବା ଆବଶ୍ୟକ ।