• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

News Highlights

  • ଆବର୍ଜନାରୁ ତିଆରି କଲେ ଆଇରନ୍‌ ମ୍ୟାନ୍‌ ସୁଟ୍‌ 

  •  ଆଇରନ୍‌ ମ୍ୟାନ୍‌ ସୁଟ୍‌ ତିଆରି କରି ପ୍ରଶଂସା ସାଉଁଟିଲେ ମଣିପୁର ଯୁବକ

ନୂଆଦିଲ୍ଲୀ: ଆବର୍ଜନାରୁ ତିଆରି କଲେ ଆଇରନ୍‌ ମ୍ୟାନ୍‌ ସୁଟ୍‌ । ମଣିପୁରର ଯୁବକ ପ୍ରେମ୍‌ ଏଭଳି ଏକ ନିଆରା କଳାକୃତି କରି ଏବେ ଚର୍ଚ୍ଚାର ପରିଧିକୁ ଆସିଛନ୍ତି । ସୋସିଆଲ୍‌ ମିଡିଆରେ ଯୁବକଙ୍କ ଏକ ଭିଡିଓ ଖୁବ୍ ଭାଇରାଲ୍‌ ହେବାରେ ଲାଗିଛି । ଯେଉଁଥିରେ ସେ ଆଇରନ୍‌ ମ୍ୟାନ୍‌ର ମାକ୍ସ ପିନ୍ଧିଥିବାର ଦେଖିବାକୁ ମିଳିଥିଲା । ସେ ଏହି ମାକ୍ସଟିକୁ ସେ ଆବର୍ଜନା ବସ୍ତୁ ତଥା ଜଙ୍କ୍‌ ଲାଗିଥିବା ଲୁହା ଆଦିରୁ ତିଆରି କରିଛନ୍ତି । ତାଙ୍କର ଏହି ନିଆରା ପ୍ରତିଭାକୁ ଦେଖି ବିଶିଷ୍ଟ ଶିଳ୍ପପତି ଆନନ୍ଦ ମହିନ୍ଦ୍ରା ମଧ୍ୟ ପ୍ରେମ୍‌ର ସାହାୟତା କରିବାକୁ ଆଗେଇ ଆସିଛନ୍ତି । ସେଥିପାଇଁ ମହିନ୍ଦ୍ରା କମ୍ପାନୀର ଏକ ଟିମ୍‌ ଯୁବକଟିକୁ ସାକ୍ଷାତ କରିବା ପାଇଁ ତାଙ୍କ ଘରେ ପହଞ୍ଚିଥିଲେ । ଟିମ୍‌ ଅଧିକାରୀମାନେ ପ୍ରେମ୍‌ ସହ ସାକ୍ଷାତ କରିବାସହ ପ୍ରେମ୍‌ ଓ ତାଙ୍କ ଭାଇ ଭଉଣୀର ପାଠପଢାରେ ସହାୟତା କରିବେ ବୋଲି ପ୍ରତିଶୃତି ଦେଇଛନ୍ତି । ଯାହାକୁ ନେଇ ମହିନ୍ଦ୍ରା କମ୍ପାନୀ ପକ୍ଷରୁ ଏକ ଟ୍ୱିଇଟ୍‌ କରାଯାଇଛି ।

କମ୍ପାନୀର ଟ୍ୱିଟ୍‌ରେ ଲେଖାଯାଇଛି, 'ପ୍ରେମଙ୍କ ଉଚ୍ଚାଭିଳାଷ ଏବଂ ପ୍ରତିଭାରୁ ଆମେ ଆଶ୍ଚର୍ଯ୍ୟ ଅଛୁ ' । ଏହାସହ ସେମାନେ ଯୁବକଟିର କିଛି କଳାକୃତିର ଫଟୋ ମଧ୍ୟ ସେୟାର କରି କହିଛନ୍ତି, ଆମେ କେହି କେବେ ହେଲେ ମଧ୍ୟ ଆବର୍ଜନାରୁ ନୂଆ ଜିନିଷର ବାହାରକରି ନାହୁଁ । ହେଲେ ପ୍ରେମ୍‌ କବାଡିଆ ଓ ଆବର୍ଜନା ଆଦିରୁ ଏଭଳି ନିଆରା କଳାକୃତି ତିଆରି କରିଛି । ସେ ଆହୁରି ମଧ୍ୟ କହିଛନ୍ତି, ମହିନ୍ଦ୍ରା ଗ୍ରୁପ୍‌ର ଚିପ୍‌ ଡିଜାଇନର ଅଫିସର ପ୍ରେମ୍‌ର କ୍ୟାରିଅର୍‌ରେ ସାହାଯ୍ୟ କରିବେ ।ତେଣୁ ମହିନ୍ଦ୍ରା ଫାଉଣ୍ଡେସନର ମୁଖ୍ୟ ପ୍ରେମ୍‌ ଓ ତାଙ୍କ ଭାଇ ଭଉଣୀଙ୍କ ଶିକ୍ଷା ନିମନ୍ତେ ସହାୟତା କରିବା ନେଇ ନିଶ୍ଚିତ କରିବେ ।

