• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

News Highlights

  • ନିଜ ଜୀବନକୁ ବାଜି ଲଗାଇ ଦେଶ ପାଇଁ ସୀମାରେ ଦିନ ରାତି ଜଗୁଛନ୍ତି ଯବାନ ।

  • ହେଲେ ଏପଟେ ନିଜ ପରିବାର ଅସୁରକ୍ଷିତ ।

  • ପଡ଼ୋଶୀଙ୍କ ନିର୍ଯାତନା ଓ ପୋଲିସର ନାଲିଆଖି ।

ବାଲେଶ୍ୱର: ନିଜ ଜୀବନକୁ ବାଜି ଲଗାଇ ଦେଶ ପାଇଁ ସୀମାରେ ଦିନ ରାତି ଜଗୁଛନ୍ତି ଯବାନ । ହେଲେ ଏପଟେ ନିଜ ପରିବାର ଅସୁରକ୍ଷିତ । ଏକ ଜମିଜମା ବିବାଦକୁ ନେଇ ପଡ଼ୋଶୀଙ୍କ ନିର୍ଯାତନା ଓ ପୋଲିସ ବିରୋଧରେ ନାଲିଆଖି ଅଭିଯୋଗ ଆଣିଛନ୍ତି ଜଣେ ଯବାନ । ଏମିତିକି ଆଇନ୍ ବ୍ୟବସ୍ଥା ଉପରୁ ଆସ୍ଥା ହରାଇ ଶେଷରେ ନ୍ୟାୟ ପାଇଁ ସୋସିଆଲ ମିଡିଆରେ ଅପିଲ କରଛନ୍ତିି ଜାମ୍ମୁ କାଶ୍ମୀର ସୀମାରେ ନିୟୋଜତି ବାଲେଶ୍ୱର ନୀଳଗିରି ଅଞ୍ଚଳର ଜଣେ ବିଏସ୍ଏଫ୍ ଯବାନ । ଏ ଭିଡିଓ ଭାଇରାଲ ପରେ ଘଟଣାସ୍ଥଳକୁ ଯାଇ ତଦନ୍ତ କରିଛନ୍ତି ନୀଳଗିରି ଏସଡିପିଓ ।

କାନ୍ଧରେ ବଂଧୁକ ଧରି ସୀମାରେ ସୁରକ୍ଷା ଦେଉଥିବା ଜଣେ ବିଏସଏଫ୍  ଯବାନଙ୍କ ଦୁଃଖ ଓ ଅନ୍ତର୍ବେଦନା ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ? ପୁଅ ଦିନରାତି ଦେଶକୁ ସୁରକ୍ଷା ଦେଉଥିବା ବେଳେ ଏପଟେ ଘରେ ଅସୁରକ୍ଷତି ବାପା ଓ ମାଆ । ଏମିତିକି ପଡ଼ୋଶୀଙ୍କ ନିର୍ଯାତନା ସହିନପାରି ଜୀବନ ହାରିଦେବାର ଚେତାବନୀ ।

ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଭିଡିଓଟି ଜାମ୍ମୁ ଓ କାଶ୍ମୀରରେ ମୁତୟନ ଜଣେ ବିଏସଏଫ୍ ଯବାନ ନନି ଗୋପାଲ୍ ମହାପାତ୍ରଙ୍କର । ନନିଗୋପାଳଙ୍କ ଘର ବାଲେଶ୍ୱର ଜିଲ୍ଲା ନୀଳଗିରି ଥାନା ତିନିଦେଶ ଗାଁରେ । ତାଙ୍କ ଅଭିଯୋଗ ହେଲା, ଏକ ଜମିଜମା ବିବାଦ ନେଇ ତାଙ୍କ ବାପା ମାଆଙ୍କୁ ନିର୍ଯାତନା ଦେଉଛନ୍ତି ଦୁଇ ପଡ଼ୋଶୀ । ଏମିତିକି ସେ ଘରେ ନଥିବା ବେଳେ ତାଙ୍କ ନାଁରେ ମିଥ୍ୟା କେସ୍ ଦାଏର ହୋଇଛି । ତଦନ୍ତ ନାଁରେ ଅଯୋଧ୍ୟା ଫାଣ୍ଡିର ଜଣେ କନଷ୍ଟେବଳ ତାଙ୍କ ଘରକୁ ଆସି ପରିବାର ଲୋକଙ୍କୁ ହଇରାଣ କରିଥିବା କହିଛନ୍ତି ସଂପୃୃକ୍ତ ଯବାନ ।

ଏହି ଘଟଣାରେ ନ୍ୟାୟ ପାଇଁ ସୋସିଆଲ ମିଡିଆରେ ଯବାନଙ୍କ ଏଭଳି ଅପିଲ ପରେ ନୀଳଗିରି ଏସଡିପିଓ ଗାଁକୁ ଯାଇ ଯବାନଙ୍କ ପରିବାର ଲୋକଙ୍କ ସହିତ ଘଟଣା ସମ୍ପର୍କରେ ଆଲୋଚନା କରିଛନ୍ତି । ଯବାନଙ୍କ ପରିବାରକୁ ପୋଲିସର ଅସହଯୋଗ ଅଭିଯୋଗକୁ ଖଣ୍ଡନ କରିଛନ୍ତି ଏସଡିପିଓ । ଏଣେ ଜମି ଜମା ବିବାଦକୁ ନେଇ ପରସ୍ପର ବିରୋଧରେ ଅଭିଯୋଗ ଆଣିଛନ୍ତି ଉଭୟ ଯବାନ ଓ ତାଙ୍କ ପଡ଼ୋଶୀ ।