• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

News Highlights

  • କମନ୍‌ୱେଲଥ୍ ଆୱାର୍ଡ ପାଇଲେ ଭାରତୀୟ ଯୁବକ 

  • ଦୁନିଆର ସବୁଠୁ ଭିନ୍ନ ଘର ଆବିଷ୍କାର କରି ଚର୍ଚ୍ଚାରେ ୨୦ ବର୍ଷୀୟ ଯୁବକ

ନୂଆଦିଲ୍ଲୀ: ଦୁନିଆର ସବୁଠୁ ଭିନ୍ନ ଘର ଆବିଷ୍କାର କରି ଚର୍ଚ୍ଚାରେ ଭାରତୀୟ ଯୁବକ । ଭାରତର ବାସ୍ତ୍ରୁଶାସ୍ତ୍ର ଅଧୟନ କରୁଥିବା ୨୦ ବର୍ଷୀୟ ଯୁବକଙ୍କୁ କମନ୍‌ୱେଲଥ୍ ଆୱାର୍ଡରେ ସମ୍ମାନିତ କରାଯାଇଛି । କାରଣ ଯୁବକ ଜଣକ ଏମିତି ଏକ ଭିନ୍ନ ଘରର ଆବିଷ୍କାର କରିଛନ୍ତି ତାହା ହୁଏ ତ ଆପଣ ବି ଶୁଣିଲେ ଆଶ୍ଚର୍ଯ୍ୟ ହୋଇଯିବେ । ସେ COVID-19, ଭୂମିକମ୍ପ ତଥା ବାତ୍ୟା ଭଳି କଠନ ପରିସ୍ଥିତିର ସମ୍ମୁଖୀନ ପାଇଁ ସୁଲଭ ମୂଲ୍ୟରେ ଏକ ଘରର ଆବିଷ୍କାର କରିଛନ୍ତି । ଯାହାକୁ ନେଇ ତାଙ୍କୁ କମନ୍‌ୱେଲଥ୍ ଆୱାର୍ଡରେ ପୁରସ୍କୃତ କରାଯାଇଛି ।   

ବିଶ୍ୱରରେ ମୋଟ ୧୫ ଜଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଛି । ସେଥିମଧ୍ୟରୁ ନୂଆଦିଲ୍ଲୀର ଜାମିଆ ମିଲିଆ ଇସଲାମିଆ (JMI) ବିଶ୍ୱବିଦ୍ୟାଳୟରୁ ଆର୍କିଟେକ୍‌ଚରେ ସ୍ନାତକୋତ୍ତର ପଢୁଥିବା କେଫ୍‌ ଅଲ୍ଲୀଙ୍କୁ ପ୍ରିଫ୍ରେକେଟେଡ୍ ସ୍ଥାୟୀ ଗୃହ 'ସ୍ପେସଇରା' ର ଡିଜାଇନିଂ ପାଇଁ ପୁରସ୍କୃତ କରାଯାଇଛି। ଏହି ଘରଟି କେବଳ ହାନୀକାରକ ତଥା ଭୟଙ୍କର ଜୀବାଣୁ ସଂକ୍ରମଣକୁ ହ୍ରାସ କରେ ନାହିଁ ବରଂ ଭବିଷ୍ୟତରେ ସମଗ୍ର ବିଶ୍ୱର ଶରଣାର୍ଥୀମାନଙ୍କ ପାଇଁ ଗୃହ ସମସ୍ୟାକୁ ମଧ୍ୟ ସମାଧାନ କରିପାରିବ । ଯାହା ଫଳରେ ଲୋକମାନେ ଅତି କମ୍‌ ମୂଲ୍ୟରେ ସୁରକ୍ଷିତ ଘର ନିର୍ମାଣ କରିପାରିବେ । ଏତେ କମ୍‌ ବୟସରେ ଏପରି ଘରର ଆବିଷ୍କାର କରି କେଫ୍‌ ଅଲ୍ଲୀ ପ୍ରଶଂସାର ପାତ୍ର ପାଲଟିଛନ୍ତି । ଫଳରେ ଦେଶ ତଥା ବିଶ୍ୱର ବିଭିନ୍ନ ସ୍ଥାନରୁ ତାଙ୍କ ପାଇଁ ପ୍ରଶଂସାର ସୁଅ ଛୁଟୁଛି ।

ଏଭଳି ଭିନ୍ନ ଘର ନିର୍ମାଣ କରିଥିବା କେଫ୍‌ ଅଲ୍ଲୀଙ୍କୁ ୩ ହଜାର ବ୍ରିଟିସ୍‌ ପାଉଣ୍ଡ ପୁରସ୍କାର ରାଶି ପ୍ରଦାନ କରାଯିବ। ଯାହା ଦ୍ୱାରା ସେ ଦେଶର ଅନ୍ୟ ସହଯୋଗୀଙ୍କ ସହ ମିଳିତ ଭାବରେ ନିଜ ଆବିଷ୍କାରକୁ ଆହୁରି ଉନ୍ନତ କରିପାରିବେ । ଏନେଇ କେଫ୍‌ ଅଲ୍ଲୀ କହିଛନ୍ତି, “ ରାଷ୍ଟ୍ରୀୟ ପୁରଷ୍କାର ଜିତିବା ଫଳରେ ମୋର ଆତ୍ମ ବିଶ୍ୱାସ ବଢିଛିବା ସହ ମୋତେ ଅଧିକ ପରିଶ୍ରମ କରିବାକୁ ଓ ଭବିଷ୍ୟତ ପାଇଁ ଭିନ୍ନ ଭିନ୍ନ ସମସ୍ୟାର ସମାଧାନ ଖୋଜିବାକୁ ପ୍ରେରଣା ଦେଇଛି“ ।