• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

କଟକ: ରାଜ୍ୟରେ ଏକାଥରକେ ହେବ ପଞ୍ଚାୟତ ନିର୍ବାଚନ । କେନ୍ଦ୍ରାପଡ଼ାରେ ପଞ୍ଚାୟତ ନିର୍ବାଚନ ବିଳମ୍ବରେ ହେବା ନେଇ ଯେଉଁ ଆଶଙ୍କା ଥିଲା ତାହା ଦୂର ହୋଇଛି । ହାଇକୋର୍ଟଙ୍କ ରାୟ ପରେ ଏହା ସ୍ପଷ୍ଟ ହୋଇଛି । ଆଗ ପଛ ନୁହେଁ ଏକା ସମୟରେ ରାଜ୍ୟର ସବୁ ପଞ୍ଚାୟତରେ ହେବ ନିର୍ବାଚନ ।

କେନ୍ଦ୍ରାପଡା ପୌର ନିର୍ବାଚନ ନେଇ ଥିବା ଆଶଙ୍କା ଦୂର ହୋଇଛି । ଧାର୍ଯ୍ୟ ସମୟରେ ନିର୍ବାଚନ ହେବାର ଆଶା ଉଜ୍ଜ୍ୱଳ ହୋଇଛି । ପୌର ନିର୍ବାଚନ ନେଇ ଆଇନଗତ ବାଧା ହଟିବା ପରେ ଏବେ ବିଭିନ୍ନ ରାଜନୈତିକ ଦଳ ମଧ୍ୟରେ ଆରମ୍ଭ ହୋଇଛି ଅଙ୍କକଷା । ସଂରକ୍ଷଣ ବ୍ୟବସ୍ଥାକୁ ଚ୍ୟାଲେଞ୍ଜ କରି ଦାୟର ହୋଇଥିଲା ମାମଲା ।

୨୦୧୬ ମସିହାରେ ସେତେବେଳର ସଂରକ୍ଷଣ ବ୍ୟବସ୍ଥାକୁ ଚାଲେଞ୍ଜ କରି ହାଇକୋର୍ଟରେ ଦାୟର ହୋଇଥିବା ମାମଲା ପ୍ରତ୍ୟାହାର ପାଇଁ ଉଚ୍ଚନ୍ୟାୟାଳୟ ଅନୁମତି ପ୍ରଦାନ କରିଛନ୍ତି । ଫଳରେ କେନ୍ଦ୍ରାପଡା ପୌର ନିର୍ବାଚନ ବିଳମ୍ବରେ ହେବା ନେଇ ଥିବା ଦ୍ୱନ୍ଦ୍ୱ ଦୂର ହୋଇଛି । ୬୪ ପ୍ରତିଶତ ସଂରକ୍ଷଣ ନୀତିକୁ ବିରୋଧ କରି ୨୦୧୬ରେ ପୂର୍ବତନ କାଉନସିଲର ମୁକ୍ତାର ଖାଁ ହାଇକୋର୍ଟରେ ଏକ ମାମଲା ଦାୟର କରିଥିଲେ । ଏବେ ୫୦ ପ୍ରତିଶତ ସଂରକ୍ଷଣ ନୀତି ବଳବତ୍ତର ରହିବା ନେଇ ରାଜ୍ୟ କ୍ୟାବିନେଟ ପକ୍ଷରୁ ଅନୁମୋଦନ ପରେ ମାମଲା ପ୍ରତ୍ୟାହାର ପାଇଁ ଆବେଦନକାରୀ କୋର୍ଟରେ ପ୍ରାର୍ଥନା କରିଥିଲେ । ମାମଲା ପ୍ରତ୍ୟାହାର ପାଇଁ ଉଚ୍ଚନ୍ୟାୟାଳୟ ଅନୁମତି ଦେବା ପରେ ଏନେଇ ଥିବା ଆଇନଗତ ପ୍ରତିବନ୍ଧକ ଦୂର ହୋଇଛି । ଫଳରେ ରାଜ୍ୟ ସରକାର ଏକା ସାଙ୍ଗରେ ସମସ୍ତ ପୌର ନିର୍ବାଚନ କରିବା ପାଇଁ ପଥ ପରିଷ୍କାର ହୋଇଛି ।