• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Rajalaxmi Sahoo

ଭୋପାଳ: ଜଣେ ଶିଶୁକୁ ବଞ୍ଚାଇବାକୁ ଯାଇ କୂଅ ଭିତରେ ପଡ଼ିଗଲେ ଗାଁର ୩୦ ଜଣ ଲୋକ। ଗତକାଲି ସନ୍ଧ୍ୟାରେ ମଧ୍ୟପ୍ରଦେଶ ଭିଦିଶା ଜିଲ୍ଲାରେ ଏହି ଅଭାବନୀୟ ଘଟଣା ଘଟିଛି। ଶିଶୁଟି କୂଅରେ ପଡ଼ି ଯାଇଥିଲା ଓ ଶିଶୁଟିକୁ ବଞ୍ଚାଇବାକୁ ଯାଇ ଗାଁ ଲୋକେ ଘଟଣାସ୍ଥଳରେ ପହଞ୍ଚି ଥିଲେ। ଏହି ସମୟରେ କୂଅ ଧସି ଯିବା ଯୋଗୁ ୩୦ ଜଣ ଲୋକେ କୂଅରେ ପଡ଼ି ଯାଇଥିଲେ। ଗତକାଲିଠୁ ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ବେଳେ ଏବେ ଯାଏ ୩ ଜଣଙ୍କ ମୃତଦେହ ମିଳିଛି। ୯ ଜଣ ଗୁରୁତର ଅବସ୍ଥାରେ ଉଦ୍ଧାର ହୋଇଛନ୍ତି। ଘଟଣାସ୍ଥଳରେ SDRF, ଅଗ୍ନିଶମ ବାହିନୀ ଏବଂ ପୋଲିସ୍ ପହଞ୍ଚି ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି।

ସୂଚନା ଅନୁସାରେ, ଗତକାଲି ଗାଁର ଜଣେ ଶିଶୁ କୂଅରେ ପଡ଼ି ଯାଇଥିଲେ। ଶିଶୁଟିକୁ ଉଦ୍ଧାର କରିବା ପାଇଁ କୂଅ ପାଖରେ ଲୋକଙ୍କ ଭିଡ଼ ଜମିଥିଲା।ଅଧିକ ସଂଖ୍ୟକ ଲୋକ ଏକତ୍ର ହୋଇଥିବାରୁ ଓଜନ ସମ୍ଭାଳି ନପାରି କୂଅର ଚାନ୍ଦିନୀ ଭୁଶୁଡ଼ି ପଡ଼ିଥିଲା ଓ ୩୦ ଜଣ ଲୋକେ କୂଅରେ ପଡ଼ି ଯାଇଥିଲେ।

ଖବରପାଇ ରେସ୍କ୍ୟୁ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ୨୦ଜଣଙ୍କୁ ଉଦ୍ଧାର କରିଥିଲେ। ସେମାନଙ୍କ ମଧ୍ୟରୁ ୫ ଜଣଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।୧୦ ଜଣ କୂଅ ଭିତରେ ଫସି ଯାଇଥିବା ଅନୁମାନ କରାଯାଉଥିଲା। ତେବେ ଆଜି ସକାଳେ ୩ ଜଣଙ୍କ ମୃତଦେହ ମିଳିଥିବା ବେଳେ ୯ ଜଣ ଗୁରୁତର ଅବସ୍ଥାରେ ଉଦ୍ଧାର ହୋଇଛନ୍ତି। ଘଟଣାକୁ ନେଇ ଗାଁରେ ଶୋକର ଛାୟା ଖେଳି ଯାଇଛି।  

ଅନ୍ୟପକ୍ଷେ, ଘଟଣାକୁ ନେଇ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି।