• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

News Highlights

  • ସୁନ୍ଦରଗଡ଼ ଜିଲ୍ଲା ସମବାୟ ବ୍ୟାଙ୍କ ନିର୍ବାଚନ ମାମଲାରୁ ଫିଟିଲା ବାଟ

  • ସୁନ୍ଦରଗଡ଼ ସମବାୟ ବ୍ୟାଙ୍କ ନିର୍ବାଚନ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ

  • ନିର୍ଦ୍ଦିଷ୍ଟ ସମୟରେ ନିର୍ବାଚନ ପ୍ରକ୍ରିୟା ସାରିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

କଟକ( ଗୌତମ ପଣ୍ଡା) : ରାଜ୍ୟରେ ସମବାୟ ନିର୍ବାଚନ ପାଇଁ ବାଟ ଫିଟିଲା । ନିର୍ଦ୍ଧିଷ୍ଟ ସମୟସୀମା ମଧ୍ୟରେ ଏହି ନିର୍ବାଚନ ସାରିବାକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ଏହି ନିର୍ବାଚନ ପାଇଁ କୋଅପରେଟିଭ ନିର୍ବାଚନ କମିଶନ ଏକ ମାସ ମଧ୍ୟରେ ନିର୍ବାଚନ ତାରିଖ ଧାର୍ଯ୍ୟ କରିବେ। ସୁନ୍ଦରଗଡ଼ ସମବାୟ ବ୍ୟାଙ୍କ ନିର୍ବାଚନ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଜିଲ୍ଲାପାଳମାନେ ଆଉ କୋଅପରେଟିଭ ସୋସାଇଟିର ପ୍ରଶାସକ ରହି ପାରିବେ ନାହିଁ । ରାଜ୍ୟ ସରକାର ନିର୍ବାଚନ ପାଇଁ ସମସ୍ତ ସହାୟତା ଯୋଗାଇ ଦେବାକୁ ମଧ୍ୟ ହାଇକୋର୍ଟଙ୍କ ନିର୍ଦ୍ଦେଶରେ ସ୍ପଷ୍ଟ ହୋଇଛି ।

ରାଜ୍ୟରେ ୧୭ ଟି କୋଅପରେଟିଭ ବ୍ୟାଙ୍କ ରହିଛି । ସୁନ୍ଦରଗଡ଼ ଜିଲା ସମବାୟ ବ୍ୟାଙ୍କର ପ୍ରଶାସକ ପଦବୀକୁ ନେଇ ହାଇକୋର୍ଟରେ ହୋଇଥିଲା ଚାଲେଞ୍ଜ । ସମବାୟ ସମିତି ଗୁଡିକର ପରିଚାଳନା ଦାୟିତ୍ୱ ଏବେ ପ୍ରଶାସକଙ୍କ ହାତରେ ରହିଛି । ନିର୍ବାଚିତ ସଦସ୍ୟଙ୍କ କାର୍ଯ୍ୟକାଳ ଦେଢ ବର୍ଷ ହେବ ଶେଷ ହୋଇଥିବା ବେଳେ ସରକାର ସମବାୟ ନିର୍ବାଚନ କରୁନାହାନ୍ତି । ଏହା ସମବାୟ ଆଇନର ଉଲ୍ଲଂଘନ ବୋଲି ଅଭିଯୋଗରେ ଦାୟର ମାମଲାର ଶୁଣାଣି ଶେଷ କରି ହାଇକୋର୍ଟ ଏହି ରାୟ ଦେଇଛନ୍ତି ।

ସୁନ୍ଦରଗଡ଼ ଜିଲ୍ଲା ସମବାୟ ସମିତିର ନର୍ବାଚିତ ପରିଷଦ ସଦସ୍ୟଙ୍କ ୫ ବର୍ଷିଆ କାର୍ଯ୍ୟକାଳ ୨୦୨୦, ଏପ୍ରିଲ ୩୦ରୁ ଶେଷ ହେବା ପରେ ଜିଲ୍ଲାପାଳଙ୍କୁ ପ୍ରଶାସକ ଭାବେ ସରକାର ଦାୟିତ୍ୱ ଦେଇଥିଲେ । ଇତି ମଧ୍ୟରେ ଦେଢ ବର୍ଷ ବିତି ଯାଇଥିବା ବେଳେ ରାଜ୍ୟରେ ସମବାୟ ନିର୍ବାଚନ କରାଯାଉ ନାହିଁ । ନିର୍ବାଚିତ ସଦସ୍ୟଙ୍କ କାର୍ଯ୍ୟକାଳ ଶେଷର ଏକ ବର୍ଷ ଭିତରେ ନିର୍ବାଚନ ହେବା କଥା । କିନ୍ତୁ ଏପରି କରାଯାଇ ନାହିଁ ।

ଅନ୍ୟପକ୍ଷରେ ପ୍ରଶାସକ ଏକ ବର୍ଷରୁ ଅଧିକ ସମୟ ସମବାୟ ସମିତି ପରିଚାଳନା ଦାୟିତ୍ୱରେ ରହି ପାରିବେ ନାହିଁ ବୋଲି ନିୟମ ରହିଛି। ନିୟମ ଉଲ୍ଲଂଘନ କରି ଏକ ବର୍ଷ ପରେ ମଧ୍ୟ ପ୍ରଶାସକଙ୍କୁ ସମବାୟ ସମିତି ପରିଚାଳନା ଦାୟିତ୍ୱ ଦିଆଯାଇଛି । ତୁରନ୍ତ ସମବାୟ ନିର୍ବାଚନ କରାଯାଉ ବୋଲି ଆବେଦନକାରୀଙ୍କ ପକ୍ଷରୁ ଦର୍ଶାଯାଇଥିଲା । ମାମଲାରେ ରାଜ୍ୟ ସମବାୟ ବିଭାଗ, ସମବାୟ ସମିତି ସମୂହ ନିବନ୍ଧକ ଓ ଅନ୍ୟମାନଙ୍କୁ ପକ୍ଷଭୁକ୍ତ କରାଯାଇଥିଲା ।