• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଷଡେଇକଳା: ଝାଡଖଣ୍ଡରେ ଓଡ଼ିଆ ଭାଷାକୁ ଉଚିତ ଅଧିକାର ଦାବିରେ ବିଚ୍ଛିନ୍ନାଞ୍ଚଳ ଷଡେଇକଳାରେ ଲୋକଙ୍କ ଧାରଣା । ଝାଡଖଣ୍ଡରେ ଥିବା କୋଲହାନ ଓଡିଆ ସମାଜ ପକ୍ଷରୁ ଆଜି ଷଡେଇକଳା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଧାରଣା ଦିଆଯାଇଛି । ସଂଗଠନ ପକ୍ଷରୁ କୁହାଯାଇଛି, ଝାଡଖଣ୍ଡ ସରକାର ୨୦୧୧ ସେପ୍ଟେମ୍ବର ୧ ତାରିଖରେ ଓଡ଼ିଆକୁ ରାଜ୍ୟରେ ଦ୍ୱିତୀୟ ସରକାରୀ ଭାଷା ମାନ୍ୟତା ଦେଇଥିଲେ । ହେଲେ ରାଜ୍ୟରେ ଏ ପର୍ଯ୍ୟନ୍ତ ଓଡ଼ିଆ ଭାଷାର ବିକାଶ ନେଇ କୌଣସି ପଦକ୍ଷେପ ନେଉ ନାହାନ୍ତି ଝାଡଖଣ୍ଡ ସରକାର । ଯାହାର ପ୍ରତିବାଦରେ କୋଲହାନ ଓଡିଆ ସମାଜ ପକ୍ଷରୁ ଧାରଣା ଦିଆଯାଇଛି ।

ଏପରିକି ପ୍ରାଥମିକ ବିଦ୍ୟାଳୟ, ଉଚ୍ଚ ବିଦ୍ୟାଳୟ ଓ କଲେଜ ଗୁଡିକରେ ମଧ୍ୟ ଓଡ଼ିଆ ଭାଷାରେ ପାଠ ପଢା ହୋଇ ପାରୁନାହିଁ ବୋଲି ସଂଗଠନ ଅଭିଯୋଗ କରିଛି । ଏହାକୁ ତୀବ୍ର ବିରୋଧ କରିଛନ୍ତି ଝ଼ାଡଖଣ୍ଡରେ ରହୁଥିବା ଓଡ଼ିଆ ଲୋକ । ଆଜି ସେମାନେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଜିଲ୍ଲାପାଳଙ୍କ ଜରିଆରେ ରାଜ୍ୟପାଳଙ୍କୁ ଏନେଇ ଦାବିପତ୍ର ମଧ୍ୟ ଦେଇଛନ୍ତି ।