• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

News Highlights

  • ଇସ୍ତଫା ଦେଲେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହ ।

  • ରାଜ୍ୟପାଳ ବନୱାରୀଲାଲ ପୁରୋହିତଙ୍କୁ ଦେଲେ ଇସ୍ତଫା ପତ୍ର ।

  • ଦଳୀୟ ଅନ୍ତଃକନ୍ଦଳରେ ଅତିଷ୍ଠ ହୋଇ ଇସ୍ତଫା ଦେଇଥିବା ସୂଚନା ।

ପଞ୍ଜାବ: ଇସ୍ତଫା ଦେଲେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହ । ରାଜ୍ୟପାଳ ବନୱାରୀଲାଲ ପୁରୋହିତଙ୍କୁ ଦେଲେ ଇସ୍ତଫା ପତ୍ର । ଦଳୀୟ ଅନ୍ତଃକନ୍ଦଳରେ ଅତିଷ୍ଠ ହୋଇ ଇସ୍ତଫା ଦେଇଥିବା ସୂଚନା । ଦୀର୍ଘ ଦିନ ଧରି ପଞ୍ଚାବ କଂଗ୍ରେସରେ କନ୍ଦଳ ବଢ଼ିବାରେ ଲାଗିଥିଲା । ସେହି କନ୍ଦଳର ଆଜି ଏକ ପରିଣାମ ଦେଖିବାକୁ ମିଳିଛି । ମୁଖ୍ୟମନ୍ତ୍ରୀ ଦଳୀୟ ଅନ୍ତଃ କନ୍ଦଳରେ ଅତିଷ୍ଠ ହୋଇ ଇସ୍ତଫା ଦେଇଛନ୍ତି ।

ସୂଚନାଯୋଗ୍ୟ, ପଞ୍ଜାବ କଂଗ୍ରେସରେ ଗୋଟିଏ ପଟେ ନବଜୋତ ସିଂହ ସିଦ୍ଧୁ ନିଜର ଦବଦବା ଜାହିର କରୁଥିବା ବେଳେ ଅନ୍ୟପଟେ ମୁଖ୍ୟମନ୍ତ୍ରୀଙ୍କ ଗୋଷ୍ଠି କ୍ଷମତା ଦଖଲ କରି ବସିଛି । ତେବେ ଯାହାକୁ ନେଇ ସିଦ୍ଧୁ ଗୋଷ୍ଠି ଅସନ୍ତୋଷ ଜାହିର କରି ଆସୁଛନ୍ତି । ଏମିତିକି ସିଦ୍ଧୁ ଖୋଲା ଖୋଲି ଭାବେ ଅମରିନ୍ଦରଙ୍କୁ ଚେତାବନୀ ମଧ୍ୟ ଦେବାକୁ ପଛାଉ ନଥିଲେ ।

ତେବେ ଗତ କିଛି ଦିନ ହେବ ମୂଖ୍ୟମନ୍ତ୍ରୀ ଅମରିନ୍ଦର ସିଂହଙ୍କୁ ଯେଉଁଭଳି ଭାବେ ଅପମାନ କରାଯାଉଥିଲା, ତେଣୁ ସେ ଆଉ ମୁଖ୍ୟମନ୍ତ୍ରୀ ପଦରେ ରହିବାକୁ ଚାହୁଁନଥିଲେ ବୋଲି ଚର୍ଚ୍ଚା ହେଉଥିଲା । ଏମତିକି ହାଇକମାଣ୍ଡ ସୋନିଆ ଗାନ୍ଧିଙ୍କୁ ଅମରିନ୍ଦର ସିଂହ ଏହି କଥା ନିଜେ ଜଣାଇଥିବା ମଧ୍ୟ କୁହାଯାଉଛି । ତେବେ କ୍ୟାପଟେନ କେବଳ ମୁଖ୍ୟମନ୍ତ୍ରୀ ପଦ ଛାଡ଼ିବେ ନା ଦଳ ବି ଛାଡ଼ିବେ, ତାକୁ ନେଇ ମଧ୍ୟ ନାନା କଳ୍ପନାଜଳ୍ପନା ହେଉଥିଲା । ହେଲେ ଆଜି ଏହାର ଅନ୍ତଃ ଘଟିଛି । ସେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି । ଆଗକୁ ଦଳରୁ ଇସ୍ତଫା ଦେବେ ନା ରହିବା ସେନେଇ ସମସ୍ତଙ୍କ ନଜର ।

ଆଜି କଂଗ୍ରେସ ବିଧାୟକମାନଙ୍କର ଏକ ବୈଠକ ବସିଥିଲା । ଅଚାନକ ଭାବେ ବୈଠକ ଡକାଯାଇଲା, ତାକୁ ନେଇ ନେତୃତ୍ୱ ପରିବର୍ତ୍ତନ ହେବାର ଆଶଙ୍କା ମିଳିଥିଲା । ପଂଜାବରେ ଅମରିନ୍ଦର ଗୋଷ୍ଠୀ ଓ ପିସିସି ସଭାପତି ସିଦ୍ଧୁ ଗୋଷ୍ଠୀ ମଧ୍ୟରେ ଚାଲିଛି ପ୍ରବଳ ଟଣା ଓଟରା । ସିଦ୍ଧୁଙ୍କୁ ଶାନ୍ତ କରିବାକୁ କିଛି ଦିନ ତଳେ ପିସିସି ସଭାପତି କରାଯାଇଥିଲା । ତାସତ୍ତ୍ୱେ ସେ ବାରମ୍ବାର କ୍ୟାପଟେନଙ୍କୁ ଓ ସରକାରକୁ ଟାର୍ଗେଟ କରି ଆସୁଛନ୍ତି । ଉଭୟ ଗୋଷ୍ଠୀ ମଧ୍ୟରେ ଚାଲିଛି ପାଓ୍ୱାର ପ୍ଲେ । ଏପରିକି ସିଦ୍ଧୁଙ୍କ କେତେକ କଡ଼ା ପ୍ରଶ୍ନ ଯୋଗୁଁ ଅଡୁଆ ପରିସ୍ଥିତିର ସମ୍ମୁଖୀନ ମଧ୍ୟ ହୋଇଛନ୍ତି ଅମରିନ୍ଦର ।

ତେଣୁ ସେ ଅତିଷ୍ଠ ହୋଇ ପଦ ଛାଡ଼ିବାକୁ ଇଚ୍ଛାପ୍ରକାଶ କରିଥିଲେ । ଅମରିନ୍ଦରଙ୍କ ପରେ ମୁଖ୍ୟମନ୍ତ୍ରୀ ରେସ୍‌ରେ ଅଛନ୍ତି ସୁନିଲ ଜାଖଡ଼, ପ୍ରତାପ ସିଂହ ବାଜଓ୍ୱା ଓ ରଭନିତ ସିଂହ ବିଟ୍ଟୁ । ଆସନ୍ତା ବର୍ଷ ପଂଜାବ ବିଧାନସଭା ନିର୍ବାଚନ ହେବ । ଗତ ନିର୍ବାଚନରେ ପ୍ରତିକୂଳ ପରିସ୍ଥିତି ସତ୍ତ୍ୱେ ବିଜେପି ଓ ଅକାଳି ଦଳକୁ ହରାଇ କ୍ଷମତା ହାସଲ କରିବାରେ ସଫଳ ହୋଇଥିଲେ କ୍ୟାପଟେନ ଅମରିନ୍ଦର ସିଂହ ।