• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

News Highlights

  • ବିଲ୍ଡିଂ ପ୍ଲାନକୁ ମିଳିନି ଅନୁମତି
     

  • ବିନା ପ୍ଲାନ୍ ଅନୁମୋଦନରେ କିପରି ନିର୍ମାଣ ହେଲା

ଭୁବନେଶ୍ୱରରୁ(ଅର୍ଚ୍ଚନା ଶତପଥୀ) : ବିବାଦ ଘେରରେ ଭୁବନେଶ୍ୱର ମହାନଗର ନିଗମର ନୂଆ କୋଠା । ୧୧ ମହଲା କୋଠା ଗତ ୪ ବର୍ଷ ଧରି ନିର୍ମାଣ ହେଉଛି, ହେଲେ ବିଲ୍ଡିଂ ପ୍ଲାନକୁ ଅନୁମୋଦନ ମିଳିନି । ଖୋଦ୍ ବିଏମସି କାର୍ଯ୍ୟାଳୟକୁ ବିଡିଏର ବିନା ଅନୁମୋଦନରେ କିପରି ନିର୍ମାଣ ହେଲା ତାକୁ ନେଇ ପ୍ରଶ୍ନ ଉଠିଛି । ସେପଟେ ଅଭିଯୋଗକୁ ସ୍ୱୀକାର କରିବା ସହ ଥିବା ସମସ୍ୟାକୁ ସମାଧାନ କରାଯାଇଥିବା କହିଛନ୍ତି ବିଏମସି କମିଶନର ।

ଭୁବନେଶ୍ୱର ମହାନଗର ନିଗମର ନୂଆ ବିଲ୍ଡିଂକୁ ମିଳିନି କି ଅନୁମତି ? ବିଲ୍ଡିଂ ପ୍ଲାନକୁ ମିଳି ପାରିନି କି ଅନୁମୋଦନ ? ଭୁବନେଶ୍ୱରର ଛାତି ଉପରେ ୨୦୧୭ରୁ ନିର୍ମାଣଧୀନ ଏହି କୋଠା ବିଏମସିର ନୂଆ କାର୍ଯ୍ୟାଳୟ । ହେଲେ ଖୋଦ୍ ବିଡିଏ ନିୟମକୁ ଏଠି ଉଲ୍ଲଂଘନ ହୋଇଥିବା ଅଭିଯୋଗ ହୋଇଛି । ୧୧ ମହଲା ବିଶିଷ୍ଟ ଏହି ବିଲ୍ଡିଂର ନିର୍ମାଣକୁ ଅନୁମତି ମିଳିନି । ପ୍ଲାନର ଅନୁମତି ନନେଇ ୪ ବର୍ଷ ଧରି କାମ ଚାଲିଛି । ଖାଲି ପ୍ଲାନ୍ ନୁହେଁ ସେଟବ୍ୟାକ୍ ନିୟମ ବି ଉଲ୍ଲଂଘନ ହୋଇଥିବା ଅଭିଯୋଗ ହୋଇଛି । କୋଠାର ଉଚ୍ଚତା ଦୃଷ୍ଟିରୁ ୩୦ ଫୁଟର ସେଟବ୍ୟାକ୍ ପାଇଁ ଜାଗା ଛଡ଼ାଯିବା କଥା । କିନ୍ତୁ ତାହା ବି ଉଲ୍ଲଂଘନ ହୋଇଥିବା କୁହାଯାଉଛି । ତେଣୁ ବିଏମସି କାହା ସ୍ୱାର୍ଥରେ ନିୟମ ଉଲ୍ଲଂଘନ କରିଛି ତାକୁ ନେଇ ପ୍ରଶ୍ନ ଉଠିଛି ।

ଘଟଣାକୁ ସ୍ୱୀକାର କରିଛନ୍ତି ବିଏମସି କମିଶନର ସଞ୍ଜୟ ସିଂ । ବିଲ୍ଡିଂକୁ ଅନୁମତି ମିଳିପାରିନି । ନିର୍ମାଣ ଆରମ୍ଭ ବେଳେ ବିଭାଗ ଅଧିନରେ ଜମି ଥିବାରୁ ଏନେଇ ସମସ୍ୟା ଦେଖାଦେଇଥିଲା । କିଛି ଯାନ୍ତ୍ରିକ ତ୍ରୁଟି ଥିଲା ଯାହା ଫଳରେ ବିଲ୍ଡିଂ ପ୍ଲାନକୁ ଅନୁମତି ମିଳିପାରିନଥିଲା । ଏହାକୁ ସମାଧାନ କରାଯାଇ ପୁଣି ଥରେ ଅନୁମତି ମଗାଯାଇଥିବା ବିଏମସି କମିଶନର କହିଛନ୍ତି ।

ଭୁବନେଶ୍ୱର ସ୍ମାର୍ଟ ସିଟି ଲିମିଟେଡ ପକ୍ଷରୁ ୭୦ କୋଟି ଟଙ୍କାରୁ ଅଧିକ ବ୍ୟୟରେ ଭୁବନେଶ୍ୱର ଜନପଥରେ ୧୧ ମହଲା ବିଶିଷ୍ଟ କୋଠା ନିର୍ମାଣ ହେଉଛି ପୁରୁଣା ଅଫିସର କାର୍ଯ୍ୟ ନୂଆ ବିଏମସିର ମୁଖ୍ୟାଅଳୟରେ ହେବ । ଏହାଛଡ଼ା କିଛି କୋଠାକୁ ଘରୋଇ ସଂସ୍ଥାକୁ ଭଡ଼ାରେ ବି ଦିଆଯିବ।