• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

News Highlights

  • ଓଡ଼ିଆ ଆଇପିଏସ୍ ସତ୍ୟ ନାରାୟଣ ପ୍ରଧାନଙ୍କୁ ବଡ଼ ଦାୟିତ୍ୱ ।

  • ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ଡିଜି ଭାବେ ଅତିରିକ୍ତ ଦାୟିତ୍ୱ ନେଲେ ।

  • ରାକେଶ ଆସ୍ଥାନାଙ୍କ ଠାରୁ ଦାୟିତ୍ୱ ଗ୍ରହଣ କଲେ ।

ନୂଆଦିଲ୍ଲୀ: ଓଡ଼ିଆ ଆଇପିଏସ୍ ସତ୍ୟ ନାରାୟଣ ପ୍ରଧାନଙ୍କୁ ବଡ଼ ଦାୟିତ୍ୱ । ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ଡିଜି ଭାବେ ଅତିରିକ୍ତ ଦାୟିତ୍ୱ ନେଲେ ସତ୍ୟନାରାୟଣ ପ୍ରଧାନ । ରାକେଶ ଆସ୍ଥାନାଙ୍କ ଠାରୁ ଦାୟିତ୍ୱ ଗ୍ରହଣ କଲେ । ସତ୍ୟନାରାୟଣ ଏବେ NDRF ଡିଜି ଭାବେ ଦାୟିତ୍ୱ ତୁଲାଉଛନ୍ତି । ୧୯୮୮ ବ୍ୟାଚ୍ ଝାଡ଼ଖଣ୍ଡ କ୍ୟାଡର ଓର୍ଡ଼ିଆ ଆଇପିଏସ୍ ହେଉଛନ୍ତି ସତ୍ୟ ନାରାୟଣ ପ୍ରଧାନ ।

NCBର ଡିଜି ଦାୟିତ୍ୱ ଗ୍ରହଣ ପରେ OTV ଆଗରେ ସତ୍ୟ ନାରାୟଣ ପ୍ରଧାନ ନିଜର ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ଦେଶରେ NCBର ସଂପ୍ରସାରଣ କରାଯିବ । କର୍ମଚାରୀଙ୍କ ସଂଖ୍ୟା ବଢ଼ାଯିବ । ସ୍ପେଶାଲ ଫୋକସ୍‌ରେ ରହିବ ଓଡ଼ିଶା ଓ ଉତ୍ତର ପୂର୍ବାଞ୍ଚଳ । ଡ୍ରଗ୍ସର ଉତ୍ପତ୍ତି ସ୍ଥଳକୁ ଖୋଜି ବାହାର କରାଯିବ ।
ମିଶନ ମୋଡ୍‌ରେ କାମ କରାଯିବ ବୋଲି କହିଛନ୍ତି ସତ୍ୟ ନାରାୟଣ ପ୍ରଧାନ ।