• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pramod Behera

News Highlights

  • ଉପହାସକୁ ନ ଥିଲା ଖାତିର

  • ନିଜର ଲକ୍ଷ ସଫଳତାରେ ପହଞ୍ଚାଇଲା

ଜୟପୁର : ଉପହାସ କରୁଥିଲେ ଗାଁ ଲୋକେ । ହେଲେ ନିଜ ଲକ୍ଷ୍ୟ ପଥରୁ ଓହରି ନ ଥିଲେ । ଫଳରେ ଆଜି ସେ ସଫଳତା ସ୍ୱାଦ ଚାଖିବାକୁ ଯାଉଛନ୍ତି। ପ୍ରଥମ ମହିଳା କ୍ରିକେଟ ଖେଳାଳିଭାବେ ଏବେ ଜିଲ୍ଲା ପାଇଁ ଖେଳିବେ। ସେ ରାଜସ୍ଥାନ ବାଡମେରର ଏକ ଛୋଟ ଗାଁ କାନାସରର ଅନୀସା ବାନୋ ମେହତ । ଗତ ଅଗଷ୍ଟ ୨୭ ତାରିଖରେ ଜୟପୁରରେ ହେଉଥିବା ସବାଇ ମାନ ସିଂ ଷ୍ଟାଡିୟମରେ ଖେଳାଯାଉଥିବା ଟ୍ରାଏଲ ମ୍ୟାଚ୍‌ରେ ଅନୀସାଙ୍କୁ ଭଲ ବୋଲର ଭାବେ ଚୟନ କରାଯାଇଛି । ତେଣୁ ସେ ରାଜସ୍ଥାନ କ୍ରିଟେଟ୍ ଟିମ୍‌ ତରଫରୁ ଚ୍ୟାଲେଞ୍ଜର କ୍ରିକେଟ ଟ୍ରଫି-୧୯ରେ ଖେଳିବେ । ଜିଲ୍ଲାର ପ୍ରଥମ ଝିଅ ଅନୀସା ଯିଏ ଷ୍ଟେଟ୍ ଟିମ୍ ପାଇଁ କ୍ରିକେଟ୍ ଖେଳିବ । ଏପର୍ଯ୍ୟନ୍ତ ତାଙ୍କ ଜୀବନ ଯାତ୍ରା କୌଣସି ଫିଲ୍ମ ଷ୍ଟୋରୀରୁ କମ୍‌ ହେବନି ।

ଅନୀସାଙ୍କ ଗାଁ କାନାସର ଏକ ଛୋଟ। ଏଠାରେ ଲୋକେ ଗାଈ-ଗୋରୁ ଛଡା ଛେଳି ଓ ମେଣ୍ଢା ମଧ୍ୟ ରଖିଥାନ୍ତି । ତେଣୁ ସେ ସ୍କୁଲରୁ ଘରକୁ ଫେରି, ଗାଈ ଛେଳି ଚରାଇବା ପାଇଁ କ୍ଷେତକୁ ଯାଇଥାନ୍ତି । କ୍ରିକେଟ୍ ମ୍ୟାଚ୍ ଦେଖିବା ଅନୀସାଙ୍କ ପ୍ରଥମରୁ ହିଁ ସଉକ ଥିଲା । ଏଥିପାଇଁ ଗାଁରେ ହେଉଥିବା ଟୁର୍ଣ୍ଣାମେଣ୍ଟ ଗୁଡିକ ଦେଖିବା ପାଇଁ ସେ ମ୍ୟାଚ୍‌ର ବାଉଣ୍ଡ୍ରିରେ ବସନ୍ତି । ଅନୀସା ଯେତେବେଳେ ଅନୁଭବ କଲେ କି ସେ ଭଲ ଖେଳିପାରିବେ, ସେ ତାଙ୍କ ଭାଇ ଓ ଗାଁର ଛୁଆମାନଙ୍କ ସହ କ୍ରିକେଟ୍ ଖେଳିବା ଆରମ୍ଭ କରିଥିଲେ । ୪ ବର୍ଷ ପର୍ଯ୍ୟନ୍ତ ସେ ଗାଁର କ୍ଷେତରେ କ୍ରିକେଟ୍ ପ୍ରାକ୍ଟିସ କରିଥିଲେ । ତାଙ୍କ ଭାଇ ଚ୍ୟାଲେଞ୍ଜର କ୍ରିକେଟ ଟ୍ରଫି-୧୯ କଥା ଜାଣିବା ମାତ୍ରେ ହିଁ ଅନୀସାଙ୍କ ନାଁ ରେଜିଷ୍ଟର କରିଦେଇଥିଲେ ।

