• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ହରିଆଣା-ଦିଲ୍ଲୀ ସିଂଘୁ ସୀମାରେ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର । ଯେଉଁ ସ୍ଥାନରେ କୃଷକମାନେ ଆନ୍ଦୋଳନ କରୁଛନ୍ତି ଠିକ୍‌ ସେହି ସ୍ଥାନରୁ ହିଁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି । ଉକ୍ତ ଯୁବକଙ୍କ ହାତ କଟାଯାଇଥିବା ଦେଖାଯାଇଛି । ଓଲଟି ପଡ଼ିଥିବା ପୋଲିସ ବ୍ୟାରିକେଡ୍‌ରେ ଶବଟି ଝୁଲୁଥିବା ଦେଖିବାକୁ ମିଳିଥିଲା । ଭୋର୍ ୫ଟା ବେଳେ ଗୋଡ଼ ଓ ହାତ କଟାଯାଇଥିବା ଜଣେ ୩୫ ବର୍ଷିୟ ଯୁବକଙ୍କ ମୃତଦେହ ମିଳିବା ପରେ ଉତ୍ତେଜନା ଦେଖା ଦେଇଥିଲା । ତେବେ ଯୁବକଙ୍କୁ କିଏ ହତ୍ୟା କରିଛି, କାହିଁକି ହତ୍ୟା କରିଛି, ସେନେଇ କିଛି ଜଣାପଡ଼ିନି । ଅଜଣା ବ୍ୟକ୍ତିଙ୍କ ନାଁରେ ମାମଲା ରୁଜୁ କରି ପୋଲିସ ତଦନ୍ତ କରୁଛି ।

ପୋଲିସର ସୂଚନା ଅନୁସାରେ ମୃତ ଯୁବକ ଜଣକ ତରନ ଜିଲ୍ଲାର ଲଖବୀର ସିଂହ ଓ ସେ ଜଣେ ଶ୍ରମିକ ଭାବେ କାମ କରୁଥିଲେ । ଭଉଣୀ, ସ୍ତ୍ରୀ ଓ ୩ ଝିଅଙ୍କ ସହ ରହୁଥିଲେ ବୋଲି ପୋଲିସ କହିଛି । ତେବେ ଯୁବକଙ୍କ ମୃତ୍ୟୁ ପାଇଁ ନିହାଙ୍ଗ ସଂପ୍ରଦାୟକୁ ଦାୟୀ କରାଯାଉଛି । ଧର୍ମୀୟ ଭାବନାକୁ ଆଘାତ ଦେବାରୁ ଲଖବୀରଙ୍କୁ ପିଟିପିଟି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି ।

ସିଂଘୁ ସୀମାର ଆନ୍ଦୋଳନ ସ୍ଥଳରେ ଲଖବୀରଙ୍କୁ ହତ୍ୟା କରାଯିବାକୁ ଆନ୍ଦୋଳନରତ କୃଷକମାନେ ନିନ୍ଦା କରିଛନ୍ତି । ତେବେ ମୃତ ଲଖବୀର କିମ୍ବା ନିହୋଙ୍ଗାଙ୍କ ସହ କୃଷକ ସଂଗଠନର କୌଣସି ସଂପର୍କ ନାହିଁ ବୋଲି ଆନ୍ଦୋଳନରତ ଚାଷୀ କହିଛନ୍ତି । କୌଣସି ଧର୍ମର ନୀତି ବା ଭାବନାକୁ ଆଘାତ ଦେବା ବିରୋଧରେ ସବୁବେଳେ କୃଷକ ମୋର୍ଚ୍ଚା ରହି ଆସିଛି । ହେଲେ ବି ଆଇନକୁ ହାତକୁ ନେବାକୁ ସଂଗଠନ କେବେ ବି ପ୍ରଶ୍ରୟ ଦିଏନାହିଁ ବୋଲି କୁହାଯାଇଛି ।