• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sarbeswar

News Highlights

  • ଚାଲିଗଲେ ଇଶ୍ୱର ବିଶୋଇ

  • ଗତ ବର୍ଷ ପାଇଥିଲେ ରାଷ୍ଟ୍ରପତି ପୁରସ୍କାର

ବୌଦ୍ଧ(ଆର୍ତ୍ତତ୍ରାଣ ପ୍ରଧାନ): ଆଉ ନାହାନ୍ତି ଆଜାଦ ହିନ୍ଦ ଫୌଜର ନିର୍ଭୀକ ଯୋଦ୍ଧା ଈଶ୍ୱର ବିଶୋଇ । ରେଂଗୁନରେ ୧୧ ମାସ ବନ୍ଦୀ ଜୀବନ ବିତାଇ ଥିବା ଈଶ୍ୱର ବିଶୋଇଙ୍କୁ ଗତ ବର୍ଷ ରାଷ୍ଟ୍ରପତି ପୁରସ୍କାର ମଧ୍ୟ ମିଳିଥିଲା । ତେବେ ଶହେ ବର୍ଷରେ ତାଙ୍କର ଦେହାନ୍ତ ହୋଇଥିବା ନେଇ ସୂଚନା ମିଳିଛି।

ଗତ ୧୫ ତାରିଖରେ ଶହେ ବର୍ଷ ବୟସରେ ଇହ ଲୀଳା ସମ୍ବରଣ କରିଛନ୍ତି ଈଶ୍ୱର ବିଶୋଇ । ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ ମଝିଆଖଣ୍ଡ ଗାଁରେ ୧୧ ନଭେମ୍ବର ୧୯୨୧ ମସିହାରେ ପିତା କୃଷ୍ଣ ବିଶୋଇ ଏବଂ ମାତା ପୂର୍ଣା ଦେବୀଙ୍କ କୋଳ ମଣ୍ଡନ କରିଥିଲେ ଈଶ୍ୱର ।ତେବେ ନିଜ ଦାଦାଙ୍କ ବ୍ୟବସାୟ ବୁଝିବାକୁ ସୁଦୂର ରେଂଗୁନ ଯାଇଥିଲେ ଈଶ୍ୱର । କିନ୍ତୁ ମାତ୍ର ୧୯୪୩ ମସିହାରେ ନେତାଜୀଙ୍କ ଡାକରାରେ ଆଜାଦ ହିନ୍ଦ ଫୌଜରେ ସୈନିକ ଭାବେ ପ୍ରଶିକ୍ଷଣ ନେଇ ୧୯୪୫ ମସିହା ପର୍ଯ୍ୟନ୍ତ ବିଭିନ୍ନ ପ୍ରାନ୍ତ ରେ ସଂଗ୍ରାମ କରିଥିଲେ ଏହି ସଂଗ୍ରାମୀ ଯୋଦ୍ଧା । ତେବେ ଇଂରେଜ ସେନାଙ୍କ ସହ ଲଢ଼େଇ କରି ୨୬ ମେ ୧୯୪୫ ମସିହାରୁ ୨୭ ଅପ୍ରେଲ ୬ ମସିହା ଦୀର୍ଘ ୧୧ ମାସ ରେଂଗୁନର ଗୋଶାଳା ଜେଲରେ ବନ୍ଦୀ ଜୀବନ ବିତାଇଥିଲେ ଈଶ୍ୱର ବିଶୋଇ ।

ତେବେ ଈଶ୍ୱରଙ୍କ ବନ୍ଦୀ ବିଷୟରେ ଖବର ପାଇ ଗାଁରେ ଥିବା ତାଙ୍କ ପିତା କୃଷ୍ଣ ବିଶୋଇଙ୍କ ହୃଦଘାତରେ ମୃତ୍ୟୁ ହୋଇଥିଲା ।ମାତ୍ର ବନ୍ଦୀ ଜୀବନ ସରିବା ପରେ ଗାଁ କୁ ଫେରିଥିଲେ ଈଶ୍ୱର ।ତନୁ ଦେବୀଙ୍କୁ ବିବାହ କରିବା ପରେ ତାଙ୍କର ୨ ପୁଅ ଏବଂ ଗୋଟିଏ କନ୍ୟା ସନ୍ତାନ ମଧ୍ୟ ହୋଇଥିଲା।

ଗାଁ ରେ ମଧ୍ୟ ବେଶ ଲୋକପ୍ରିୟ ଥିଲେ ଈଶ୍ୱର । ଗରିବ ଲୋକଙ୍କ ସେବା କରିବା ଦୁଃଖୀ ଲୋକ ମାନଙ୍କ ପାଇଁ ସାମୁହିକ ଖାଦ୍ୟର ବ୍ୟବସ୍ଥା କରିବା ଆଦି କାର୍ଯ୍ୟରେ ସବୁବେଳେ ଲିପ୍ତ ରହୁଥିଲେ ଈଶ୍ୱର । କେବଳ ସେତିକି ନୁହେଁ ସେ ଥିଲେ ଜଣେ ଭଲ କଳାକାର । ନାଟ୍ୟ ନିର୍ଦେଶନା,ଓଡିଶୀ ,ଚମ୍ପୁ ଛାନ୍ଦ ଗାଇବା ଠାରୁ ବାଦ୍ୟ ବଜାଇବାର ରୁଚି ରଖି ସ୍ଥାନୀୟ ଅଞ୍ଚଳରେ ବେଶ ଲୋକପ୍ରିୟ ଥିଲେ ଈଶ୍ୱର । ତେବେ ଗତ ବର୍ଷ କ୍ରାନ୍ତି ଦିବସରେ ମହାମହିମ ରାଷ୍ଟ୍ରପତିଙ୍କ ପକ୍ଷରୁ ତାଙ୍କୁ ତାଙ୍କ ସ୍ୱ ଗୃହରେ ସ୍ୱତନ୍ତ୍ର ସୈନିକ ସଂମ୍ମାନରେ ସଂମ୍ମାନୀତ କରାଯାଇଥିଲା ।

ଦେଶ ପାଇଁ ଈଶ୍ୱର ବିଶୋଇଙ୍କ ନିଷ୍ଠାପର କର୍ତ୍ତବ୍ୟ ପାଇଁ ଏ ଜାତି ତାଙ୍କୁ ଚିରକାଳ ସଲାମ କରିବ ଏହା ନିଃସନ୍ଦେହ ।