• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଭୁବନେଶ୍ୱର: ବିଶିଷ୍ଟ କଥାକାର ପାରମିତା ଶତପଥୀ ପାଇଲେ ମର୍ଯ୍ୟାଦାଜନକ ଶାରଳା ପୁରସ୍କାର । ଇମ୍ଫା କାର୍ଯ୍ୟାଳୟ ପରିସରରେ ଆୟୋଜିତ ହୋଇଥିବା ୪୨ତମ ଶାରଳା ପୁରସ୍କାର ଉତ୍ସବରେ ତାଙ୍କୁ ସମାନ୍ନୀତ କରାଯାଇଛି । ଉପନ୍ୟାସ ଅଭିପ୍ରେତ କାଳ ପାଇଁ ତାଙ୍କୁ ଏହି ସମ୍ମାନ ମିଳିଛି । ପୁରସ୍କାର ସ୍ୱରୂପ ତାଙ୍କୁ ସମ୍ମାନପତ୍ର ଓ ଫଳକ ସହ ୫ ଲକ୍ଷ ଟଙ୍କାର ଅର୍ଥରାଶି ମଧ୍ୟ ମିଳିଛି । ସେହିଭଳି ଏହି ଅବସରରେ ଚିତ୍ରଶିଳ୍ପୀ ଜଗଦୀଶ କାନୁନଗୋ ଏବଂ ଘୁମୁରା ଶିଳ୍ପୀ ଜୟନ୍ତ ବେହେରାଙ୍କୁ ଇଲା-ବଂଶୀଧର ପଣ୍ଡା କଳା ସମ୍ମାନ ପ୍ରଦାନ କରାଯାଇଛି । ଇମ୍ଫା ଚାରିଟେବଲ ଟ୍ରଷ୍ଟର ଟ୍ରଷ୍ଟି ପାରମିତା ପଣ୍ଡା ଏହି ପୁରସ୍କାର ଉତ୍ସବର ଉଦଘାଟନ କରିଥିଲେ ।

କୋଭିଡ୍‌ ପାଇଁ ଚଳିତ ବର୍ଷ ପୁରସ୍କାର ସମାରୋହ ଆୟୋଜନ କରାଯାଇନାହିଁ । ସମାରୋହ ଆୟୋଜନ ନହୋଇ ବ୍ୟକ୍ତିଗତ ଭାବେ ପୁରସ୍କାର ପ୍ରଦାନ କରାଯାଇଛି । ଇମ୍ଫା ପରିଚାଳିତ ଇମ୍ପାକ୍ଟ ପକ୍ଷରୁ ୧୯୮୦ ମସିହାରୁ ଶାରଳା ପୁରସ୍କାର ପ୍ରଦାନ କରାଯାଉଛି ।

ଗତବର୍ଷ ବିଶିଷ୍ଟ କବି ନିତ୍ୟାନନ୍ଦ ନାୟକଙ୍କୁ କବିତା ସଙ୍କଳନ ‘ସେତେବେଳକୁ ନଥିବ’ ପାଇଁ ଶାରଳା ପୁରସ୍କାର ପ୍ରଦାନ କରାଯାଇଥିଲା । ସେହିପରି ସଂଗୀତ କ୍ଷେତ୍ରରେ ରଂଜିତ କୁମାର ନାଗ ଓ ଚିତ୍ରକଳା କ୍ଷେତ୍ରରେ ଶ୍ୟାମସୁନ୍ଦର ପଟ୍ଟନାୟକ ‘ଇଲା ପଣ୍ଡା ସଂଗୀତ ଓ ଚିତ୍ରକଳା ସମ୍ମାନ’ରେ ସମ୍ମାନିତ ହୋଇଥିଲେ ।