• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

News Highlights

  • ମାଲକାନଗିରିରେ ଟେଣ୍ଡରରେ ଅନିୟମିତତା

  • ଭୁଲ ତଥ୍ୟ ଦେଇ କୋଟିଏ ଟଙ୍କାର ସଲଭେନ୍ସିଂ ହାତେଇ ଥିଲେ  ଆନ୍ଧ୍ରର ଜଣେ ଠିକାଦାର!

ମାଲକାନଗିରି(ଜିତେନ୍ଦ୍ର ବେଉରା) : ମାଲକାନଗିରି ଜିଲ୍ଲାରେ ଲଘୁ ଖଣିଜ ଟେଣ୍ଡର ମାମଲାରେ ରଦ୍ଦ ହେଲା । ଆନ୍ଧ୍ର କଂପାନୀର ସଲଭେନ୍ସି ସାର୍ଟିଫିକେଟ୍ କିଛି ମାସ ତଳେ ଜିଲ୍ଲାରେ ଲଘୁ ଖଣିଜ ଟେଣ୍ଡର ବେଳେ ଜିଲ୍ଲା ପ୍ରଶାସନ ଅନିୟମିତତା କରିଥିବା ନେଇ ଅଭିଯୋଗ ଆସିଥିଲା । ଆନ୍ଧ୍ରର ଜଣେ ଠିକାଦାର ଭୁଲ ତଥ୍ୟ ଦେଇ କୋଟିଏ ଟଙ୍କାର ସଲଭେନ୍ସିଂ ହାତେଇ ଥିବା ଅଭିଯୋଗ ହୋଇଥିଲା । ମାଲକାନଗିରିର ତତ୍କାଳୀନ ଜିଲ୍ଲାପାଳ ଟେଣ୍ଡର ବାକ୍ସକୁ ୩ ଦିନ ନିଜ ବାସଭବନରେ ରଖିଥିବା ଅଭିଯୋଗ ହେବା ସହ ଜିଲ୍ଲାପାଳ ଏକଥାକୁ ସ୍ୱୀକାର ମଧ୍ୟ କରିଥିଲେ ।

ଏହି ଘଟଣା ପରେ ରାଜ୍ୟ ସରକାର ତୁରନ୍ତ ଜିଲ୍ଲାପାଳଙ୍କ ବଦଳି କରିଥିଲେ । ସୋଲଭେନ୍ସି ବାତିଲ ହେବା ପରେ ଦୁର୍ନୀତି ହୋଇଥିବା ସ୍ପଷ୍ଟ ହୋଇଯାଇଥିଲା । ପରେ ଏହି ଅଭିଯୋଗ ଘଟଣାର ଉଚ୍ଚସ୍ତରୀୟ ତଦନ୍ତ କରାଯାଇ ଉପଜିଲ୍ଲାପାଳ ଦେଇଥିବା ସଲଭେନ୍ସିଂ ସାର୍ଟିଫିକେଟକୁ ଜିଲ୍ଲାପାଳ ରଦ୍ଦ କରିଥିଲେ । ଏପଟେ ସଂପୃକ୍ତ ଠିକାଦାର ଭିଜି ଗ୍ରାନାଇଟ୍ ନାଁରେ ପୁଶୁଗୁଡ଼ାଠାରେ ଜଙ୍ଗଲ ଓ ସରକାରୀ ଜମି ହାତେଇଥିବା କଂଗ୍ରେସ ନେତା ପଦୀପ ମାଝୀ ପୁଣି ଅଭିଯୋଗ କରିଛନ୍ତି । ଟେଣ୍ଡେରକୁ ସମ୍ପୂର୍ଣ୍ଣ ବାତିଲ କରି ନୂତନ ଭାବେ କରାଯାଉ ବୋଲି ଦାବି କରିଛନ୍ତି । ଏହାସହ ବେଆଇନ ଭାବେ ନିର୍ମାଣ ହୋଇଥବା ଭିଜି ଗ୍ରାନାଇଟର ନିର୍ମାଣାଧିନ କୋଠାକୁ ଉଚ୍ଛେଦ କରାଯାଉ ବୋଲି ମଧ୍ୟ କହିଛନ୍ତି ।

ଟେଣ୍ଡର ଆବେଦନକାରୀ ମଧ୍ୟ ଏନେଇ ନିଜର ପ୍ରତିକ୍ରିୟା ରଖିଛନ୍ତି । ଦୀର୍ଘ ଦିନର ବିବାଦ ପରେ ଟେଣ୍ଡର ରଦ୍ଦ କରାଯାଇଛି, ଯାହା ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ । ବେଆଇନ୍ ସୋଲଭେନ୍ସି ସାର୍ଟିଫିକେଟକୁ ଏବେ କ୍ୟାନସେଲ କରାଯାଇଛି । ସେପଟେ ଏ ଘଟଣା ନେଇ ବିଜେଡ଼ି ନେତା ମାନସ ମାଡ଼କାମୀ କହିଛନ୍ତି, ଯେତେ ବଡ଼ ଲୋକ ହେଉନା କାହିଁକି ଭୁଲ କାମ କରିଥିଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଭୁଲ କରିଥିବା ବ୍ୟକ୍ତିଙ୍କୁ କେବେ ଘୋଡ଼େଇବାକୁ ଚେଷ୍ଟା କରାଯିବ ନାହିଁ । ଆଇନ୍ ଉପରେ ଭରସା କରନ୍ତୁ ବୋଲି ସେ କହିଛନ୍ତି ।