ଚ୍ୟାଲେଞ୍ଜର କ୍ରିକେଟ ଟ୍ରଫି-୧୯ରେ ଅନୀସାଙ୍କ ସିଲେକ୍ସନ ପ୍ରଥମେ ଟପ୍ ୩୦ ପ୍ଲେୟରଙ୍କ ମଧ୍ୟରେ ହୋଇଥିଲା । ତା’ପରେ ଦ୍ୱିତୀୟ ଟ୍ରାଏଲରେ ଟପ୍ ୧୫ ଖେଳାଳିଙ୍କ ମଧ୍ୟରେ ତାଙ୍କ ସିଲେକ୍ସନ ହୋଇଥିଲା । ଅନିସା କହିଛନ୍ତି ଯେ, “ଘରେ ପିଲାବେଳୁ ବାପା ଓ ଭାଇଙ୍କୁ କ୍ରିକେଟ୍ ଦେଖିବାର ଦେଖିଆସୁଛି । ଯାହାପରେ ମୁଁ ବି ତାଙ୍କ ସହ ମ୍ୟାଚ୍ ଦେଖିବା ପାଇଁ ବସିଯାଏ । ଏହାରି ମଧ୍ୟରେ ମୁଁ କ୍ରିକେଟ୍ ଖେଳିବା ପ୍ରାକ୍ଟିସ ଆରମ୍ଭ କରିଥିଲି । ବିପରୀତ ପରିସ୍ଥିତିରେ ନିଜ ଉପରେ ଭରସା ରଖି ତାକୁ ନିଜର ଶକ୍ତି ବନାଇଥିଲି । ବର୍ତ୍ତମାନ ରାଜସ୍ଥାନ କ୍ରିଟେଟ୍ ଟିମ୍‌ରେ ଚୟନ ହେବା ମୋ ପାଇଁ କେଉଁ ସ୍ୱପ୍ନଠାରୁ କମ୍‌ ନୁହେଁ ।”

ଅନୀସାଙ୍କ ବାପା ୟାକୁବ ଖାନ୍‌ ପେଶାରେ ଜଣେ ଓକିଲ । ଏନେଇ ସେ କହିଛନ୍ତି, “ଗ୍ରାଉଣ୍ଡ ଓ ଖେଳିବା ପାଇଁ ସୁବିଧା ନ ଥିବାରୁ ସେ ଅନୀସାଙ୍କୁ ପାଠ ପଢାରେ ଧ୍ୟାନ ଦେବା ପାଇଁ ଅନେକ ଥର ବୁଝାନ୍ତି । ଏହା ସହ ଗାଁ ଲୋକମାନେ ମଧ୍ୟ ଅନେକ ଉପହାସ କରି କୁହନ୍ତି, ଝିଅକୁ ପୁଅମାନଙ୍କ ସହ କାହିଁକି ଖେଳିବାକୁ ଅନୁମତି ଦେଉଛ। ହେଲେ ଅନିସା ନିଜ ଜିଦିରେ ଅଟଳ ରହିଥିଲେ । ସେ କ୍ରିକେଟ୍ ଛାଡିବା ପାଇଁ ପ୍ରସ୍ତୁତ ନ ଥିଲେ । ଏହି ମନୋବଳ ତାକୁ ଷ୍ଟେଟ୍ ଲେବଲ୍‌ ପର୍ଯ୍ୟନ୍ତ ପହଞ୍ଚାଇପାରିଛି ।”