• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

News Highlights

  • ବିଷ ସ୍ପ୍ରେ ମେସିନ ବଣ୍ଟନରେ ଅନିୟମିତତା ।

  • ନୀଳଗିରି ଆଇଟିଡିଏ କାର୍ଯ୍ୟଳୟରେ ଦୁର୍ନୀତି ଅଭିଯୋଗ ।

  • କାଗଜପତ୍ରରେ ବିଲ୍, ଚାଷୀଙ୍କୁ ଏଯାଏଁ ମେସିନ୍‌ ମିଳିନଥିବା ଅଭିଯୋଗ ।

ନୀଳଗିରି: ବିଷ ସ୍ପ୍ରେ ମେସିନ ବଣ୍ଟନରେ ଅନିୟମିତତା । ଆଦିବାସୀ ଅଧ୍ୟୁଷିତ ନୀଳଗିରି ଆଇଟିଡିଏ କାର୍ଯ୍ୟାଳୟରେ ଦୁର୍ନୀତିର ଗନ୍ଧ । ବିଷ ସ୍ପ୍ରେ ମେସିନ ଯୋଗାଣ ନେଇ କାଗଜପତ୍ରରେ ହୋଇଛି ବିଲ୍ । ମାତ୍ର ଚାଷୀଙ୍କୁ ଏଯାଏଁ ମେସିନ ମିଳିନଥିବା ଅଭିଯୋଗ ।

ବିଷ ସ୍ପ୍ରେ ମେସିନ କିଣା ନେଇ କାଗଜପତ୍ର ସହ ମେଳ ଖାଉନି ବାସ୍ତବ ସ୍ଥିତି । କାଗଜପତ୍ରରେ ଚାଷୀଙ୍କ ନାଁରେ ଉଠିଛି ମେସିନ । କିନ୍ତୁ ଚାଷୀଙ୍କ ପାଖରେ ପହଞ୍ଚିପାରିନି । ବାଲେଶ୍ୱର ନୀଳଗିରି ଅଞ୍ଚଳରୁ ଆସିଛି ଏଭଳି ସାଙ୍ଘାତିକ ଅଭିଯୋଗ । ଆରଟିଆଇ ତଥ୍ୟ ଅନୁଯାୟୀ ୨୦୧୮-୧୯ ଓ ୨୦୧୯-୨୦ ଆର୍ଥିକ ବର୍ଷରେ ୧୬ ଲକ୍ଷ ୬୦ ହଜାର ୬୭୦ ଟଙ୍କା ବ୍ୟୟରେ ୬୭୦ ଜଣ ଜଙ୍ଗଲ ଜମି ପାଇଥିବା ହିତାଧିକାରୀଙ୍କୁ ମିଳିଛି ହସ୍ତ ଚାଳିତ ସିଞ୍ଚନ ଯନ୍ତ୍ର ।

ମାତ୍ର ବାସ୍ତବ ସ୍ଥିତି କିନ୍ତୁ ଭିନ୍ନ । କିଛି ଚାଷୀଙ୍କୁ ଏପର୍ଯ୍ୟନ୍ତ ସ୍ପ୍ରେ ମେସିନ ମିଳିନଥିବା ଅଭିଯୋଗ ହୋଇଛି । ମେସିନ ନମିଳିବାରୁ ଚାଷୀମାନେ ଧାନ ଗଛରେ ଔଷଧ ସିଞ୍ଚନ କରିପାରୁନାହାନ୍ତି । ଫଳରେ ଫସଲରେ ଏବେ ରୋଗ ପୋକ ଲାଗିବା ଆରମ୍ଭ ହେଲାଣି । ରୋଗ ପୋକ ଲାଗିଲେ ଚାଷୀଙ୍କ ବର୍ଷ ସାରାର ପରିଶ୍ରମ ପାଣିରେ ପଡ଼ିବ । ଋଣ କରି ଚାଷ କରିଥିବା ଚାଷୀ ଋଣ ବୋଝ ତଳେ ଚାପି ହୋଇଯିବ ।

ଦୁର୍ନୀତି ଅଭିଯୋଗ ନେଇ ନୀଳଗିରି ଆଇଟିଡିଏ ପ୍ରକଳ୍ପ ପ୍ରଶାସକଙ୍କୁ ପଚାରିଥିଲେ ମଧ୍ୟ ସେ କ୍ୟାମେରା ସାମ୍ନାରେ କିଛି କହିବାକୁ ମନା କରି ଦେଇଥିଲେ । ଅନ୍ୟପଟେ ଉପଜିଲ୍ଲାପାଳ କହିଛନ୍ତି ଦୁର୍ନୀତି ଅଭିଯୋଗର ତଦନ୍ତ କରାଯାଇ ଆବଶ୍ୟକ ପଦକ୍ଷେପ ନିଆଯିବ ।