• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

News Highlights

  • ୟୁରିଆ ସାର ପାଇଁ ଚାଷୀଙ୍କ ରାସ୍ତାରୋକ୍ ।

  • ଶତାଧିକ ଚାଷୀ ଏବଂ ଜିଲ୍ଲା ବିଜେପି ଏହି ଧାରଣାରେ ସାମିଲ ।

  • ୧୩ଟି ଲ୍ୟାମ୍ପସ ଅଧୀନରେ ଥିବା ଚାଷୀ ହଇରାଣ ।

ନବରଙ୍ଗପୁର: ୟୁରିଆ ସାର ପାଇଁ ଚାଷୀଙ୍କ ରାସ୍ତାରୋକ୍ । ନବରଙ୍ଗପୁର ଜିଲ୍ଲାର ଗାନ୍ଧି ଛକ ନିକଟରେ ଶତାଧିକ ଚାଷୀ ଏବଂ ଜିଲ୍ଲା ବିଜେପି ଏହି ଧାରଣାରେ ସାମିଲ ହୋଇଥିଲେ । ଆବଶ୍ୟକ ସାର ମିଳୁନଥିବାରୁ ୧୩ଟି ଲ୍ୟାମ୍ପସ ଅଧୀନରେ ଥିବା ଚାଷୀ ହଇରାଣ ହେଉଛନ୍ତି । ଜିଲ୍ଲାରେ ୯୦ ହଜାର ମେଟ୍ରିକ୍ ଟନ୍ ସାରର ଆବଶ୍ୟକତା ଥିବା ବେଳେ ମାତ୍ର ୬୦ ହଜାର ମେଟ୍ରିକ୍ ଟନ୍ ସାର ଆସିଛି । ଅନେକ ସ୍ଥାନରେ ସାରକୁ ନେଇ କଳାବଜାରି ହେଉଥିବା ବେଳେ ଜିଳ୍ଲାପ୍ରଶାସନ ପଦକ୍ଷେପ ନେଉନଥିବା ଅଭିଯୋଗ କରିଛନ୍ତି ଚାଷୀ । ତେବେ ଘଟଣାସ୍ଥଳରେ ଅତିରିକ୍ତ ଜିଲ୍ଲାପାଳ ପହଂଚି ବୁଝାସୁଝା କରିବା ସହ ପ୍ରତିଶ୍ରୁତି ଦେବା ପରେ ରାସ୍ତାରୋକ୍ ପ୍ରତ୍ୟାହୃତ ହୋଇଛି ।

ସେପଟେ ଏଥର ସ୍ୱାଭାବିକ୍‌ଠାରୁ କମ୍‌ ବର୍ଷା ହୋଇଥିବାରୁ ରାଜ୍ୟରେ ମରୁଡ଼ି ଆଶଙ୍କା ଥିବା କୁହାଯାଉଛି । ଏଥିପାଇଁ ଚାଷୀକୂଳ ଏବେଠୁ ମୁଣ୍ଡରେ ହାତ ଦେଇ ବସିଲେଣି । କାରଣ ବର୍ତ୍ତମାନ ପର୍ଯ୍ୟନ୍ତ ରାଜ୍ୟର ୯ଟି  ଜିଲ୍ଲାରେ ସ୍ୱାଭାବିକ ବର୍ଷା ହୋଇଥିବା ବେଳେ ୨୧ ଜିଲ୍ଲାରେ ସ୍ୱାଭାବିକ ଠାରୁ କମ ବର୍ଷା ହୋଇଛି । ବିଶେଷ କରି ମୌସୁମୀ ସକ୍ରିୟ ହେବା ପରେ ଓଡିଶାରେ ଲଘୁଚାପ ପ୍ରଭାବରେ ବର୍ଷା ହୁଏ । କିନ୍ତୁ ଚଳିତ ବର୍ଷ ୪ଟି ଲୋ ପ୍ରେସର ବର୍ତ୍ତମାନ ସୁଦ୍ଧା ଫର୍ମେସନ ହୋଇଥିଲେ ମଧ୍ୟ ଗୋଟିଏ ଲୋ ପ୍ରେସରର ପ୍ରଭାବ ଓଡିଶା ଉପରେ ରହିଥିଲା । ଆସନ୍ତା ୧୬ ତାରିଖ ପର୍ଯ୍ୟନ୍ତ ଓଡ଼ିଶାରେ ଏଭଳି ସ୍ଥିତି ଲାଗି ରହିବ ବୋଲି ପାଣିପାଗ ବିଭାଗ ଆକଳନ କରିଛି ।

ସେପଟେ ସମ୍ଭାବ୍ୟ ମରୁଡ଼ି ସ୍ଥିତି ନେଇ ସରକାର ସଜାଗ ଅଛନ୍ତି ବୋଲି କହିଛନ୍ତି ରାଜସ୍ୱ ମନ୍ତ୍ରୀ । ଏବେ ବି ବର୍ଷା ହେବାର ସମୟ ଅଛି । ଜିଲ୍ଲାପାଳମାନେ ପ୍ରାକୃତିକ ବିପର୍ଯ୍ୟୟ କମିଟିକୁ ଦୈନିକ ବର୍ଷାର ରିପୋର୍ଟ ଦେଉଛନ୍ତି । ସରକାର ସବୁ ସମୟରେ ଚାଷୀଙ୍କ ସହ ଅଛନ୍ତି ବୋଲି ରାଜସ୍ୱ ମନ୍ତ୍ରୀ ସୁଦାମ ମାରାର୍ଡି କହିଛନ୍ତି ।