• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

News Highlights

  • କାଶ୍ମୀର ରଜୌରି ସେକ୍ଟରରେ ଆତଙ୍କବାଦୀ ଆକ୍ରମଣ; ୫ ଯବାନ ଆହତ

  • ଆତଙ୍କବାଦୀ ବିରୋଧୀ ଅଭିଯାନ ବେଳେ ଗୁଳି ବିନିମୟ

  • ଜଆଏସ୍‌ଓଙ୍କ ସମେତ ୫ ଯବାନ ଆହତ ହୋଇଥିବା ସୂଚନା 

ରଜୌରୀ : ପୁଣି ୫ ବୀର ପୁତ୍ରକୁ ହରାଇଲା ଦେଶ । କଶ୍ମୀର ରଜୌରୀ ସେକ୍ଟରର ପୀରପଞ୍ଜଲ ରେଞ୍ଜ ଅଞ୍ଚଳରେ ଆତଙ୍କୀ ଆକ୍ରମଣ ହୋଇଛି । ଆଉ ଏଥିରେ ଜଣେ ଜେଏସଓଙ୍କ ସମେତ ୫ ଜଣ ଯବାନ୍ ସହିଦ୍ ହୋଇଥିବା ସୂଚନା ମିଳିଛି । ଆତଙ୍କବାଦୀ ବିରୋଧୀ ଅଭିଯାନ ବେଳେ ଏହି ଗୁଳି ବିନିମୟ ହୋଇଥିଲା ।

ବିଗତ କିଛି ଦିନ ହେବ ଜାମ୍ମୁ କାଶ୍ମୀରରେ ଆତଙ୍କବାଦୀ କାର୍ଯ୍ୟକଳାପ ବୃଦ୍ଧି ପାଇଛି । ଆତଙ୍କବାଦୀଙ୍କୁ କଡ଼ା ଜବାବ ଦେବାକୁ ସୁରକ୍ଷା ବାହିନୀ ଦ୍ୱାରା ନିରନ୍ତର ଅପରେସନ ଜାରି ରହିଛି । ହେଲେ ଏହାରି ଭିତରେ ଆଜି ଦେଶ ପାଇଁ ଏକ ଦୁଃଖଦ ଖବର ଆସିଛି । ଜମ୍ମୁର ପୁଞ୍ଚ ଜିଲ୍ଲାର ସୁରକ୍ଷା ବାହିନୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ହୋଇଥିବା ଗୁଳି ବିନିମୟରେ ୪ ଜଣ ସେନା କର୍ମଚାରୀ ଏବଂ ଜଣେ ଜେଏସଓ ସିହଦ୍ ହୋଇଛନ୍ତି । ଅପରେସନ୍ ସମୟରେ ପାଞ୍ଚ ଜଣ ଯବାନ ଗୁରୁତର ଆହତ ହୋଇଥିଲେ ଏବଂ ପରେ ସେମାନେ ସହିଦ ହୋଇଛନ୍ତି ।

ପୁଞ୍ଚ ଜିଲ୍ଲାର ଚରମେର ଜଙ୍ଗଲରେ ଆତଙ୍କବାଦୀ ଲୁଚି ରହିଥିବା ସୁରକ୍ଷାକର୍ମୀଙ୍କୁ ସୂଚନା ମିଳିଥିଲା। ଏହା ପରେ ସୁରକ୍ଷା ବାହିନୀ ସେଡାରେ ଆତଙ୍କବାଦୀ ବିରୋଦୀ ଅପରେସନ୍ ଆରମ୍ଭ କରିଥିଲା । ଆଜି ସକାଳୁ ସୁରକ୍ଷା ବାହିନୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଏକ ଗୁଳି ବିନିମୟ ଚାଲିଛି । ବର୍ତ୍ତମାନ ସମୟରେ ସୁରକ୍ଷା ବାହିନୀ ସମଗ୍ର ଅଞ୍ଚଳକୁ ସିଲ୍ କରିବା ସହ ଆତଙ୍କବାଦୀଙ୍କ ସହ ଗୁଳି ବିନିମୟ ଜାରି ରହିଛି । ତିନିରୁ ଚାରି ଆତଙ୍କବାଦୀ ଜଙ୍ଗଲରେ ଲୁଚି ରହିଥିବା ସନ୍ଦେହ କରାଯାଉଛି ।