• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

News Highlights

  • ଧନ୍ତେରସରେ ଗହଣା କିଣିବାକୁ ଦୋକାନରେ ଭିଡ଼ ।

  • ଗଲାବର୍ଷ ତୁଳନାରେ କମ୍ ଅଛି ସୁନା ଦର ।

  • ଗ୍ରାହକଙ୍କୁ ଆକୃଷ୍ଟ ଲାଗି ବ୍ୟବସାୟୀଙ୍କ ଆକର୍ଷଣୀୟ ଅଫର ।

ଭୁବନେଶ୍ୱର: (ରିପୋର୍ଟ-ପବନ ତିଓ୍ୱାରୀ, ସୌମ୍ୟରଞ୍ଜନ ଓ ଅର୍ଚ୍ଚନା ଶତପଥୀ): ଆଜି ଧନ୍ତେରସ୍ । ଏହି ଅବସରରେ ସୁନା କିଣିବାକୁ ଗହଣା ଦୋକାନରେ ଗ୍ରାହକଙ୍କ ଭିଡ଼ । ବିଶ୍ୱାସ ରହିଛି ଧନତେରସରେ ସୁନା କିଣିଲେ ଶୁଭ ହୁଏ, ସେଦୃଷ୍ଟିରୁ ପରମ୍ପରା ରକ୍ଷା ଲାଗି ଲୋକେ ଆଜି ସୁନା କିଣୁଛନ୍ତି । ଗତ ବର୍ଷ ତୁଳନାରେ ଏଥର ସୁନା ଦର ଅପେକ୍ଷାକୃତ କମ୍ ରହିଛି । ଆଜି ଭୁବନେଶ୍ୱରରେ ୨୨ କ୍ୟାରେଟ୍ ସୁନାର ମୂଲ୍ୟ ୧୦ ଗ୍ରାମ ପିଛା ୪୫ ହଜାର ୨ଶହ ରହିଥିବା ବେଳେ ରୁପା କିଲୋ ୬୭ ହଜାର ରହିଛି ।

କାର୍ତ୍ତିକ କୃଷ୍ଣ ତ୍ରୟୋଦଶୀ ଅର୍ଥାତ୍ ଧନତେରସ୍ । ବିଶ୍ୱାସ ଅଛି ଆଜିର ଦିନରେ ସୁନା କିଣିଲେ ଐଶ୍ୱର୍ଯ୍ୟର ଦେବୀ ଲକ୍ଷ୍ମୀ ପ୍ରସନ୍ନ ହୁଅନ୍ତି । ସେଥିଲାଗି ଗହଣା କିଣିବାକୁ ଦୋକାନରେ ପହଞ୍ଚିଛନ୍ତି ଗ୍ରାହକ । କୋଭିଡ୍‌ର କୋପ ଟିକେ କମିଥିବାରୁ ସୁନା ବଜାରରେ ବି ଏଥର ଉତ୍ସାହ ଦେଖିବାକୁ ମିଳିଛି । ଗତ ବର୍ଷ ତୁଳନାରେ ଏବର୍ଷ ସୁନାର ଦର ମଧ୍ୟ ସାମାନ୍ୟ କମ୍ ଅଛି । ଏଣେ ଗ୍ରାହକଙ୍କୁ ଆକୃଷ୍ଟ କରିବା ଲାଗି ଆକର୍ଷଣୀୟ ଅଫର ରଖିଛନ୍ତି ଗହଣା ଦୋକାନୀ । କିଏ ଗୋଲ୍ଡ କଏନ୍ ତ କିଏ ସିଲ୍‌ଭର ଓ ଆଉ କିଏ କୁପନ୍ ବ୍ୟବସ୍ଥା କରିଛନ୍ତି । ତାସହିତ ନୂଆ ନୂଆ ଡିଜାଇନର ଗହଣା ବି ଆଣିଛନ୍ତି ।

ଅର୍ଥନୀତି ଟ୍ରାକ୍‌କୁ ଫେରିବା ପରେ ପ୍ରତି କ୍ଷେତ୍ରରେ ଉତ୍ସାହ ଦେଖିବାକୁ ମିଳିଛି । ସେଇ ଅନୁସାରେ ବର୍ତ୍ତମାନ ସୁନାରେ ପୁଞ୍ଜି ନିବେଶ ଲାଭଦାୟକ ବୋଲି ଅର୍ଥନୀତି ବିଷାରଦ ମତ ଦେଇଛନ୍ତି । ତେବେ ଗହଣା କିଣିଲେ ଚୋରି ଓ ଠକାମିର ଶିିକାର ହେବାର ଭୟ ରହିଛି । ସୁନା ସହିତ ମେକିଂ ଚାର୍ଜ ବି ଦେବାକୁ ପଡୁଛି । ତେଣୁ ଗହଣାରେ ଟଙ୍କା ନଖଟାଇ ଗୋଲ୍ଡ ବଣ୍ଡ କିମ୍ବା ସେୟାର ବଜାର ମାଧ୍ୟମରେ ସୁନାରେ ନିବେଶ କଲେ ତାହା ଅଧିକ ସୁରକ୍ଷିତ ବୋଲି ବଜାର ବିଶେଷଜ୍ଞ କହିଛନ୍ତି ।

ଉତ୍ତର ଓ ପଶ୍ଚିମ ଭାରତ ସମେତ ଆଉ କିଛି ସ୍ଥାନରେ ଆଜି ଧନତେରସ ପାଳନ ହେଉଥିବା ବେଳେ ଦୀପାବଳି ପୂର୍ବଦିନ ଅର୍ଥାତ୍ ଆସନ୍ତାକାଲି ଓଡ଼ିଆ ଲୋକ ଧନ୍ତେରସ ପାଳିବେ । ତେଣୁ ଆସନ୍ତାକାଲି ବି ସୁନାବଜାର ସରଗରମ ରହିବା ଆଶା କରାଯାଉଛି ।