• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

News Highlights

  • ଧାନବାଦରେ ବିଚାରପତି ଉତ୍ତମ ଆନନ୍ଦଙ୍କୁ ଅଟୋ ଧକ୍କା ଦେଇ ହତ୍ୟା ଘଟଣା ।

  • ଗୁରୁତ୍ୱର ସହ ନେଇଛନ୍ତି ସୁପ୍ରିମକୋର୍ଟ ।

  • ମୁଖ୍ୟ ବିଚାରପତି ଜଷ୍ଟିସ ଏନ.ଭି. ରମନ୍ନାଙ୍କ ଖଣ୍ଡପୀଠ ନିଜ ଆଡୁ ମାମଲା ରୁଜୁ କରିଛନ୍ତି ।

ନୂଆଦିଲ୍ଲୀ: ଧାନବାଦରେ ବିଚାରପତି ଉତ୍ତମ ଆନନ୍ଦଙ୍କୁ ଅଟୋ ଧକ୍କା ଦେଇ ହତ୍ୟା ଘଟଣାକୁ ଗୁରୁତ୍ୱର ସହ ନେଇଛନ୍ତି ସୁପ୍ରିମକୋର୍ଟ । ମୁଖ୍ୟ ବିଚାରପତି ଜଷ୍ଟିସ ଏନ.ଭି. ରମନ୍ନାଙ୍କ ଖଣ୍ଡପୀଠ ନିଜ ଆଡୁ ମାମଲା ରୁଜୁ କରିଛନ୍ତି । ଘଟଣା ସମ୍ପର୍କରେ ୭ଦିନ ଭିତରେ ଷ୍ଟାଟସ ରିପୋର୍ଟ ଦେବାକୁ ଝାଡଖଣ୍ଡ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ସୁପ୍ରିମକୋର୍ଟ ଏଥିସହ ନ୍ୟାୟିକ ଅଧିକାରୀଙ୍କ ସୁରକ୍ଷା ଓ ନିରାପତ୍ତାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି । ଅନେକ ନ୍ୟାୟିକ ଅଧିକାରୀ ଓ ବିଚାରପତିଙ୍କ ଉପରେ କୋର୍ଟ ବାହାରେ ଓ କୋର୍ଟ ଭିତରେ ଆକ୍ରମଣ ହୋଇଥିବା ନଜରକୁ ଆସିଥିବା ସୁପ୍ରିମକୋର୍ଟ ମତ ଦେଇଛନ୍ତି ।

ସୂଚନା ଅନୁଯାୟୀ, ଭୋର ୫ଟାରେ ମର୍ଣ୍ଣିଂ ଓ୍ୱାକରେ ବିଚାରପତି ଉତ୍ତମ ଆନନ୍ଦ ପ୍ରାତଃ ଭ୍ରମଣରେ ଯାଉଥିଲା ବେଳେ ତାଙ୍କୁ ପଛପଟୁ ଏକ ଅଟୋ ଧକ୍କା ଦେଇଥିଲା । ଘଟଣାସ୍ଥଳରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡି ରହିବା ପରେ ଜଣେ ଲୋକ ତାଙ୍କୁ ମେଡିକାଲ ନେଇଥିଲେ । ହେଲେ ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା । ପ୍ରଥମେ ଏହା ଏକ ରାସ୍ତା ଦୁର୍ଘଟଣା ବୋଲି ଅନୁମାନ କରାଯାଉଥିଲା । କିନ୍ତୁ ସିସିଟିଭି ଫୁଟେଜରେ ସେ ଲୋମଟାଙ୍କୁରା ଭିଡିଓ ଦେଖିବା ପରେ ଜାଣିଶୁଣି ଗାଡ଼ି ମଡାଇ ଜଜ୍‌ଙ୍କୁ ହତ୍ୟା କରାଯାଇଥିବା ଅନୁମାନ କରାଯାଉଛି । ତେବେ ଧକ୍କା ଦେଇଥିବା ଅଟୋଟି କିଛି ଘଣ୍ଟା ପୂର୍ବରୁ ଚୋରି ହୋଇଥିବା ମଧ୍ୟ ତଦନ୍ତରୁ ଜଣାପଡିଛି ।

ସେପଟେ ସୁପ୍ରିମକୋର୍ଟ ବାର ଆସୋସିଏସନ (SCBA) ସୁପ୍ରମିକୋର୍ଟରେ ଏହି ଘଟଣାର ସ୍ୱତନ୍ତ୍ର ତଦନ୍ତ ଦାବି କରିଥିଲା । ଏହା ପଛରେ ବଡ ଧରଣର ଷଡଯନ୍ତ୍ର ରହିଛି । ତେଣୁ ଏହାର ସ୍ୱତନ୍ତ୍ର ଯାଞ୍ଚ କରାଯିଉ ବୋଲି SCBA ଦାବି କରିଥିଲା । ଘଟଣାର ଯାଞ୍ଚ କରି ଅପରାଧୀଙ୍କୁ ଧରି ଦଣ୍ଡ ଦିଆଯିବ ବୋଲି କହିଛନ୍ତି ସହରର ବରିଷ୍ଠ ପୋଲିସ ଅଧିକାରୀ । ଅନ୍ୟପକ୍ଷେ ସ୍ଥାନୀୟ ବିଧାୟକ ଏହି ଘଟଣାର ସିବିଆଇ ଯାଞ୍ଚ ଦାବି କରିଛନ୍ତି ।