• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

News Highlights

  • ଛଣ ଉଡି ବତା ଦେଖାଯାଉଛି ।

  • କୁଡିଆ ଘରର ଚାଳ ନାହିଁ କହିଲେ ଚଳେ ।

  • ନୂଆଣିଆ ଭଙ୍ଗା ଦଦରା ଘରେ ବର୍ଷ ବର୍ଷ ଧରି ରହି ଆସୁଛନ୍ତି କୌଶଲ୍ୟା । 

ବାଲେଶ୍ୱର: ଛଣ ଉଡି ବତା ଦେଖାଯାଉଛି । କୁଡିଆ ଘରର ଚାଳ ନାହିଁ କହିଲେ ଚଳେ । ପଲିଥିନ ଘୋଡ଼ାଇ ନୂଆଣିଆ ଭଙ୍ଗା ଦଦରା ଘରେ ବର୍ଷ ବର୍ଷ ଧରି ରହି ଆସୁଛନ୍ତି କୌଶଲ୍ୟା । ବାଲେଶ୍ୱର ନୀଳଗିରି ବ୍ଲକ ନରସିଂହପୁର ପଞ୍ଚାୟତ ଦୁର୍ଗାପୁର ଗାଁରେ ଏକୁଟିଆ ରହନ୍ତି ବିଧବା କୌଶଲ୍ୟା । ବହୁତ କଷ୍ଟରେ ଚଳୁଥିବା କୌଶଲ୍ୟା ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ପକ୍କା ଘର ମିଳୁଥିବା ଜାଣି ଆବେଦନ କରିଥିଲେ । ହେଲେ ଏ ପର୍ଯ୍ୟନ୍ତ ତାଙ୍କୁ ପକ୍କା ଘରଟିଏ ମିଳିନାହିଁ । ବାରମ୍ବାର ବ୍ଲକକୁ ଦଉଡି ଦଉଡି ସେ ନିରାଶ ।

ଅନ୍ୟପଟେ ଆରଟିଆଇ ତଥ୍ୟକୁ ଅନୁଧ୍ୟାନ କଲେ ସେହି ନରସିଂହପୁର ପଞ୍ଚାୟତରେ ଗୋଟିଏ ପରିବାରର ଉଭୟ ସ୍ୱାମୀ-ସ୍ତ୍ରୀଙ୍କୁ ଘର ମିଳିଥିବାର ସ୍ପଷ୍ଟ ହୋଇଛି । ନରସିଂହପୁର ଗାଁର ରାଜକିଶୋର ଦାସଙ୍କ ସ୍ତ୍ରୀ ନିନିମଣୀ ଦାସ ୨୦୦୭-୦୮ ମସିହାରେ ଆବାସ ଯୋଜନାରେ ଘର ପାଇଥିଲେ ।  ତାଙ୍କ ସ୍ୱାମୀଙ୍କ ନାଁରେ ୨୦୧୭-୧୮ ମସିହାରେ ପୁଣି ଥରେ ଘର ମିଳିଛି ।

ସେହିପରି ତପସ୍ୱିନୀ ଶତପଥୀ ୨୦୦୮-୦୯ ମସିହାରେ ଆବସ ଯୋଜନାରେ ଘର ପାଇଥିବା ବେଳେ ତାଙ୍କ ସ୍ୱାମୀ ଲକ୍ଷ୍ମୀଧର ଶତପଥୀ ୨୦୦୧୬-୧୭ ରେ ମଧ୍ୟ ଘର ପାଇଥିବା ଉଲ୍ଲେଖ ରହିଛି । ଆବାସ ଯୋଜନାରେ ଏଭଳି କେଳେଙ୍କରୀକୁ ନେଇ ନୀଳଗିରି ବିଧାୟକ ଜିଲ୍ଲା ପ୍ରକଳ୍ପ ଅଧିକାରୀଙ୍କୁ ଏହାର ତଦନ୍ତ ପାଇଁ ଅନୁରୋଧ କରିଛନ୍ତି ।

ଏଣେ ଆବାସ ଯୋଜନାରେ ଆସିଥିବା ଅର୍ଥକୁ ଚାହିଁ ଚାହିଁ ନୟାନ୍ତ ହେଲେଣି କେନ୍ଦୁଝର ଜିଲ୍ଲା ଘସିପୁରା ବ୍ଲକ ଓସ୍ତପୁରା ଗାଁର ଆଦିବାସୀ ବିଦା ମୁଣ୍ଡା । କୁଡିଆ ଘରେ ରୁହଥିବା ବିଦାଙ୍କ ଦୁଇ ପୁଅ ବାହାର ରାଜ୍ୟରେ ଦାଦନ ଶ୍ରମିକ ଭାବେ କାମ କରନ୍ତି । ଆବାସ ଯୋଜନାରେ ତାଙ୍କ ନାଁ ରହିଛି ବୋଲି ବ୍ଲକ କର୍ମଚାରୀଙ୍କଠାରୁ ଜାଣିବା ପରେ ବିଦା ସୁଧରେ ଆଣି ଘର କାମ ଆରମ୍ଭ କରିଥିଲେ । ଘର କାମ ଅଧା ହୋଇଥିବା ବେଳେ ଟଙ୍କା ଏପର୍ଯ୍ୟନ୍ତ ଆସି ନାହିଁ । କର୍ମଚାରୀଙ୍କ ଦାୟିତ୍ୱହୀନତା ଯୋଗୁଁ ତାଙ୍କ ନାଁରେ ଆସିଥିବା ଟଙ୍କାଟି ଗାଁର ଅନ୍ୟ ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟଙ୍କୁ ଚାଲିଯାଇଥିବା ଜଣାପଡିଛି । ଟଙ୍କା ପାଇବା ପାଇଁ ସେ ବ୍ଲକ କାର୍ଯ୍ୟାଳୟକୁ ବାରମ୍ବାର ଧାଉଁଥିଲେ ବି କିଛିି ଫଳ ମିଳୁନି ।