• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

News Highlights

  • ଝୁଲା ପୋଲ ପାଲଟିଛି ମରଣଯନ୍ତ୍ରା

  • ଲୋକଙ୍କ ମନରେ ପଶିଛି ଛନକା

ରାୟଗଡା(ମନୋଜ ପାତ୍ର): ଝୁଲା ପୋଲ ପାଲଟିଛି ମରଣଯନ୍ତ୍ରା । ରାୟଗଡ଼ା ସହର ଉପକଣ୍ଠ ନାଗାବଳୀ ନଦୀରେ ଥିବା ଏହି ପୋଲ୍ ଓ ଆଖପାଖରେ ଯାଇଛି ଅନେକ ପର୍ଯ୍ୟଟକଙ୍କ ଜୀବନ । ଲୋକମାନେ ଏହା ଉପରେ ବୁଲନ୍ତି, ଫଟୋ ଉଠାନ୍ତି ହେଲେ ଏବେ ଏହି ପୋଲ ସାଜିଛି କାଳ । ଗତ ଦୁଇ ଦିନ ତଳେ ଝୁଲା ପୋଲ ନିକଟରେ ସେଲଫି ନେବା ବେଳେ ଜଣେ ଯୁବକ ନିଖୋଜ ହୋଇଯାଇଛନ୍ତି । ଅଗ୍ନିଶମବାହିନୀ ପକ୍ଷରୁ ଯୁବକ ଜଣଙ୍କୁ ଖୋଜାଖୋଜି କରାଯାଉଛି । କେବଳ ଏହି ଗୋଟିଏ ଘଟଣା ନୁହେଁ ଏପରି ଅନେକ ଯୁବକ ନଦୀ ପାଖରେ ବିପଦସଙ୍କୁଳ ଅବସ୍ଥାରେ ଫଟୋ, ଭିଡିଓ ନେବା ବେଳେ ଦୁର୍ଘଟଣାର ଶିକାର ହୋଇଛନ୍ତି । ଯାହାକୁ ନେଇ ଏବେ ଲୋକଙ୍କ ମନରେ ଛନକା ପଶିଛି ।

ପ୍ରାକୃତିକ ପରିବେଶ ଓ ନଦୀ ଆଖପାଖରେ ଘୁରି ବୁଲିବାକୁ ବହୁ ଲୋକେ ଆସିଥାନ୍ତି । ହେଲେ ଅଜାଣତରେ ସେମାନଙ୍କର ଦୁର୍ଘଟଣା ଘଟୁଛି । ଏନେଇ ସ୍ଥାନୀୟ ଲୋକ କହିଛନ୍ତି, ଏଠାକୁ ବୁଲିବା ପାଇଁ ଅନେକ ଲୋକ ଆସିଥାନ୍ତି । ଆନ୍ଦ୍ରପ୍ରଦେଶ, ଛତିଶଗଡ ଆଦି ବିଭିନ୍ନ ଅଞ୍ଚଳରୁ ଲୋକମାନେ ପିକ୍‌ନିକ୍‌ କରିବା ପାଇଁ ତଥା ପର୍ଯ୍ୟଟନସ୍ଥଳ ଭାବରେ ବୁଲିବା ପାଇଁ ଆସିଥାନ୍ତି । ସେମାନେ ନଦୀର ଗଭୀରତା ଜାଣିପାରୁନାହାଁନ୍ତି ଯାହା ଫଳରେ ସେମାନେ ପାଣିରେ ବୁଡିଯାଉଛନ୍ତି । ଏମିତି ବହୁ ଧନ ଜୀବନ ହାନୀ ହୋଇଛି । ୨୦୧୮ରୁ ବର୍ତ୍ତମାନ ପର୍ଯ୍ୟନ୍ତ ମୋଟ ୨୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି । ଯାହାକୁ ନେଇ ଲୋକମାନେ ସେଠାକୁ ଯିବାକୁ ମଧ୍ୟ ଭୟ କରୁଛନ୍ତି । ଦୁର୍ଘଟଣାକୁ ଏଡାଇବା ପାଇଁ ପ୍ରଶାସନ ପକ୍ଷରୁ କେବଳ ଏକ ବୋର୍ଡ ଲଗାଯାଇଛି ହେଲେ ତାହା ଯଥେଷ୍ଟ ହେଉନି । ତେଣୁ ପ୍ରଶାସନ ପକ୍ଷରୁ ସୁରକ୍ଷାକର୍ମୀ କିମ୍ବା କୌଣସି କଡ଼ା କଟକଣା ଲାଗୁ ହେଲେ ହିଁ ଦୁର୍ଘଟଣାକୁ ଏଡ଼ାଯାଇ ପାରିବ ବୋଲି କହିଛନ୍ତି ପର୍ଯ୍ୟଟକ ।

ଏନେଇ ରାୟଗଡ଼ା ଜିଲ୍ଲାପାଳ ସରୋଜ କୁମାର ମିଶ୍ର କହିଛନ୍ତି, ‘ଲୋକମାନେ ସେତେ ସଚେତନ ହୋଇପାରୁନାହାଁନ୍ତି କିମ୍ୱା ଅନ୍ୟମନସ୍କରେ ପାଣି ମଧ୍ୟକୁ ପ୍ରବେଶ କରୁଛନ୍ତି । ଯାହା କାରଣରୁ ହୁଏତ ସେମାନେ ଦୁର୍ଘଟଣାର ଶିକାର ହେଉଛନ୍ତି । ଆମେ ସ୍ଥାନୀୟ ଲୋକଙ୍କୁ ସ୍ୱେଚ୍ଛାସେବୀ ଭାବରେ ନିୟୋଜିତ କରିବା ଯାହା ଫଳରେ ସେମାନେ ବାହାରୁ ଆସୁଥିବା ପର୍ଯ୍ୟଟକଙ୍କୁ ସଚେତନ କରିବେ’ ।