• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଢେଙ୍କାନାଳ (ରାଜଶ୍ରୀ ଶତପଥୀ ) : ଘନେଇଲା ଢେଙ୍କାନାଳରେ ଓକିଲ-ପୋଲିସ ବିବାଦ । ଆଜିଠାରୁ ଅର୍ନିଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଢେଙ୍କାନାଳ ଓକିଲ ସଂଘ କାର୍ଯ୍ୟବନ୍ଦ ଡାକରା ଦେଇଛି । ଟାଉନ ଥାନା ଅଧିକାରିଣୀ ନମିତା ନାୟକଙ୍କ ବଦଳି ସହିତ ନିଃସର୍ତ୍ତ କ୍ଷମା ପ୍ରାର୍ଥନା, ଓକିଲଙ୍କ ବିରୋଧରେ କରାଯାଇଥିବା ମାମଲା ପ୍ରତ୍ୟାହାର ଦାବିରେ ଆନ୍ଦୋଳନ କରୁଛି ଓକିଲ ସଂଘ । ଆଜି ଏକ ବିଶାଳ ରାଲି କରି ଓକିଲ ସଂଘ ଢେଙ୍କାନାଳ ଆରକ୍ଷୀ ଅଧିକ୍ଷକଙ୍କୁ ସ୍ମାରକ ପତ୍ର ଦେଇଛନ୍ତି ୨୪ ଘଣ୍ଟା ମଧ୍ୟରେ ଦାବି ପୂରଣ ନ ହେଲେ ଆନ୍ଦୋଳନ ବ୍ୟାପକ କରାଯିବ ବୋଲି ଚେତାବନୀ ଦେଇଛି ଓକିଲ ସଂଘ ।

ବାଲେଶ୍ୱର ସୋରରେ ଜଣେ ଓକିଲଙ୍କୁ ପୋଲିସର ମାଡ ପ୍ରତିବାଦରେ ଗତ ୪ ତାରିଖ ଦିନ ଢେଙ୍କାନାଳ ଓକିଲ ସଂଘ ଜିଲ୍ଲାପାଳଙ୍କୁ ସ୍ମାରକ ପତ୍ର ଦେବା ଉଦ୍ଦେଶ୍ୟରେ ରାଲି କରି ଆସିଥିଲେ । ଅଫିସ ମୁଖ୍ୟ ଫାଟକ ବନ୍ଦ ଥିବାରୁ ଧସେଇ ପଶିଥିଲେ ଓକିଲ । ପରେ ଢେଙ୍କାନାଳ ଟାଉନ ଥାନା ଅଧିକାରିଣୀଙ୍କ ପକ୍ଷରୁ ଓକିଲ ସଂଘ ସଭାପତି ଓ ଅନ୍ୟାନ୍ୟ ସଦସ୍ୟଙ୍କ ନାଁରେ ମାମଲା ରୁଜୁ କରା ଯାଇଥିଲା । ଆଇଆଇସିଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ ସହିତ ଗାଳି ଗୁଲଜ ଆଦି ଅଭିଯୋଗରେ ମାମଲା ରୁଜୁ କରାଯାଇଥିଲା । ଏହାକୁ ବିରୋଧ କରି ଓକିଲ ସଂଘ ଅନ୍ଦୋଳନ କରିଛି ।

ତେବେ ଏ ଘଟଣା ସମ୍ପର୍କରେ ନିଜର ପ୍ରତିକ୍ରିୟା ରଖିଛନ୍ତି ଢ଼େଙ୍କାନାଳ ଓକିଲ ସଂଘ ସଭାପତି ସଞ୍ଜୟ କୁମାର ମିଶ୍ର । ଆଇଆଇସି ଯେ ପର୍ଯ୍ୟନ୍ତ ଭୁଲ ନମାଗିଛନ୍ତି ସୋମବାର ପର୍ଯ୍ୟନ୍ତ କାର୍ଯ୍ୟବନ୍ଦ ଆନ୍ଦୋଳନ ଚାଲିବ । ତା’ପରେ ପରବର୍ତ୍ତୀ ନିଷ୍ପତ୍ତି ନିଆଯିବ । ଲୋକେ ହଇରାଣ ହେଉଥିବାରୁ ହାଇକୋର୍ଟ ମେସେଜ ଯାଉଛି, ତୁରନ୍ତ ଓହରି ଯିବାକୁ ପରାମର୍ଶ ଦିଆଯାଇଥିଲା । ତେବେ ମିଥ୍ୟା ଏତାଲା ପ୍ରତ୍ୟାହାର ନହେଲେ କାର୍ଯ୍ୟବନ୍ଦ ଜାରି ରହିବ ବୋଲି କୁହାଯାଇଛି । ଏନେଇ ବୁଧବାର ଦିନ ଏକ ମିଟିଂ ରହିଛି । ସେପଟେ ଏ ଘଟଣାରେ ସଠିକ୍ ତଦନ୍ତ କରାଯିବ ବୋଲି ଆଶ୍ୱାସନା ଦିଆଯାଇଛି । ବରିଷ୍ଠ ଅଧକାରୀଙ୍କ ବିଶେଶ ତତ୍ତ୍ୱାବଧାନରେ ତଦନ୍ତ ପରିଚାଳନା କରାଯିବ ବୋଲି କହିଛନ୍ତି ଢ଼େଙ୍କାନାଳ ଏସପି କେ ଶିବସୁବ୍ରମଣି ।