ମହିନ୍ଦ୍ରା କମ୍ପାନୀ ପକ୍ଷରୁ କରାଯାଇଥିବା ଟ୍ୱୁଇଟ୍‌ ଦ୍ୱାରା ଜଣାପଡିଛି ଯେ, କମ୍ପାନୀର ଅନେକ ବଡ଼ ସଦସ୍ୟମାନେ ପ୍ରେମର ଘରକୁ ଯାଇଥିଲେ । ଗତ ସେପ୍ଟେମ୍ୱର ୨୦ରେ ମହିନ୍ଦ୍ରା କମ୍ପାନୀ ପକ୍ଷରୁ ଏକ ଭିଡିଓ ସେୟାର କରାଯାଇଥିଲା । ଯେଉଁଥିରେ ଯେଉଁଥିରେ ଯୁବକ ଜଣକ ଜଙ୍କ୍‌ରେ ତିଆରି ଏକ ସୁଟ ପିନ୍ଧିଥିବାର ଦେଖିବାକୁ ମିଳିଥିଲା । ଏହି ସୁଟ୍‌ଟି ମାର୍ବଲ ଫିଲ୍ମର ଏବ ଲୋକପ୍ରିୟ ତଥା ସୁପରିଚିତ ଆଇରନ୍ ମ୍ୟାନ୍ ପରି ଦେଖାଯାଉଥିଲା । ପ୍ରେମ୍‌ ସେହି ସୁଟ୍‌ଟିର ଶରୀରକୁ କାର୍ଡବୋର୍ଡ ଓ ଅଦରକାରୀ ଜିନିଷରୁ ତିଆରି କରିଥିଲେ । ସବୁଠୁ ଗୁରୁତ୍ୱର କଥା ହେଉଛି ସୁଟ୍‌ଟି ରିମୋଟ(ରିମୋର୍ଟ କଣ୍ଟ୍ରୋଲିଂ) ମାଧ୍ୟମରେ ଚାଲିପାରୁଥିଲା ।

ଆଇରନ୍‌ ମ୍ୟାନ୍‌ର ଚଳଚିତ୍ରରେ ଏହି ଟନି ଷ୍ଟାର୍କ ଚରିତ୍ରକୁ ହଲିଉଡର ଅଭିନେତା ରୋବର୍ଟ ଡାଉନି ଜୁନିୟର ଅଭିନୟ କରିଥିଲେ । ସେ ଲେଖିଛନ୍ତି, 'ଟନି ଷ୍ଟାର୍କରୁ ଆଗକୁ ବଢି ପ୍ରକୃତ ଆଇରନ୍ ମ୍ୟାନ୍ ପାଇଁ ରାସ୍ତା ପ୍ରସ୍ତୁତ କରନ୍ତୁ । ପ୍ରେମ୍ ଏବଂ ତାଙ୍କ ଭାଇ ଓ ଭଉଣୀଙ୍କ ଶିକ୍ଷାରେ ସହଯୋଗ କରିବା ମୋ ପାଇଁ ଏକ ସୌଭାଗ୍ୟର ବିଷୟ ହେବ ।ଯଦି କେହି ମୋ ସହ ଯୋଗାଯୋଗ କରିବେ, ତେବେ ସେମାନଙ୍କୁ ସାହାଯ୍ୟ କରିବା ମୋ ପାଇଁ ଅତି ଖାସ୍‌ ହେବ । ଟ୍ୱିଟରେ ଭିଡିଓ ପଠାଇଥିବାରୁ ସେ ଫିଲ୍ମ ଅଭିନେତା ଜାଭେଦ୍ ଜାଫ୍ରେଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି ।