• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

News Highlights

  • ଆଫଗାନିସ୍ତାନର ସ୍ଥିତି ଆହୁରି ଖରାପ ହୋଇପାରେ

  • ଡ୍ରାଗନ୍‌ର କାବୁଲ ଯୋଜନା ଉପରେ ଚେତାବନୀ ଦେଲେ ସିଡଏସ୍ ବିପିନ୍ ରାୱତ୍

ନୂଆଦିଲ୍ଲୀ : ଆଫଗାନିସ୍ତାନରେ ପଶିବା ପାଇଁ ଚୀନ୍‌ର ଯୋଜନା । ସିଡିଏସ୍ ଜେନେରାଲ ବିପିନ ରାୱତ ବୁଧବାର ଦିନ ଏକ କାର୍ଯ୍ୟକ୍ରମରେ ଚୀନ୍‌ ପକ୍ଷରୁ ବିପଦ ସମ୍ପର୍କରେ ଚେତାବନୀ ଦେଇ ଏପରି କହିଛନ୍ତି । ଇରାନ ଏବଂ ତୁର୍କୀ ସହ ସମ୍ପର୍କ ସ୍ଥାପନ କରିବା ପରେ ଡ୍ରାଗନ୍ ଖୁବ୍ ଶୀଘ୍ର ଆଫଗାନିସ୍ତାନରେ ପ୍ରବେଶ କରିବ । ଆଉ ଏଥିପାଇଁ ପାଇଁ ଫୁଲଫ୍ରୁଫ୍ ଯୋଜନା କରିଛି ଚୀନ୍  । ଉଭୟ ପଡ଼ୋଶୀ ଦେଶ ପାକିସ୍ତାନ ଓ ଚୀନ୍ ଏବେ ଭାରତ ବିରୋଧୀ ଷଡ଼ଯନ୍ତ୍ର କରୁଛନ୍ତି । ଏଭିଳି ସମୟରେ ଆଭ୍ୟନ୍ତରୀଣ ସୁରକ୍ଷା ପାଇଁ ଏକ ସମନ୍ୱିତ ବ୍ୟବସ୍ଥା ସୃଷ୍ଟି କରିବାର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଛନ୍ତି ଦେଲେ ସିଡଏସ୍ ବିପିନ୍ ରାୱତ୍ ।

ଚୀନ୍ ଏବେ ଇରାନ୍ ପ୍ରତି ବନ୍ଧୁତାର ହାତ ବଢ଼ାଇଛି । ସାମୁଏଲ୍ ହାରିଙ୍ଗଟନଙ୍କ 'କ୍ଲାସ୍ ଅଫ୍ ସିଭିଲାଇଜେସନ୍ସ' ବିଷୟରେ ମନେ ପକାଇ ଜେନେରାଲ ରାୱତ କନଫୁସିଆନ୍ କିମ୍ବା ସିନିକ୍ ସଭ୍ୟତା ପଶ୍ଚିମର ମୁକାବିଲା ପାଇଁ ଇସଲାମିକ ସଭ୍ୟତା ସହ ହାତ ମିଳାଇବ । ତେବେ ସମୟ କହିବ ଏହା ଘଟିବ କି ନାହିଁ । କିନ୍ତୁ ଏବେଠାରୁ ସିନିକ୍ ଏବଂ ଇସଲାମିକ୍ ସଭ୍ୟତାରେ ଏକ ପ୍ରକାର 'Jointmanship' ଦେଖିବାକୁ ମିଳୁଛି । ଚୀନ୍ ଇରାନ୍ ସହ ବନ୍ଧୁତା କରି ତୁର୍କୀ ଆଡ଼କୁ ବଢ଼ୁଛି ଏବଂ ଆଫଗାନିସ୍ତାନରେ ନିଜର ପ୍ରଭାବ ବିସ୍ତାର କରିବାକୁ ଚେଷ୍ଟା କରୁଛି । ଖୁବ୍ ଶୀଘ୍ର ଡ୍ରାଗନ୍ ଆଫଗାନିସ୍ତାନରେ ପହଞ୍ଚିଯିବ ।

ସେହିପରି ପାକିସ୍ତାନ ସମ୍ପର୍କରେ ସିଡିଏସ୍ କହିଛନ୍ତି, ପାଶ୍ଚାତ୍ୟର ଶତ୍ରୁମାନେ ଭାରତ ବିରୋଧରେ ପରୋକ୍ଷରେ ଯୁଦ୍ଧ ଜାରି ରଖିବେ । ଅନ୍ୟ ଦେଶକୁ ଉସକାଇ ଭାରତ ସହ ଯୁଦ୍ଧ କରିବାକୁ ପ୍ରୟାସ କରାଯିବ, ଯାହା ବର୍ତ୍ତମାନ ଜାମ୍ମୁ କାଶ୍ମୀରରେ ଦେଖିବାକୁ ମିଳୁଛି । ତେବେ ଏ ସମସ୍ତ ସୁରକ୍ଷା ସମ୍ମର୍କୀତ ସମସ୍ୟାର ମୁକାବିଲା ପାଇଁ ଭାରତ ଏକ ସମ୍ପୂର୍ଣ୍ଣ ସରକାରୀ ଆଭିମୁଖ୍ୟ ଗ୍ରହଣ କରୁଛି । ସଶସ୍ତ୍ର ବାହିନୀ ଏବଂ କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବାହିନୀ ମଧ୍ୟରେ ଏକତା ବଜାୟ ରଖିବାକୁ ଭାରତ ବିଭିନ୍ନ ପ୍ରକାରର କ୍ଷେପଣାସ୍ତ୍ରର ଏକ ନୂତନ 'ରକେଟ୍ ଫୋର୍ସ' ସୃଷ୍ଟି କରିବାକୁ ପ୍ରସ୍ତୁତି କରୁଛି । ଏହାସହ ସ୍ପେସ୍, ସାଇବର ସ୍ପେସ୍ ଏବଂ ସ୍ୱତନ୍ତ୍ର ଅପରେସନ୍ ସହିତ ସାମର୍ଥ୍ୟକୁ ମଜଭୁତ୍ କରିବା ପାଇଁ ଏକୀକୃତ ପ୍ରଣାଳୀ ସୃଷ୍ଟି କରିବାକୁ ପ୍ରୟାସ ଚାଲିଛି ।

ଚୀନ୍‌ର ବଢ଼ୁଥିବା ଆକ୍ରମଣାତ୍ମକ ମନୋଭାବ ପାଇଁ ଦେଶକୁ ଟେକ୍ନିକାଲ୍ କ୍ଷେତ୍ରରେ ଶକ୍ତିଶାଳୀ ହେବାକୁ ପଡ଼ିବ । ଭବିଷ୍ୟତରେ 'ପୂର୍ବ ପରି ଯୁଦ୍ଧ ହେବ ବୋଲି କହିହେବ ନାହିଁ । ଏଥିପାଇଁ ଜାତୀୟ ସୁରକ୍ଷା ବ୍ୟବସ୍ଥାରେ ଭାରତକୁ ପରିବର୍ତ୍ତନ ଆଣିବାକୁ ପଡ଼ିବ । ଯେଉଁଥିରେ ସମସ୍ତ ସୁରକ୍ଷା ବାହିନୀ ସହ ସାଧାରଣ ନାଗରିକଙ୍କ ଏକତା ମଧ୍ୟ ଆବଶ୍ୟକ ହେବ ।