• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sarbeswar

News Highlights

  • ଖଡ଼ିଆଳରେ ଦୁର୍ଘଟଣା

  • କ୍ରେନ୍‌ ତଳେ ଚାପି ହେଲେ ୨ ବାଇକ୍‌ ଆରୋହୀ

ନୂଆପଡ଼ା: ନୂଆପଡା ଜିଲ୍ଲା ଖଡ଼ିଆଳ ବୋଡେନ ଛକରେ ଅଭାବନୀୟ ଘଟଣା ଘଟିଛି। ଗୋଟିଏ କ୍ରେନ ତଳେ ଘଣ୍ଟାଏ ପର୍ଯ୍ୟନ୍ତ ଚାପି ହୋଇଥିଲେ ଦୁଇ ବାଇକ ଆରୋହୀ। ବଡ଼କଷ୍ଟରେ ୨ ଜଣଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି। ସକାଳେ ଖଡିଆଳର ବୋଡେନ ଛକରେ ବାଇକରେ ଆସୁଥିବା ୨ ଜଣଙ୍କୁ ଗୋଟିଏ କ୍ରେନ୍ ଧକ୍କା ଦେଇଥିଲା ଫଳରେ ବାଇକ ଆରୋହୀ ୨ ଜଣ ତଳେ ପଶି ଯାଇଥିଲେ। ପୋଲିସ, ଅଗ୍ନିଶମ ବିଭାଗ ଓ ସାଧାରଣ ଲୋକଙ୍କ ଉଦ୍ୟମରେ ଘଣ୍ଟାଏ ପରେ ୨ ଯୁବକଙ୍କୁ ଉଦ୍ଧାର କରାଯାଇଛି ।

ବାଇକ ଆରୋହୀ ଯୁବକ ୨ ଜଣଙ୍କୁ ଉଦ୍ଧାର କରି ମେଡିକାଲ ପଠା ଯାଇଛି। ଘଣ୍ଟାଏ କାଳ ରାସ୍ତାରେ ଯାନବାହାନ ଚଳାଚଳ ବନ୍ଦ ରହିଥିଲା। ଆହତ ଦୁଇ ଜଣ ହେଲେ ଖଡିଆଳର ରୋମାଞ୍ଚଲ ସାହୁ ଏବଂ ମଣ୍ଡୋସିଲ ଗାଁର କାହ୍ନୁ ସାହୁ। ରୋମାଞ୍ଚଳ ଅଳ୍ପ ଆହତ ହୋଥିବା ବେଳେ କାହ୍ନୁଙ୍କ ଗୋଡରେ ଗୁରୁତର ଆଘାତ ଲାଗିଛି। ଉଭୟଙ୍କୁ ଖଡିଆଳ ମିଶନ ହସପିଟାଲରେ ଭର୍ତ୍ତି କରାଯାଇଛି।