• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sarbeswar

News Highlights

  • ଆଜିଠୁ ଶିମିଳିପାଳ ଖୋଲିବ

  • କରୋନା କଟକଣା ମାନିବେ ପର୍ଯ୍ୟଟକ

ବାରିପଦା(ମାନିକଲାଲ୍ ପାଣି):ଆଜିଠାରୁ ପର୍ଯ୍ୟଟକଙ୍କ ପାଇଁ ଖୋଲିବ ଶିମିଳିପାଳ ଅଭୟାରଣ୍ୟ। ପ୍ରତି ବର୍ଷ ବର୍ଷାଋତୁରେ ଏହି ଅଭୟାରଣ୍ୟକୁ ବନ୍ଦ କରାଯାଇଥାଏ। କାରଣ ରାସ୍ତା ଖରାପ ହେଉଥିବାରୁ ସୃଷ୍ଟି ହୋଇଥାଏ ସମସ୍ୟା । ପ୍ରତି ବର୍ଷ ପରି ଏଥର ମଧ୍ୟ ବାରିପଦା ପଟରୁ ପିଠାବଟା ଗେଟ୍ ଓ ଯଶୀପୁର ପଟରୁ କାଳିଆମି ଗେଟ୍ ଦେଇ ପର୍ଯ୍ୟଟକମାନେ ଅଭୟାରଣ୍ୟ ଭିତରକୁ ପ୍ରବେଶ କରିପାରିବେ ।

 

ସକାଳ ୬ଟାରୁ ୯ଟା ଯାଏ ପର୍ଯ୍ୟଟକମାନେ ନିଜ ଗାଡ଼ି ଓ ନାଁ ଠିକଣା ଗେଟରେ ଦାଖଲ କରିବେ । ବୁଲିବା ସମୟରେ ସେମାନେ କୋଭିଡ ଗାଇଡ୍ ଲାଇନ ମାନିବାକୁ ବାଧ୍ୟ । ଏ ବର୍ଷ ଶିମିଳିପାଳକୁ ପ୍ଲାଷ୍ଟିକମୁକ୍ତ ଘୋଷଣା କରାଯାଇଛି। ପର୍ଯ୍ୟଟକମାନେ କୌଣସି ପ୍ଲାଷ୍ଟିକ ସାମଗ୍ରୀ ନେଇପାରିବେ ନାହିଁ । ତା ସହିତ ଦହନଶୀଳ ପଦାର୍ଥ ଓ ମାଦକ ଦ୍ରବ୍ୟ ଉପରେ ମଧ୍ୟ ଲଗାଯାଇଛି କଟକଣା। ୨ ହଜାର ୭୫୦ ବର୍ଗ କିଲୋମିଟର ଶିମିଳିପାଳ ଅଭୟାରଣ୍ୟରେ ପର୍ଯ୍ୟଟକମାନେ ବରେହିପାଣି, ଯରୋନ୍ଦା ପରି ଜଳପ୍ରପାତ ଦେଖିପାରିବେ ।

ତା ସହିତ ନଅଣା, ଗୁଡୁଗୁଡ଼ଇାରେ ପ୍ରାକୃତିକ ସୌନ୍ଦର୍ଯ୍ୟ ଉପଭୋଗ କରିପାରିବେ। ରାତ୍ରୀଯାପନ ପାଇଁ ଗୁଡୁଗୁଡ଼ଇା, ଜାମୁଆଣି, ରାମତୀର୍ଥ ଓ କୁମାରିରେ କ୍ୟାମ୍ପ ସହିତ କଟେଜ ବ୍ୟବସ୍ଥା ରହିଛି । ପର୍ଯ୍ୟଟକମାନେ କେବଳ ଅନଲାଇନ୍‌ରେ ଅଗ୍ରିମ ବୁକିଂ କରିପାରିବେ। WWW. SIMILIPAL.COM ବା ODISHA TOURISM ୱେବସାଇଟରେ ମଧ୍ୟ ବୁକିଂ କରିହେବ । ଏ ବର୍ଷ ସାଇକଲରେ ମଧ୍ୟ ବୁଲିବାର ଅନୁମତି ଅଛି। ଗତ ବର୍ଷ ଶିମିଳିପାଳକୁ ୪୩ ହଜାର ପର୍ଯ୍ୟଟକ ଆସିଥିବା ବେଳେ ୨ କୋଟି ୩୫ ଲ୭ ଟଙ୍କାର ରାଜସ୍ୱ ଆଦାୟ ହୋଇଥିଲା।