• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

News Highlights

  • ଶୀତ ଆସିଲା, ଚିଲିକାକୁ ଆସିଲେ ବିଦେଶୀ ଅତିଥି

  • ବିହଙ୍ଗଙ୍କ ରାବରେ ମୁଖରିତ ହେଲାଣି ଚିଲିକା

ଚିଲିକା: ନୀଳାମ୍ବୁ ଚିଲିକାର ଆକର୍ଷଣରେ ବିଦେଶୀ ବିହଙ୍ଗ । ଶୀତ ଋତୁ ଆରମ୍ଭରୁ ଚିଲିକାର ଚିଲିକାରେ ପହଞ୍ଚିଛନ୍ତି ବିଦେଶାଗତ ପକ୍ଷୀ । ଚିଲିକା ସ୍ଥିତ ମଙ୍ଗଳାଯୋଡି ଏବଂ ନଳବଣ ଭଳି ପକ୍ଷୀ ଅଭୟାରଣ୍ୟରେ ପ୍ରାୟ ୨୦ରୁ ଅଧିକ ପ୍ରଜାତିର ପକ୍ଷୀ ଆସିଥିବାର ଟାଙ୍ଗୀ ବନ୍ୟପ୍ରାଣୀ ବିଭାଗ ଏବଂ ପକ୍ଷୀ ସୁରକ୍ଷା ସମିତି ପକ୍ଷରୁ ଚିହ୍ନଟ କରାଯାଇଛି । ନାନା ପ୍ରକାରର ବିଦେଶୀ ପକ୍ଷୀମାନେ ଚିଲିକାର ଶୋଭାକୁ ବଢାଇଛନ୍ତି ।

ହଜାର ହଜାର ମାଇଲ ଅତିକ୍ରମ କରି ଆସିଥିବା ଅତିଥି ବିହଙ୍ଗଙ୍କ ରାବରେ ମୁଖରିତ ହେଲାଣି ଚିଲିକା । ନଭେମ୍ବର ପୂର୍ବରୁ ୨୦ରୁ ଅଧିକ ପ୍ରଜାତିର ପକ୍ଷୀ ଏସବୁ ଅଂଚଳରେ ଦେଖିବାକୁ ମିଳିଲେଣି । ସେପଟେ ଏହି ପକ୍ଷୀ ମାନଙ୍କ ସୁରକ୍ଷା ପାଇଁ ଚିଲିକା ବନ୍ୟପ୍ରାଣୀ ବିଭାଗ ୧୧ଟି ବେସ୍ କ୍ୟାମ୍ପ କରି ପାଟ୍ରୋଲିଂ ଆରମ୍ଭ କରିଦେଇଛି ।

ସୁଦୂର ଋଷିଆ, ନାଇଜେରିଆ, ଲଦାଖ, କାଗଜିସ୍ଥାନ ଭଳି ଅଞ୍ଚଳରୁ ହଜାର ହଜାର ମାଇଲ ଅତିକ୍ରମ କରି ଏହି ବିଦେଶୀ ଅତିଥି ଚିଲିକାକୁ ଆସିବା ଆରମ୍ଭ କରିଛନ୍ତି । ବିଦେଶୀ ପକ୍ଷୀ ଆସିବା ଆରମ୍ଭ ହୋଇଥିବାରୁ ଏବେ ସେମାନଙ୍କ ଉପରେ ସ୍ୱତନ୍ତ୍ର ନଜର ରଖାଯାଉଛି । ବିଦେଶୀ ବିହଙ୍ଗଙ୍କ କିଚିରି ମିଚିରି ଶବ୍ଦ ପାଇଁ ଚିଲିକାକୁ ପର୍ଯ୍ୟଟକଙ୍କର ଆସିବା ମଧ୍ୟ ଆରମ୍ଭ ହୋଇଗଲାଣି ।

ପର୍ଯ୍ୟଟକ ମାନେ ଡଙ୍ଗା ସାହାଯ୍ୟରେ ପକ୍ଷୀ ଅଭୟାରଣ୍ୟରେ ବୁଲିବାର ମଜା ଉଠାଉଛନ୍ତି । ନଭେମ୍ବର ମାସରେ ବିଦେଶୀ ପକ୍ଷୀଙ୍କ ସଂଖ୍ୟା ଅଧିକ ବଢିବାକୁ ଥିବାରୁ ସେମାନଙ୍କ ସୁରକ୍ଷା ପାଇଁ ମଧ୍ୟ ବ୍ୟବସ୍ଥା ହୋଇଛି । ଚିଲିକାର ବିଭିନ୍ନ ରେଞ୍ଜରେ ୧୧ଟି ବେସ୍ କ୍ୟାମ୍ପ କରାଯିବା ସହିତ ପାଟ୍ରୋଲିଂ କରାଯାଉଛି ।