• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

News Highlights

  • ପରିବାର ପାଇଁ ଟାହିଟାପରା ଶୁଣିବା ସହ ମାଡ଼ଗାଳି ଶୁଣୁଛନ୍ତି ଲକ୍ଷ୍ମୀ

  • ଅସହାୟ ବିଧବା ମହିଳାଙ୍କ ମୁଣ୍ଡରେ ଚାରି ଝିଅ ଓ ଚାରି ପୁଅଙ୍କ ବୋଝ

ଆସ୍କା(ମନୋଜ ମୁନୀ) : ଛୁଆଙ୍କ ମୁହଁରେ ଦାନା ଦେବା ପାଇଁ ଭିକ ମାଗୁଛି ମା’ । ଲୋକଙ୍କ ଟାହିଟାପରାକୁ ଆଡ଼େଇ ସକାଳ ହେଲେ ଘରୁ ବାହାରି ଯାଉଛି । କାହା ପ୍ରତି ନଜର ନାହିଁ, ମନରେ ଗୋଟିଏ ଚିନ୍ତା ଆଜି ପିଲାଙ୍କ ମୁହଁରେ କିପରି ଦାନା ମୁଠେ ଦେବି । ଏଭଳି କରୁଣ କାହାଣୀ ଦେଖିବାକୁ ଶେରଗଡ଼ରେ । କୋଳରେ ଛଅ ମାସର ପିଲାଙ୍କୁ ନେଇ ଭିକ ମାଗୁଛନ୍ତି ୪୨ ବର୍ଷୀୟା ଲକ୍ଷ୍ମୀ ସିଦ୍ଧିକୁଲୁ । ମୁଣ୍ଡରେ ତିନି ବିକଳାଙ୍ଗ ପୁଅ ଏବଂ ଚାରି ଝିଅଙ୍କ ବୋଝ ।

ପାଞ୍ଚ ମାସ ତଳେ ସ୍ୱାମୀଙ୍କ ଅକାଳ ବିଯୋଗ ପରେ ଆଠଟି ସନ୍ତାନଙ୍କ ଦାୟିତ୍ୱ ଲକ୍ଷ୍ମୀଙ୍କ ମୁଣ୍ଡ ଉପରେ । ୨୩ ବର୍ଷର ବଡ଼ ପୁଅ ଧର୍ମେନ୍ଦ୍ର ଜନ୍ମରୁ ଭିନ୍ନକ୍ଷମ । ସେହିପରି ଧର୍ମେନ୍ଦ୍ରଙ୍କ ଦୁଇ ଭାଇ ସୁଭମ ଓ ସନିଆ ମଧ୍ୟ ଭିନ୍ନକ୍ଷମ । ଚାରି ଝିଅ ଏବଂ ଚାରି ପୁଅକୁ ନେଇ ଲଷ୍ମୀଙ୍କ ପରିବାର । ପେଟର ଭୋକ ଠାରୁ ବଳି ପଡ଼ୁଛି ମୁଣ୍ଡ ଗୁଞ୍ଜିବାର ଚିନ୍ତା । ଛାତ ଟିଏ ଅଛି ସତ କିନ୍ତୁ ଘରେ ଝରକା ନାହିଁ କି କବାଟ ନାହିଁ । ଖୋଲା ମେଲାରେ ଜୀବନ ବିତୁଥିବାରୁ ପରିବାରକୁ ଜୀବଜନ୍ତୁଙ୍କ ଭୟ ମଧ୍ୟ ରହିଛି ।

ବିଜୁଳି ଓ ପାଣି ସୁବିଧା ସେମାନଙ୍କ ଭାଗ୍ୟରେ ଜୁଟେନି । ସକାଳ ପାହିବା ମାତ୍ରେ ପେଟ ପାଇଁ ଚିନ୍ତା ମାଡ଼ିବସେ । ଆଉ ସେଥିପାଇଁ ପିଲାମାନକୁ ସାଥିରେ ନେଇ ଭିକ୍ଷା ବୃତ୍ତି କରିବାକୁ ସେ ବାଧ୍ୟ ହୁଅନ୍ତି । କେତେବେଳେ ଲକ୍ଷ୍ମୀ ମନ୍ଦିର ଦୁଆରେ ପିଲାଙ୍କୁ ନେଇ ଭିକ୍ଷାବୃତି କରନ୍ତି ତ ଆଉ କେତେବେଳେ ଗାଁ କୁ ଗାଁ ବୁଲନ୍ତି । ଆଖପାଖ ଲୋକେ ଲଷ୍ମୀଙ୍କ ଦୁଃଖରେ ଦୁଃଖୀ ହୁଅନ୍ତି । ସାମର୍ଥ୍ୟ ଅନୁସାରେ ସାହାଯ୍ୟ ବି କରନ୍ତି । ହେଲେ ଯେତେ ସାହାଯ୍ୟ କଲେ ବି ଏତେ ବଡ଼ ପରିବାରକୁ ଅଣ୍ଟୁନି ।

ଅଭାବୀ ଲଷ୍ମୀଙ୍କ ପରିବାର ଦୁର୍ଦ୍ଦଶା ସଂପର୍କରେ ପ୍ରଶାସନ ଅବଗତ ଥିବା ସହ ସହଯୋଗ କରିବା ପାଇଁ ଚେଷ୍ଟା କରାଯାଉଛି ବୋଲି କହିଛନ୍ତି ସେରଗଡ଼ CDPO। ସେପଟେ ଲଷ୍ମୀଙ୍କ ଅଭାବୀ ପରିବାର କଥା ବିଳମ୍ବରେ ହେଲେ ମଧ୍ୟ ଶିଶୁମଙ୍ଗଳ କାର୍ଯ୍ୟାଳୟ ପାଖରେ ପହଞ୍ଚିଛି । ପରିବାରର କାହାର ବି ଆଧାର କାର୍ଡ ଓ ଭିନ୍ନକ୍ଷମ ସାର୍ଟିଫିକେଟ ନଥିବା ବିଭାଗକୁ ଅବଗତ କରାଯାଇଛି । ଫଳରେ ପିଲାଙ୍କ ଯତ୍ନ ନେବା ସହ ପାଠ ପଢ଼ାଇବା ପାଇଁ ପ୍ରତିଶ୍ରୁତି ଦେଇଛି ବିଭାଗ ।