• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଆଗକୁ ହେବାକୁ ଥିବା ରାଜ୍ୟସଭା ଉପନିର୍ବାଚନ ପାଇଁ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି ବିଜେପି । ଆସାମ ପାଇଁ ମନ୍ତ୍ରୀ ସର୍ବାନନ୍ଦ ସୋନଓ୍ୱାଲଙ୍କୁ ପ୍ରାର୍ଥୀ ଭାବେ ଦଳ ବାଛିଥିବା ବେଳେ ମଧ୍ୟପ୍ରଦେଶରୁ ଏଲ ମୁରୁଗନ୍‌ଙ୍କୁ ପ୍ରାର୍ଥୀ କରିଛି ବିଜେପି । ଦଳର କେନ୍ଦ୍ରୀୟ ର୍ନିବାଚନ କମିଟିର ଅନୁମୋଦନ ପରେ ଆନୁଷ୍ଠାନିକ ଭାବେ ଏହି ନାଁ ଘୋଷଣା କରାଯାଇଛି ।

ସର୍ବାନନ୍ଦ ସୋନଓ୍ୱାଲ ଆସାମର ମୁଖ୍ୟମନ୍ତ୍ରୀ ଥିଲେ । ବିଧାନସଭା ର୍ନିବାଚନ ଜିତିବା ପରେ ସେ ହାଇକମାଣ୍ଡଙ୍କ ନିର୍ଦ୍ଦେଶରେ ମୁଖ୍ୟମନ୍ତ୍ରୀ ପଦ ଛାଡିଥିଲେ । ପରେ ତାଙ୍କୁ ମୋଦି ସରକାରରେ କ୍ୟାବିନେଟ ମନ୍ତ୍ରୀ ପଦ ମିଳିଥିଲା ।

କିଛି ଦିନ ପୂର୍ବରୁ ସର୍ବାନନ୍ଦ ସୋନଓ୍ୱାଲଙ୍କ ସ୍ଥାନରେ ହିମନ୍ତ ବିଶ୍ୱଶର୍ମା ହୋଇଥିଲେ ମୁଖ୍ୟମନ୍ତ୍ରୀ । ଗୌହାଟୀରେ ବସିଥିବା ବିଧାୟକ ଦଳ ବୈଠକରେ ସୋନଓ୍ୱାଲ, ବିଶ୍ୱଶର୍ମାଙ୍କ ନାଁ ସୁପାରିଶ କରିଥିଲେ । ଯାହା ସର୍ବସମ୍ମତିରେ ଅନୁମୋଦିତ ହୋଇଥିଲା । ବିଧାୟକ ଦଳ ବୈଠକରେ ଆସାମ ବିଜେପି ପ୍ରଭାରୀ ବୈଜୟନ୍ତ ପଣ୍ଡା, କେନ୍ଦ୍ରମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର, ରାଷ୍ଟ୍ରୀୟ ସଂଗଠନ ସଂପାଦକ ବି.ଏଲ୍. ସନ୍ତୋଷ ଏବଂ ଅଜୟ ଜାମୱାଲ୍ ପ୍ରମୁଖ ଉପସ୍ଥିତ ଥିଲେ ।

୨୦୧୫ରେ କଂଗ୍ରେସକୁ ବାଏ ବାଏ କହି ବିଜେପିରେ ସାମିଲ ହୋଇଥିଲେ ହିମନ୍ତ ବିଶ୍ୱଶର୍ମା । ତାଙ୍କ ଗୋଟି ଚାଳନାରେ ୨୦୧୬ରେ ଆସାମରେ ଦଳ ଚମକପ୍ରଦ ବିଜୟ ହାସଲ କରିଥିଲା । ତେବେ କେନ୍ଦ୍ର କ୍ରୀଡାମନ୍ତ୍ରୀ ଥିବା ସୋନଓ୍ୱାଲଙ୍କୁ ସେତେବେଳେ ମୁଖ୍ୟମନ୍ତ୍ରୀ ପଦ ମିଳିଥିଲା । ଅନ୍ୟପକ୍ଷରେ ପୂର୍ବରୁ ବିଜେପି କ୍ଷମତାରେ ଥିବା ମୁଖ୍ୟମନ୍ତ୍ରୀଙ୍କୁ ପ୍ରୋଜେକ୍ଟ କରୁଥିବା ବେଳେ ଗତ ନିର୍ବାଚନରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଥିଲା ।  ତେଣୁ ମୂଳରୁ ହିଁ ରାଜ୍ୟରେ ନେତୃତ୍ୱ ପରିବର୍ତ୍ତନ ହେବାର ଆଭାସ ମିଳିସାରିଥିଲା । 

ସର୍ବାନନ୍ଦ ୩୧ ଅକ୍ଟୋବର ୧୯୬୨ରେ ଜନ୍ମ ଗ୍ରହଣ କରିଥିଲେ । ସେ ନିଜର ରାଜନୈତିକ କ୍ୟାରିୟର ଆସାମରୁ ହିଁ ଆରମ୍ଭ କରିଥିଲେ । ସେ ଏବେ କେନ୍ଦ୍ରମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଉଛନ୍ତି । ସେ ଆସା ବିଜେପି ରାଜ୍ୟ ସଭାପତି ଭାବେ ମଧ୍ୟ ସଫଳତାର ସହ ଦାୟିତ୍ୱ ନିର୍ବାହ କରି ସାରିଚନ୍ତି । ସେ ୨୦୧୨ରୁ ୨୦୧୪ ପର୍ଯ୍ୟନ୍ତ ରାଜ୍ୟ ସଭାପତି ଭାବେ ଦାୟିତ୍ୱ ତୁଲାଇଥିବା ବେଳେ ପୁଣି ୨୦୧୫ରୁ ୨୦୧୬ ପର୍ଯ୍ୟନ୍ତ ଆସାମ ଭାର ତାଙ୍କୁ ଦିଆଯାଇଥିଲା । ସବୁଠୁ ବଡ଼ କଥା ହେଲା ସେ ଆସାମରେ ବିଜେପି ପକ୍ଷରୁ ପ୍ରଥମ ମୁଖ୍ୟମନ୍ତ୍ରୀ । ତେବେ ୭ ଜୁଲାଇ ୨୦୨୧ରେ ମୋଦିଙ୍କ କ୍ୟାବିନେଟରେ ସ୍ଥାନ ପାଇଲେ । ଏହା ପୂର୍ବରୁ ସେ ମୁଖ୍ୟମନ୍ତ୍ରୀ ପଦ ଛାଡ଼ିଥିଲେ ।