• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ନୂଆଦିଲ୍ଲୀ: ଏହା ଦୁନିଆର ସବୁଠୁ ଛୋଟ ନଦୀ । ଯାହାକି ମାତ୍ର ୪ରୁ ୫ଟି ଘର ପର୍ଯ୍ୟନ୍ତ ପ୍ରବାହିତ ହୋଇଛି । ଏହାର ଲମ୍ବା ଏତିକି ରହିଛି ଯେ, ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ । ଏବେ ଆପଣ ଭାବୁଥିବେ ନଦୀ କଣ କେବେ ଏତେ ଛୋଟ ହୋଇପାରେ । ଏହାର ଉତ୍ତର ହଁ । ଏବେ ଆପଣ ଅନ୍ଦାଜ ଲଗାନ୍ତୁ ଏହି ନଦୀର ଲମ୍ବା ଅତି ବେଶିରେ କେତେ ହୋଇଥିବ ।

Ro River

ଏହାର ନାମ ‘ରୋ’ ନଦୀ । ଏହା ମୋଣ୍ଟାନା ଆମେରିକାରେ ପ୍ରବାହିତ ହୁଏ, ଏବଂ କିଛି ମିଟର ଦୂରତା ପରେ ଏହା ମିସୁରୀ ନଦୀରେ ଲୀନ ହୋଇଯାଏ । ଦୁନିଆର ଏହି କ୍ଷୁଦ୍ର ନଦୀର ଦୈର୍ଘ୍ୟ ମାତ୍ର ୨୦୧ ଫୁଟ୍‌ ବା ୬୧ ମିଟର । ଏହାର ଅର୍ଥ ଗୋଟିଏ ସପିଂ ମଲ୍ କିମ୍ବା ୪-୫ଟି ଘର ମଧ୍ୟରେ ସୀମିତ ।

ଦୁନିଆର ସବୁଠାରୁ ଛୋଟ ନଦୀ ଭାବେ ଏହାକୁ ଗିନିଜ୍ ବୁକ୍ ଅଫ୍ ୱାର୍ଲ୍ଡ ରେକର୍ଡରେ ମଧ୍ୟ ମାନ୍ୟତା ମିଳି ସାରିଛି । ‘ରୋ’ ନଦୀ ୬ରୁ ୮ ଫୁଟ ପର୍ଯ୍ୟନ୍ତ ଗଭୀର ରହିଛି । ୧୯୮୭ରେ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢ଼ାଉଥିବା ସୁସି ନାର୍ଦିଂଗର ପ୍ରଥମେ ଏହି ନଦୀ ବିଷୟରେ ବିଶ୍ୱକୁ ସୂଚନା ଦେଇଥିଲେ । ଏହା ପରେ ତାଙ୍କ ଛାତ୍ରମାନେ ଆମେରିକୀୟ ବୋର୍ଡରେ ଏକ ପିଟିସନ ଦାଖଲ କରି କହିଥିଲେ ଯେ ଏହି ନଦୀର ନାମ ‘ରୋ’ ନାମରେ ନାମିତ କରାଯାଉ ।

Ro River

ପରେ ଏହି ବିଦ୍ୟାଳୟର ଜଣେ ଛାତ୍ର ତଥା ପ୍ରସିଦ୍ଧ ଫୁଟବଲର ଡଲାସ ନୀଲ ଏକ ଟିଭି ଶୋ’ରେ ଏହି ନଦୀ ବିଷୟରେ କହିଥିଲେ । ଏହାପୂର୍ବରୁ, ଓରେଗନ୍‌ରେ ପ୍ରବାହିତ ଡି’ ନଦୀକୁ ପୃଥିବୀର ସବୁଠାରୁ କ୍ଷୁଦ୍ର ନଦୀ ଭାବରେ ବିବେଚନା କରାଯାଉଥିଲା । ଏହାର ଲମ୍ବ ୧୩୦ ମିଟର ଅର୍ଥାତ୍ ୪୪୦ ଫୁଟ ରହିଥିଲା । ତେବେ ଏହା ପରେ ଗିନିଜ ବୁକ୍ ସାମ୍ନାରେ ଅନେକ ଛୋଟ ନଦୀର କଥା କୁହାଯାଇଛି କିନ୍ତୁ କେହି ବିଶ୍ୱାସକୁ ନେଇ ନଥିଲେ ।

ରୋ ନଦୀକୁ ଏକ ନଦୀ ଭାବେ ବିବେଚନା କରିବାର ଏକ ପ୍ରମୁଖ କାରଣ ହେଉଛି ଏହାର ବଡ଼ ଆକାର, ପ୍ରଶସ୍ତ ସ୍ଥାନ ଏବଂ ଗଭୀରତା । ଏହି ନଦୀ ମାତ୍ର କିଛି ବାଟ ପ୍ରବାହିତ ହେବା ପରେ ମିସୁରୀ ନଦୀରେ ମିଶିଯାଇଛି । ଏହାପରେ ଗ୍ରେଟ୍ ସ୍ପ୍ରିଙ୍ଗସ୍ ଷ୍ଟେଟ୍ ପାର୍କରେ ଗ୍ରେଟ୍ ଫଲ୍‌ର ରୂପ ନେଇଛି । ମସୁରୀ ନଦୀରେ ମିଶିବା ପୂର୍ବରୁ ଏହା ସମାନ୍ତରାଳ ଭାବରେ ପ୍ରବାହିତ ହେଉଛି ।

ଏବେ ପ୍ରଶ୍ନ ଉଠୁଛି ଯେ, ଏହି ଛୋଟ ନଦୀର ଜଳର ଉତ୍ସ କ’ଣ ? ପାଣି କେଉଁଠୁ ଆସେ ? ତେବେ ଏହା ଚୂନ ପଥର ତଳୁ ପ୍ରବାହିତ ହୋଇଥାଏ । ପରେ ଏହିଠାରେ ହିଁ ବାହାରକୁ ଆସିଥାଏ । କୁହାଯାଏ ଯେ ଯେତେବେଳେ ଏହା ମାଟି ତଳେ ପ୍ରବାହିତ ହୁଏ, ସେତେବେଳେ ମଧ୍ୟ ବହୁ ଜଳ ବହନ କରିଥାଏ । ଲୋକଙ୍କୁ ଏହି ନଦୀର ପାଣି ଗରମ ବେଳେ ଥାଣ୍ଡା ଲାଗିଥାଏ ଓ ଥଣ୍ଡା ଦିନରେ ଗରବମ ଅନୁଭୁତ ହୁଏ ।