• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Rajalaxmi Sahoo
  • ସକାଳୁ ସକାଳୁ ହୋଟେଲରେ ଅଗ୍ନିକାଣ୍ଡ
  • ଅଗ୍ନିକାଣ୍ଡରେ ୨ ମୃତ
  • ୨ ଘଣ୍ଟା ପରେ ଆୟତ୍ତ ହେଲା ନିଆଁ

ନୂଆଦିଲ୍ଲୀ: ଦକ୍ଷିଣପଶ୍ଚିମ ଦିଲ୍ଲୀର ଦ୍ୱାରକା ସ୍ଥିତ ଏକ ହୋଟେଲରେ ଅଗ୍ନିକାଣ୍ଡ ଘଟିଥିବା ସୂଚନା ମିଳିଛି। ଅଗ୍ନିକାଣ୍ଡରେ ୨ ଜଣଙ୍କ ମୃତ୍ୟୁ ଘଟିଛି। ଆଜି ସକାଳେ ହୋଟେଲରେ ନିଆଁ ଲାଗି ଯାଇଥିଲା।

ସୂଚନା ଅନୁସାରେ, ଆଜି ସକାଳ ୭ଟା ୨୫ରେ ଦ୍ୱାରକା ସେକ୍ଟର ୮ ସ୍ଥିତ କ୍ରିଷ୍ଣା ହୋଟେଲରେ ନିଆଁ ଲାଗି ଯିବା ନେଇ ଅଗ୍ନିଶମ ବାହିନୀ ଓ ପୋଲିସକୁ ଖବର ଦିଆଯାଇଥିଲା। ଖବର ପାଇ ୮ଟି ଦମକଳ ଗାଡ଼ି ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ୨ ଘଣ୍ଟା ପରେ ନିଆଁକୁ ଆୟତ୍ତ କରାଯାଇଥିଲା। ଉଦ୍ଧାର କାର୍ଯ୍ୟ ସମୟରେ ୨ଟି ମୃତଦେହ ଉଦ୍ଧାର କରାଯାଇଥିଲା। 

ପ୍ରତ୍ୟେକ୍ଷଦର୍ଶୀଙ୍କ କହିବା ଅନୁଯାୟୀ, ମଧ୍ୟରାତ୍ରରେ ସର୍ଟ ସର୍କିଟ୍‌ ହୋଇଥିଲା ଓ ବିଦ୍ୟୁତ୍‌ ସରବରାହ ବନ୍ଦ ହୋଇଯାଇଥିଲା। ଅଧ ଘଣ୍ଟା ପରେ ବିଦ୍ୟୁତ୍‌ ପୁଣି ଆସିଥିଲା। ହେଲେ ସକାଳେ ହୋଟେଲରୁ ଧୂଆଁ ବାହାରୁଥିବା ଦେଖିବାକୁ ମିଳିଥିଲା ଓ ପରେ ଜଣାପଡ଼ିଥିଲା ହୋଟେଲରେ ଅଗ୍ନିକାଣ୍ଡ ଘଟିଛି। ଗ୍ରାଉଣ୍ଡ୍‌ ଫ୍ଲୋର ଓ ରିସେପସନ୍‌ ଏରିଆରେ ନିଆଁ ଲାଗି ଯାଇଥିବା ଜଣାପଡ଼ିଥିଲା।